‘ତାରା’ ଯୋଜନା ଶୁଭାରମ୍ଭ କଲେ ମନ୍ତ୍ରୀ: ୩ ବର୍ଷରେ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ

ଛତ୍ରପୁର,୫ା୧୨(ଡି.ଏନ.ଏ)-ଗ୍ରାମାଞ୍ଚଳରେ କୃଷିର ବିକାଶ ସହ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ‘ତାରା’ ଯୋଜନା ଶୁଭାରମ୍ଭ ହୋଇଛି । ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । କୃଷିକୁ ସଶକ୍ତ କରିବା ପାଇଁ ତାରା ଯୋଜନା ସହାୟକ ହେବ ବୋଲି ସେ କହିଥିଲେ । ମନ୍ତ୍ରୀ ଆହୁରି କହିଥିଲେ, କୃଷି ଓ ଆନୁଷଙ୍ଗିକ ବିଭାଗ ପାଇଁ ରାଜ୍ୟ ସରକାର ବଜେଟ୍‌ରେ ଅନୁଦାନ ବ୍ୟବସ୍ଥା କରିଛନ୍ତି। ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖିଲେ ଏହା ସଫଳ ହୋଇପାରିବ । ଜିଲାର ୭ ଲକ୍ଷ ୧୧ ହଜାର ୫୮୯ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୬୦ ହଜାର ୩୧୯ ଚାଷୀ ସହାୟତା ପାଇଥିବା ମନ୍ତ୍ରୀ କହିଥିଲେ । ଗଞ୍ଜାମ ଜିଲା ପ୍ରଶାସନ ପ୍ରେରଣାରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ ଓ ଆନୁଷଙ୍ଗିକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମ ସମନ୍ବୟରେ ‘ତାରା’ ଯୋଜନା କାର୍ଯ୍ୟକାରୀ ହେବ । ଚାଷୀଙ୍କ ଆୟକୁ ୩ ବର୍ଷ ମଧ୍ୟରେ ୨ ଗୁଣ ଅଧିକ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ପଞ୍ଚାୟତର ୧୦ ଆଗ୍ରହୀ ଚାଷୀ, ଯାହାଙ୍କର କୃଷି ଜୀବୀକା ଓ ଉଦ୍ୟୋଗୀ ହେବାକୁ ସଂକଳ୍ପ ନେଇଛନ୍ତି ସେଭଳି ୫୦୩୦ ଜଣଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲାର ୨୮୦୦ ଚାଷୀଙ୍କ ମୃତ୍ତିକା ପରୀକ୍ଷା କରାଯାଇଛି । ଏଥିରୁ ୭ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିଶ୍ୱ ମୃତିକା ଦିବସ ଅବସରରେ ମନ୍ତ୍ରୀ ପ୍ରଦାନ କରିଥିଲେ । ଗଞ୍ଜାମ ବ୍ଲକ ଆଲିବଆବାଦ ଗାଁର ଜୟକୃଷ୍ଣ ଚର୍ତୀ, ରାଜପୁରର ରମା ସେଠୀ, ଛତ୍ରପୁର ବ୍ଲକ ହୁମ୍ମର ଗାଁର ହରି ପଲାଇ, ଝରପୋଖରୀ ଗାଁର ହରିବନ୍ଧୁ ପ୍ରଧାନ, ଟାଙ୍ଗଣାପଲ୍ଲୀର ସରସ୍ବତୀ ପ୍ରଧାନ, ରଙ୍ଗେଇଲୁଣ୍ଡା ବ୍ଲକ କଡରାପଲ୍ଲୀ ଗାଁର ନିରାକାର ପ୍ରଧାନ ଓ ସୁଦାମ ପ୍ରଧାନ ଏହି କାର୍ଡ ପାଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ(ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଜିଲା ମୁଖ୍ୟ କୃଷି ଅଧିକାରୀ କାଶିନାଥ ଖୁଣ୍ଟିଆ, ସହକାରୀ ନିର୍ଦ୍ଦେଶକ (ମୃତ୍ତିକା ସଂରକ୍ଷଣ) ସୁଧାକର ଶତପଥୀ, ୱାଟରସେଡ୍‌ ପିଡି ପ୍ରଶାନ୍ତ କୁମାର ହଜାରୀ, ଉପନିର୍ଦ୍ଦେଶକ (ଉଦ୍ୟାନ) ଦିଗାମ୍ବର ପଣ୍ଡାଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଶେରଗଡ଼,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପୁନାଦ ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ସହ ବର୍ଷା ହୋଇଥିଲା। ଏହି ସମୟରେ ଗ୍ରାମର ବୁଲୁ ଖଟେଇ ବିଲରେ...

ଓଡିଆର୍‌ପି ଘରେ ନ ରହିଲେ ତାଲିକାରୁ ବାଦ୍‌

ଚିକିଟି,୧୯ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ ସମୁଦ୍ର ତଟବର୍ତ୍ତୀ ଚନ୍ଦନବାଡ ଓ ସୋରଳ ଗ୍ରାମରେ ପୃଥକ ପୃଥକ ଭାବେ ଗୁରୁବାର ମଧ୍ୟାହ୍ନରେ ଓଡିଆର୍‌ପି ଘର ପାଇଥିବା...

ଦୋକାନ ସଟର୍‌ ଭାଙ୍ଗି ଚୋରି କରି ନେଲେ ୮୦ ହଜାର ଟଙ୍କା

ବ୍ରହ୍ମପୁର ଅଫିସ, ୨୨।୭: ଟାଉନ ଥାନା ଅନ୍ତର୍ଗତ ଭାପୁର ବଜାର ରେ ଥିବା ସାହୁ ଫୁଡ୍ସରୁ ରବିବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନ ତାଲା...

ଚାଲିଥିଲା ଜୁଆ ଆଡ୍ଡା, ପହଞ୍ଚିଗଲା ପୋଲିସ

ବୁଗୁଡ଼ା,୧୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି। ଏଥିରେ ପୋଲିସ...

ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ବାଲିଗୁଡ଼ା ବିଧାୟକ

କ.ନୂଆଗଁ।,୨୭।୫(ଡି.ଏନ୍‌.ଏ.)- କ.ନୂଆଗଁ। ବ୍ଲକର ଅଧ୍ୟକ୍ଷ ଚକ୍ରମଣି କହଁର ବାଲିଗୁଡ଼ା ବିଧାୟକ ଭାବେ ନିର୍ବାଚିତ ହେବା ପରେ ସୋମବାର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଗତ...

ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ବି.ବ୍ରହ୍ମପୁର ଚାମ୍ପିୟନ

ବୁଗୁଡ଼ା,୯।୩(ଡି.ଏନ୍‌.ଏ.)- ବୁଗୁଡ଼ା ବ୍ଲକ ତାଳଶାକର ଗ୍ରାମରେ ଗତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ମହାମାୟୀ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌...

ଜିଲା କଂଗ୍ରେସ ଓ ଭାଜପାର ଦାବି: ମୃତକଙ୍କ ପରିବାରକୁ ଦିଆଯାଉ ୧୦ ଲକ୍ଷ କ୍ଷତିପୂରଣ

ବ୍ରହ୍ମପୁର ଅଫିସ, ୧୦ା୨-ରଙ୍ଗେଇଲୁଣ୍ଡା ବ୍ଲକର ମେଣ୍ଢରାଜପୁର ନିକଟରେ ରାସ୍ତାରେ ଓହଳିଥିବା ୧୧ କେଭି ବିଦ୍ୟୁତ୍‌ ତାରରେ ବସ୍‌ ଲାଗି ଜୀବନ୍ତ ଦଗ୍ଧ ହୋଇଥିବା ୯ ଜଣଙ୍କ...

ଚିତ୍ରରେ କରୋନା ସଚେତନତା ବାର୍ତ୍ତା

ଶେରଗଡ଼,୩ା୪(ଡି.ଏନ୍‌.ଏ.): କରୋନା ସଚେତନତା ଲାଗି ସମଗ୍ର ଦେଶବାସୀ ଯେମିତି ଅଣ୍ଟା ଭିଡ଼ିଛନ୍ତି। ସମସ୍ତଙ୍କୁ ସରକାର ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ...

Advertisement
Archives

Model This Week