ତପନ ମିଶ୍ରଙ୍କୁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ପର୍ଯ୍ୟଟନ ଶିଳ୍ପକୁ ସର୍ବକାଳୀନ ଅବଦାନ ପାଇଁ  ଜଗତସିଂହପୁର ଜିଲା ନାରଦୀୟା ଗ୍ରାମରେ ଜନ୍ମିତ ତପନ କୁମାର ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ରାଷ୍ଟ୍ରୀୟ ପର୍ଯ୍ୟଟନ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଜଣେ ସ୍ବୀକୃତିପ୍ରାପ୍ତ ଟୁରିଷ୍ଟ ଗାଇଡ୍‌ଭାବେ ମିଶ୍ର ଦୀର୍ଘ ୨୩ବର୍ଷ ଧରି କାର୍ଯ୍ୟ କରିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ପ୍ରଶଂସା ସାଉଁଟିଛନ୍ତି। ୨୦୦୭ରୁ ୨୦୧୫ ମଧ୍ୟରେ ଦୀର୍ଘ ୯୬୫ ଦିନ ଧରି ଜଣେ ବେଲଜିୟମ ପର୍ଯ୍ୟଟକଙ୍କୁ ସାଙ୍ଗରେ ନେଇ ଓଡ଼ିଶାରୁ ଦେଶର ଅନ୍ୟ ୨୬ ରାଜ୍ୟକୁ ସ୍ଥଳଭାଗରେ ଯାତ୍ରା କରିବା ଭଳି ବିରଳ ଉପଲବ୍ଧି ତାଙ୍କର ରହିଛି। ୧୫ ରାଜ୍ୟକୁ ଏକାଧିକ ଥର ପର୍ଯ୍ୟଟକଙ୍କୁ ନେଇ ସ୍ଥଳପଥରେ ଯାତ୍ରା କରିବାସହ ୬୫୦ ପର୍ଯ୍ୟଟନସ୍ଥଳୀ ସେ ଗସ୍ତ କରିଛନ୍ତି। ଦେଶର ସଂସ୍କୃତି, ଐତିହ୍ୟ, ପ୍ରାକୃତିକ, ଦୁଃସାହସିକ ତଥା ଆଦିବାସୀ ପର୍ଯ୍ୟଟନର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ପର୍ଯ୍ୟଟନ ମନ୍ତ୍ରଣାଳୟ ତାଙ୍କୁ ସମ୍ମାନିତ କରିଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁକ୍ରବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଉତ୍ସବରେ ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂସ୍ଥାର ମହାସଚିବ ଜୁରାବ ପୋଲୋଲି କାଶିବ୍ଲି ମିଶ୍ରଙ୍କୁ ଦେଶର ଶ୍ରେଷ୍ଠ ଟୁରିଷ୍ଟ ଗାଇଡ୍‌ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କ ସ୍ତ୍ରୀ ଜାଗୃତି ମହାନ୍ତି ଏହି ସମ୍ମାନ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ତାରିଖ ଘୋଷଣା ପରେ ଭାଜପାର ଦମ୍ଭୋକ୍ତି: ବିଜେପୁରରେ ବାଜିମାତ୍‌ କରିବୁ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ୍‌। ଆସନ୍ତା ଅକ୍ଟୋବର ୨୧ରେ ଭୋଟ ଗ୍ରହଣ ହେବା ନେଇ ଶନିବାର ଘୋଷଣା ହୋଇଛି। ଏହାପରେ ରାଜ୍ୟର ୩...

୨୮ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର, ୧୩।୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଶନିବାର ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌ ଖୋଲିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ୍‌...

‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍‌ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟିତ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ, ୨୪।୧୨- ଗୋପାଳପୁର ବେଳାଭୂମି ପରିସରରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ୫ ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ...

ସମନ୍ବିତ ଆୟୁଷ ହସ୍ପିଟାଲ ପ୍ରକଳ୍ପକୁ ଅପେକ୍ଷା

ବାଲେଶ୍ୱର ଅଫିସ,୧୪।୭-ଆଧୁନିକ ଔଷଧ ଓ ବ୍ୟୟବହୁଳ ଚିକିତ୍ସା ପଦ୍ଧତିରେ ପାର୍ଶ୍ୱ ପ୍ରତିକ୍ରିୟା ଥିବାରୁ ଏକ ସୁସ୍ଥ ଜୀବନ ପାଇଁ ଜନସାଧାରଣ ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି।...

ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସର ପ୍ରାର୍ଥୀ ହେବେ କିଶୋର ପଟେଲ

ଝାରସୁଗୁଡା ଅଫିସ୍‌,୬।୫: ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏଥିନେଇ ରାଜ୍ୟସ୍ତରୀୟ ଚୟନ କମିଟି ଶୁକ୍ରବାର...

ପୁରୀରେ ପହଞ୍ଚିଲା ୫ମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୧୧।୪: ଆସନ୍ତା ଜୁନ୍‌ ୨୩ରେ ରଥଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ରଥ ନିର୍ମାଣ ଲାଗି ଶନିବାର ପୁରୀରେ ପହଞ୍ଚିଛି...

ପୁରୀରେ ବିଶ୍ୱ ପରିବେଶ ଦିବସ ପାଳିତ

ପୁରୀ ଅଫିସ, ୫।୬: ପୁରୀ ବନବିଭାଗ ପକ୍ଷରୁ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ସକାଳେ ସିଂହଦ୍ୱାରଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଜିଲା...

Advertisement
Archives

Model This Week