ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ

ଢେଙ୍କିକୋଟ, ୨୩।୧୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ କଥା ହୁଅନ୍ତୁ ନାହିଁ ’ଏଭଳି ସଚେତନତାର ବାର୍ତ୍ତା ପ୍ରଚାର ଲାଗି ବିହାର ପାଟଣା ଦାନପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ଅରବିନ୍ଦ କୁମାର ମିଶ୍ର ଏକ ୩ ଚକିଆ ରିକ୍ସାରେ ଦେଶ ଭ୍ରମଣ କରୁଛନ୍ତି। ତା୧୯ା୨ା୨୦୧୮ରିଖରେ ସେ ଶ୍ରୀକ୍ଷେତ୍ର ଧାମ ପୁରୀ ଜଗନ୍ନାଥ ମନ୍ଦିରର ସମ୍ମୁଖରୁ ଏହି ବାର୍ତ୍ତା ପ୍ରଚାର ଆରମ୍ଭ କରି ଏହାମଧ୍ୟରେ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି। ୨୦ ନଂ. ଜାତୀୟ ରାଜପଥ ଦେଇ ଆସିବା ବାଟରେ ଅରବିନ୍ଦ ଘଟଗାଁ ବ୍ଲକ ମା’ ତାରିଣୀ ପୀଠ ଦେଇ ଶୁକ୍ରବାର ସନ୍ଧ୍ୟାରେ ଢେଙ୍କିକୋଟଠାରେ ପହଞ୍ଚିଥିଲେ। ତାଙ୍କୁ ଏଠାରେ ସରପଞ୍ଚ ଗୌରୀ ବାରିକ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅରବିନ୍ଦ ପଞ୍ଚାୟତ କାର୍ଯ୍ୟାଳୟରେ ରାତ୍ରିଯାପନ କରି ଶନତବାର ସାପ୍ତାହିକ ହାଟରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବେ। ଘଟଗାଁ କୋଦଣ୍ଡଧର ସେବା ଫାଉଣ୍ଡେସନର ସଭାପତି ରବୀନ୍ଦ୍ର କୁମାର ଦେହୁରୀ ଏବଂ ଢେଙ୍କିକୋଟର ସାମାଜିକ ବ୍ୟକ୍ତି ଅମରସିଂ ତାଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ଲାଗି ଏକ କମଳ ଦେବା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ କିମି ଚାଲିଚାଲି ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଛାତ୍ର

କେନ୍ଦୁଝର,୩ା୮(ସ୍ବ.ପ୍ର.): ସଦର ବ୍ଲକ ରାଙ୍କିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବୁଧବାର ଦଶମ ଶ୍ରେଣୀ ଛାତ୍ରମାନେ ୭ କିଲୋମିଟର ରାସ୍ତା ଚାଲଚାଲି...

ଦାବି ପୂରଣ ନ ହେବାରୁ ଦ୍ୱିତୀୟ ଦିନରେ ଟାଟାଖଣି ଶ୍ରମିକଙ୍କ ଧାରଣା

ଯୋଡ଼ା,୨୮।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ବିଛାକୁଣ୍ଡିସ୍ଥିତ ଟାଟା କମ୍ପାନୀର ମାଙ୍ଗାନିଜ ଖଣିର ଶତାଧିକ ଶ୍ରମିକ ଦାବି ପୂରଣ ନ ହେବାରୁ ଦ୍ୱିତୀୟ ଦିନରେ...

ସେପ୍ଟେମ୍ବର ୧୩ରେ ଭାଜପାର ୨ ଘଣ୍ଟିଆ ରାସ୍ତାରୋକୋ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡାଠାରୁ ସୁଡୁସୁଡ଼ିଆ ବାଇପାସ୍‌ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।...

ଦେଶରେ ଅଖଣ୍ଡତା, ସାର୍ବଭୌମକୁ ଅକ୍ଷୁଣ୍ଣ ରଖିବାକୁ ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଷ୍ଟାଡିୟମ ସନ୍ନିକଟ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା...

ବିଭିନ୍ନ ଦାବି ନେଇ ରେଳବାଇ ଜିଏମ୍‌ଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର,୭ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ କେନ୍ଦୁଝର ଯୁବ ପରିଷଦର ଆବାହକ ବରଦା ଦାସଙ୍କ ନେତୃତ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା...

ସଙ୍କଟରେ ପଟିଠାକୁର ପରମ୍ପରା

କେନ୍ଦୁଝର,୧୫।୪ ପଣାସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲାର ଅନ୍ୟତମ ପୁରାତନ ଓ ଅନନ୍ୟ ପରମ୍ପରା ପଟି ଠାକୁର ପରିକ୍ରମା ଉତ୍ସବ ଆରମ୍ଭ ହୋଇଛି। ଗ୍ରାମବାସୀମାନେ ଏକ ପଟି...

ପ୍ରେରଣା ସାଜିଛନ୍ତି ନନ୍ଦିନୀ

କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା...

ପୁଣି ଥରିବ କଣ୍ଟିପାଳର କୁଆମରା ହୁଡ଼ି

ଆନନ୍ଦପୁର,୨୯। ୭(ସ୍ବ.ପ୍ର.)- ଆନନ୍ଦପୁର ବ୍ଲକ କଣ୍ଟିପାଳରେ ଥିବା କୁଆମରା ହୁଡିରେ ପୁଣି ବ୍ଲାଷ୍ଟିଂ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ଷକ ତଳୁ କୁଆମରା ହୁଡିରେ ଆବଶ୍ୟକ...

Advertisement
Archives

Model This Week