ତଥାପି ମଉଳିନି ଆଶା: କଠିନ ପରିଶ୍ରମ କରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇବନ୍ଧୁ

ଭୋଗରାଇ, ୧୪।୬(ଡି.ଏନ.ଏ.)-ଚାକିରି ପଛରେ ନ ଧାଇଁ ଆମତ୍ନିର୍ଭରଶୀଳ ହେବାକୁ ସ୍ବପ୍ନ ଦେଖିଥିଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହରିପୁର ଗ୍ରାମର ପ୍ରଶାନ୍ତ ତ୍ରିପାଠୀ ଓ ବାଟଗ୍ରାମ ଗ୍ରାମର ଆଲୋକ ସାହୁ। ସେମାନେ ଦୁଇ ବନ୍ଧୁ। ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ସାଙ୍ଗ ହୋଇ ବିଏ ପଢୁଥିଲେ। ପାଠ ପଢିବା ବେଳରୁ ୨ଜଣ ସଫଳ ଚାଷୀ ହେବା ଲାଗି ମନୋବଳ ଦୃଢ଼ କରିଥିଲେ। ବିଏ ପାସ୍‌ କରିବା ପରେ ଉନ୍ନତ ପ୍ରଣାଳୀରେ ଅମୃତଭଣ୍ଡା ଚାଷ କରି ଆମତ୍ନିର୍ଭରଶୀଳ ହେବା ସହ ବାଲେଶ୍ୱର ଜିଲାରେ ଭଲ ଚାଷୀ ହେବାକୁ ଲକ୍ଷ୍ୟ ରଖିଥିଲେ। ସେହି ଅନୁସାରେ କାମ ମଧ୍ୟ ଆରମ୍ଭ କରିଥିଲେ। ହେଲେ ଅମ୍ପାନ ବାତ୍ୟା ସେମାନଙ୍କ ସବୁ ସ୍ବପ୍ନକୁ ଧୂଳିସାତ୍‌ କରିଦେଲା। ତଥାପି ଯୁବକଦ୍ୱୟ ଆଶା ଛାଡ଼ିନାହାନ୍ତି। ସେମାନେ କୁହନ୍ତି ବିକଳ୍ପ ଚାଷ କରିବୁ। କଠିନ ପରିଶ୍ରମ କରିବୁ। ଆଗକୁ ବଢ଼ିବୁ।
ପ୍ରଶାନ୍ତ ଓ ଆଲୋକ ପ୍ରଥମେ କୁକୁଡ଼ିଆ ଗ୍ରାମର ବଳରାମ କରଙ୍କ ବଗିଚାକୁ ବର୍ଷକୁ ୨୦ହଜାର ଟଙ୍କାରେ ଲିଜ୍‌ ସୂତ୍ରରେ ନେଇଥିଲେ। ଭୁବନେଶ୍ୱର ଏକ ନର୍ସରୀରୁ ଉନ୍ନତ କିସମର ଅମୃତଭଣ୍ଡା ଚାରା ଗୋଟାକୁ ୨୫ଟଙ୍କା ଦାମ୍‌ରେ କିଣି ୧ ଏକର ଚାଷ କରିଥିଲେ। ଗୋଟିଏ ଗଛରେ ଏକ କୁଇଣ୍ଟାଲ ଫଳ ଅମଳ ହେବାର ନର୍ସରୀ ବିଶେଷଜ୍ଞମାନେ ପ୍ରତିଶ୍ରୁତି ଦେବା ପରେ ଦୁଇବନ୍ଧୁଙ୍କ ଆଶା ଉଜ୍ଜୀବିତ ହୋଇଥିଲା। ୯ଶହ ଚାରାରୋପଣରେ ତାଙ୍କର ୧ଲକ୍ଷ ୩୫ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିଲା। ତିନିମାସରେ ଭଲ ଗଛ ହୋଇ ଫଳ ଧରିବା ଆରମ୍ଭ କରିଥିଲା। କିନ୍ତୁ ‘ଅମ୍ଫାନ’ ବାତ୍ୟା ଯୁବକଦ୍ୱୟଙ୍କ ଆଶାକୁ ଧୂଳିସାତ୍‌ କରିଦେଲା। ଅମୃତଭଣ୍ଡା ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବା ବେଳେ ହଠାତ୍‌ ପତ୍ରପୋଡ଼ାଜନିତ ରୋଗ ହୋଇ ଫଳନ୍ତି ଗଛଗୁଡ଼ିକ ଝାଉଁଳି ମରିଯାଉଛି। ସେମାନେ ନର୍ସରୀ ଓ ଉଦ୍ୟାନ ବିଭାଗର ପରାମର୍ଶ ଓ ପରୀକ୍ଷା ପାଇଁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଭୋଗରାଇ ଉଦ୍ୟାନ କୃଷି ବିଭାଗକୁ ଦୁଇ ଯୁବକ ଦୌଡ଼ି ଦୌଡ଼ି ଖର୍ଚ୍ଚାନ୍ତ କରି ନୟାନ୍ତ ହୋଇପଡିଲେଣି। ଏହି ବିଭାଗ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି। ମୃତ୍ତିକା ପରୀକ୍ଷା କିମ୍ବା କେଉଁ ରୋଗ କାରଣରୁ ଏପରି ହେଉଛି ତାହା ସ୍ପଷ୍ଟ ଜାଣିବାକୁ ଚାହିଁବାରୁ ବିଭାଗୀୟ କର୍ମଚାରୀ କିଛି କହିପାରିବେନି ବୋଲି କହିଛନ୍ତି। ଏନେଇ ଦୁଇ ଯୁବକ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ଅନନ୍ତ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତ୍ୟେଷ୍ଟିକ୍ରିୟା

ନବରଙ୍ଗପୁର,୨୭ା୬(ବି.ପ୍ର.)- ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍‌ରେ...

୨ ମାସର କଂକ୍ରିଟ ରାସ୍ତା ଫାଟିଲା

ଯାଜପୁର ରୋଡ,୨୦ା୮(ଡି.ଏନ.ଏ.): ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ବ୍ୟାସନଗର ପୌରାଞ୍ଚଳରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସହରର ସଫେଇ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ...

ମହଗାଁରେ କିଡ୍‌ନୀ ରୋଗ ଆତଙ୍କ

ସିନାପାଲି,୨୪।୮(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଗୋଡାଲ ଗ୍ରାମପଞ୍ଚାତ ଅନ୍ତର୍ଗତ ମହଗାଁରେ କିଡ୍‌ନୀ ରୋଗ ବ୍ୟାପିଛି। ଏହି ଘଟଣା ଜଣାପଡ଼ିବା ପରେ ବୁଧବାର ମେଡିକାଲ...

୨୩ବର୍ଷ ଧରି ବିଜେଡି ଗଡ଼ ପାଲଟିଛି ଗଞ୍ଜାମର ୭ ନିର୍ବାଚନ ମଣ୍ଡଳୀ

ବ୍ରହ୍ମପୁର ଅଫିସ,୯ା୨: ଆଞ୍ଚଳିକ ରାଜନୈତିକ ଦଳ ବିଜେଡି ଗଠନର ୨୫ ବର୍ଷ ମଧ୍ୟରେ ରାଜ୍ୟରେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଛି ୫ ବିଧାନସଭା ନିର୍ବାଚନ। ଗଞ୍ଜାମର...

ସଙ୍ଗରୋଧ କେନ୍ଦ୍ର ପାର୍ଶ୍ୱରେ ଚାଲିଛି ପରିବା ବିକ୍ରି

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଟାଉନ୍‌ ହାଇସ୍କୁଲ ଠାରେ କ୍ୱାରାଣ୍ଟାଇନ ସେଣ୍ଟର କରାଯାଇଛି। କିନ୍ତୁ...

ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା କମୁଛି

କୃଷ୍ଣପ୍ରସାଦ,୨୦ା୧୧(ଡି.ଏନ୍‌.ଏ.): ଶୀତ ଋତୁ ଆସିଲେ ରଙ୍ଗବେରଙ୍ଗ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ କୃଷ୍ଣପ୍ରସାଦ ଅଞ୍ଚଳ। ଯେଉଁଥି ପାଇଁ ଦେଶ...

ଆତ୍ମସମର୍ପଣ କଲେ କନ୍ଧମାଳର ୨ଯୁବକ

ଭୁବନେଶ୍ୱର(ବ୍ୟୁରୋ)/ ଫୁଲବାଣୀ ଅଫିସ, ୧୪।୧୦: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟସ୍ଥ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳିବା...

ଅକ୍ଷୟ ତୃତୀୟାରେ ପଞ୍ଚୁପୂଜା: ପାଣିପାଗ ପୂର୍ବାନୁମାନ ଜାଣିବାର ଅଭିନବ ପରମ୍ପରା

ଲଇକେରା,୨୭।୪(ଡି.ଏନ.ଏ.)-ଅକ୍ଷୟ ତୃତୀୟାରେ ଚାଷ ଅନୁକୂଳ ହୁଏ। ପରମ୍ପରା ଅନୁଯାୟୀ ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳର ଚାଷୀମାନେ ନିଜ ଘରେ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ବିଲରେ...

Advertisement
Archives

Model This Week