ତାଲା ଖୋଲିଦେଲା ଅନ୍‌ଲକ୍‌ ୧

ନୂଆଦିଲ୍ଲୀ,୩୧ା୫(ପି.ଟି.): ସାରା ଦେଶରେ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ରବିବାର ଶେଷ ହେଉଥିବାବେଳେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ କେବଳ ନିଷିଦ୍ଧାଞ୍ଚଳରେ ଜୁନ୍‌ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର ଶନିବାର ଘୋଷଣା କରିଛନ୍ତି। ଏହି ଜୋନ୍‌ ବାହାରେ ସମସ୍ତ ଅର୍ଥନୈତିକ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ବୋଲି କୁହାଯାଇଛି। ସେହିପରି ରାତ୍ରକାଳୀନ କର୍ଫ୍ୟୁର ସମୟସୀମାକୁ କମାଇ ଦିଆଯାଇଛି। ଜୁନ୍‌ ୧ରୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ପୂର୍ବରୁ ଏହା ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଲାଗୁ ହୋଇଥିଲା।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁବାର ଟେଲିଫୋନ ଯୋଗେ ଆଲୋଚନା କରିବା ପରେ ସେମାନଙ୍କ ମତାମତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଲକ୍‌ଡାଉନକୁ ଆବଦ୍ଧାଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍‌ରେ ବଢ଼ାଇବା ସହ ଅନ୍ୟ ଅଞ୍ଚଳରୁ କଟକଣା ଉଠାଇଦେଇଛି। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ ଜାରି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଜୁନ୍‌ ୮ରୁ ଧାର୍ମିକ ସ୍ଥଳ ଜନସାଧାରଣଙ୍କ ପାଇଁ ଖୋଲା ରହିବ। ସେହିପରି ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ଆତିଥେୟତା ସେବା, ଶପିଂ ମଲ୍‌ ଖୋଲିବାକୁ ଅନୁମତି ମିଳିଛି। ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହ ପରାମର୍ଶ କରି ଉପରୋକ୍ତ କାର୍ଯ୍ୟ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର୍‌ (ଏସ୍‌ଓପି) ଜାରି କରିବ। କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବ। ସେଥିପାଇଁ ରାଜ୍ୟ ସରକାର ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସ୍ତରରେ ଅଭିଭାବକ ଓ ଅନ୍ୟ ପକ୍ଷମାନଙ୍କ ଆଲୋଚନା କରି ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି। ସବୁ ପକ୍ଷଙ୍କ ପରାମର୍ଶକ୍ରମେ ଜୁଲାଇରୁ ଶିକ୍ଷାନୁଷ୍ଠାନ ଖୋଲିବା ଲାଗି ନିଷ୍ପତ୍ତି ନିଆଯିବ।
ଜୁନ୍‌ ୧ରୁ ଅଳ୍ପ କେତେକ କାର୍ଯ୍ୟ ଉପରେ କଟକଣା ବଳବତ୍ତର ରହିବ। ସେଗୁଡ଼ିକ ହେଲା ଅନ୍ତର୍ଜାତୀୟ ବିମାନ ସେବା, ମେଟ୍ରୋ ରେଳ ସେବା, ସିନେମା ହଲ୍‌, ଜିମ୍ନାସିୟମ, ସୁଇମିଂ ପୁଲ୍‌, ପ୍ରମୋଦ ଉଦ୍ୟାନ, ଥିଏଟର, ବାର୍‌। ଏଗୁଡ଼ିକ ପୂର୍ବଭଳି ବନ୍ଦ ରହିବ। ସେହିପରି ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ ତଥା ଧର୍ମୀୟ ଉତ୍ସବାନୁଷ୍ଠାନ ତଥା ଅନ୍ୟାନ୍ୟ ଜନସମାବେଶ ବନ୍ଦ ରଖିବାକୁ କୁହାଯାଇଛି। ସ୍ଥିତିକୁ ଦେଖି ତୃତୀୟ ପର୍ଯ୍ୟାୟରେ ସେଗୁଡ଼ିକ ଖୋଲିବା ତାରିଖ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡ୍‌ଲାଇନକୁ ବିଚାରକୁ ନେଇ ଆବଦ୍ଧାଞ୍ଚଳ ଜୋନ୍‌ ଚିହ୍ନଟ କରାଯିବ। ଉକ୍ତ ଜୋନ୍‌ରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବ। ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକୁ ଅନୁମତି ମିଳିବ ନାହିଁ।
ଜୁନ୍‌ ୧ରୁ ଆନ୍ତଃରାଜ୍ୟ ତଥା ରାଜ୍ୟ ଭିତରେ ଯାତାୟାତ ଓ ମାଲ୍‌ ପରିବହନରେ କୌଣସି କଟକଣା ରହିବ ନାହିଁ। ଏଭଳି ଗାଡ଼ି ଚଳାଚଳ ଲାଗି ସ୍ବତନ୍ତ୍ର ଅନୁମତି କିମ୍ବା ଇ- ପର୍‌ମିଟ୍‌ ଆବଶ୍ୟକ ପଡ଼ିବ ନାହିଁ। ରାତ୍ରକାଳୀନ କର୍ଫ୍ୟୁ କେବଳ ଅଣଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଲାଗୁ ହେବ।
ଅନ୍‌ଲକ୍‌ ୧.୦ କ’ଣ କେବେ ଖୋଲିବ
ପ୍ରଥମ ପର୍ଯ୍ୟାୟ: ଧାର୍ମିକ ସ୍ଥଳ ଓ ଉପାସନା ସ୍ଥଳ, ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟ ଆତିଥେୟତା ସେବା, ଶପିଂ ମଲ୍‌ ଜୁନ୍‌ ୮ରୁ ଖୋଲିବ।
ଦ୍ୱିତୀୟ ପର୍ଯ୍ୟାୟ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ବିଚାର ବିମର୍ଶ କରାଯାଇ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବ। ଅଭିଭାବକଙ୍କ ସମେତ ସବୁ ଅଂଶୀଦାରଙ୍କ ମତାମତ ନିଆଯାଇ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜୁଲାଇରେ ନିଆଯିବ।
ତୃତୀୟ ପର୍ଯ୍ୟାୟ: କୋଭିଡ୍‌-୧୯ ସ୍ଥିତିକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବା, ମେଟ୍ରୋ ସେବା, ସିନେମା ହଲ୍‌, ଜିମ୍‌ନାସିୟମ, ସୁଇମିଂ ପୁଲ୍‌, ପ୍ରମୋଦ ଉଦ୍ୟାନ ଆଦି ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସେହିପରି ସ୍ଥିତି ଅନୁଧ୍ୟାନ କରି ସାମାଜିକ/ରାଜନୈତିକ/ସାଂସ୍କୃତିକ/ଧାର୍ମିକ ଉତ୍ସବ ଓ ସମାବେଶ ପାଇଁ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri