ଢାଙ୍କୁଣୀ ନ ପକାଇ ବାଉଁଶ ବାନ୍ଧିଲା ବିଏମ୍‌ସି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ପରେ ଢାଙ୍କୁଣୀ ନ ଥିବା ଖୋଲା ଡ୍ରେନକୁ ସିଲ୍‌ କରାଯାଇଛି। ଡ୍ରେନର ଚତୁଃପାର୍ଶ୍ୱରେ ସିମେଣ୍ଟ କଂକ୍ରେଟ ସ୍ଲାବ ଓ ଢାଙ୍କୁଣୀ ନ ପକାଇ ବାଉଁଶ ବନ୍ଧା ଯାଇଛି। ନୂଆ କରି ନିର୍ମିତ ହୋଇଥିବା କଲଭର୍ଟର ଦୁଇପାର୍ଶ୍ୱ ରାସ୍ତାକୁ କଲଭର୍ଟର ଉଚ୍ଚତା ସହ ସମାନ କରାଯାଇଛି। ଏହି ରାସ୍ତାକୁ ଯାତାୟାତ କରିବା ଭଳି ହୋଇଛି। ଗୁରୁବାର ଘଟିଥିବା ଦୁର୍ଘଟଣା ପରେ ବିଏମ୍‌ସିର ଚେତା ଉଦୟ ହୋଇଛି। ଉକ୍ତ ଡ୍ରେନକୁ ଶୀଘ୍ର ସିଲ କରିବା ଲାଗି ବିଧାୟକ ସୁଶାନ୍ତ ରାଉତ ବିଏମ୍‌ସି କମିଶନରଙ୍କ ସହ ଆଲୋଚନା କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ଦୁର୍ଘଟଣାରୁ ରକ୍ଷା ପାଇବା ଲାଗି ବିଏମ୍‌ସି ପକ୍ଷରୁ ଏ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡ୍ରେନେଜ୍‌ ଇଞ୍ଜିନିୟର ପ୍ରଦୀପ ସାଗର ଦୁରିଆ କହିଛନ୍ତି। ତେବେ ଏ ପରିପ୍ରେକ୍ଷୀରେ ଶନିବାର ବିଏମ୍‌ସିର କେତେଜଣ ଅଧିକାରୀଙ୍କ ସହ ସାଲିଆସାହିରେ ଥିବା ୫ଟି ଓ୍ବାର୍ଡର ଓ୍ବାର୍ଡ ଅଫିସର ଉକ୍ତ ସ୍ଥାନକୁ ଗସ୍ତ କରିବା ସହ ଆବଶ୍ୟକ କାର୍ଯ୍ୟର ରିପୋର୍ଟ ଉପରୋକ୍ତ ରିପୋର୍ଟ ଦେଇଥିଲେ। ରିପୋର୍ଟ ପ୍ରଦାନ କରିବା ପରେ ବିଏମ୍‌ସି ପକ୍ଷରୁ ସେଠାରେ ପ୍ରଥମେ ବାଉଁଶ ବନ୍ଧା ଯାଇ ଯାତାୟାତ ନ କରିବା ଲାଗି ପ୍ରତିବନ୍ଧକ ଲଗାଯାଇଛି।
ଆଉ ଯେପରି ଅନ୍ୟ କେଉଁଠି ଦୁର୍ଘଟଣା ନ ଘଟିବ, ସେଥିପ୍ରତି ବିଏମ୍‌ସି ପକ୍ଷରୁ ଧ୍ୟାନ ଦିଆଯିବା ସହ ଏବେ ସହରର ପ୍ରତ୍ୟେକ ଡ୍ରେନରେ ସ୍ଲାବ ବା ଢାଙ୍କୁଣୀ ପଡ଼ିବ ବୋଲି ପ୍ରକାଶ ପାଇଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୋଲା ଡ୍ରେନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି। ସିଟି ଇଞ୍ଜିନିୟର ଦେବ ସୁନ୍ଦର ମହାପାତ୍ର, ଡ୍ରେନେଜ ବିଭାଗୀୟ ଇଞ୍ଜିନିୟର ଦୁରିଆଙ୍କ ନେତୃତ୍ୱରେ ଏ ନେଇ କାର୍ଯ୍ୟ ଜାରି ରହିଛି ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସ୍ଲାବ ପଡ଼ିବା ଲାଗି କେତେ କ’ଣ ଖର୍ଚ୍ଚ ହେବ ସେନେଇ କିଛି ଆକଳନ କରାଯାଇ ନ ଥିବା ବେଳେ ସହରର କେତେ କିମି ଡ୍ରେନରେ ସ୍ଲାବ ପଡ଼ିବ ଜଣାପଡ଼ିବା ପରେ ବ୍ୟୟ ବରାଦ ସ୍ଥିର କରାଯିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ଉଲ୍ଲେଖଥାଉ କି, ବିଏମ୍‌ସିର ଖାମଖିଆଲ ମନୋଭାବ ପାଇଁ ଗତ ଗୁରୁବାର ସାଲିଆସାହିରେ ବୃଦ୍ଧା ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଭିଲ୍ଲା ଛକରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତାରୋକୋ କରିଥିଲେ। ପରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨ଲକ୍ଷ ଓ ସ୍ଥାନୀୟ ବିଧାୟକ ଏକ ଲକ୍ଷ ୧୦ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କରୋନା ନେଲା ଆଉ ୨ଜୀବନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ କରୋନା ଜନିତ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗଞ୍ଜାମ ଜିଲାର। ଏହାକୁ ମିଶାଇ ଗଞ୍ଜାମ ଜିଲାରେ ମୃତ୍ୟୁ ସଂଖ୍ୟା...

କରୋନା ମୁକାବିଲା ଚିନ୍ତା: ତାଲିମ ନେବେ ୧୬୨୦ ଆୟୁଷ ଡାକ୍ତର

ଭୁବନେଶ୍ୱର,୮।୪(ବ୍ୟୁରୋ): କରୋନା ମୁକାବିଲା ଲାଗି ଏମ୍‌ବିବିଏସ୍‌ ଛାତ୍ରୀଛାତ୍ରଙ୍କୁ ତାଲିମ ଦେଇ ନିୟୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ହୋମିଓପାଥିକ, ଆୟୁର୍ବେଦିକ, ଏଏନ୍‌ଏମ୍‌ଙ୍କୁ...

ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡ଼ିଶା ମଣ୍ଡପ : ପୁଞ୍ଜିନିବେଶ ଆକୃଷ୍ଟ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଚଳିତବର୍ଷ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସ୍ଥାନ ପାଇବ ଓଡ଼ିଶାର ଆକର୍ଷଣୀୟ ମଣ୍ଡପ। ରାଜ୍ୟର ବଛା...

ଲକ୍‌ଡାଉନ୍‌ ମାନୁନାହାନ୍ତି ୧୦ ପ୍ରତିଶତ ଲୋକ: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ;ଗିରଫ ହେଲେଣି ୧୪୦୦ରୁ ଅଧିକ ଉଲ୍ଲଂଘନକାରୀ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ମହାମାରୀ କରୋନା ସଂକ୍ରମଣ ରୋକିବାକୁ ସାରା ଭାରତ ଏବେ ଲକ୍‌ଡାଉନ୍‌। ଓଡ଼ିଶାରେ ମଧ୍ୟ ଲକ୍‌ଡାଉନକୁ ସଫଳ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର...

ଫ୍ୟାନ୍ସି ନମ୍ବରରୁ ରେକର୍ଡ ଆଦାୟ: ୬ମାସରେ ମିଳିଛି ୧୧.୨୪ କୋଟି

ଭୁବନେଶ୍ୱର,୫।୪: ଫ୍ୟାନ୍ସି ଏବଂ ପସନ୍ଦ ଯୋଗ୍ୟ ରେଜିଷ୍ଟ୍ରେଶନ ନମ୍ବର ବାବଦରେ ଗତ ୬ମାସ ଅର୍ଥାତ୍‌ ୨୦୨୦ ଅକ୍ଟୋବରରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ରାଜ୍ୟ ସରକାର ୧୧.୨୪କୋଟି...

ଅତିରିକ୍ତ ବଜେଟ ପାଇଁ ଚାଲିଛି ପ୍ରସ୍ତୁତି: ଆଜି ସବୁ ବିଭାଗ ପକ୍ଷରୁ ଖର୍ଚ୍ଚ ଦାବି ପ୍ରସ୍ତାବ ଦେବାର ଶେଷ ଦିବସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତଅଧିବେଶନ ଆସନ୍ତା ନଭେମ୍ବର ମାସ ଅଧାରେ ହେବ ବୋଲି ଜଣାପଡିଛି। ଏହି ଅଧିବେଶନ କାଳରେ ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ...

ସରିଲା ଯାଞ୍ଚ: ୨ ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥିପତ୍ର କାଏମ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ବେଳେ ୮ହଜାର ୬୪୮ନାମାଙ୍କନପତ୍ର କଟିଥିବା ବେଳେ ୨ଲକ୍ଷ ୨୦ହଜାର...

୨୦୨୦ରେ ଭୁବନେଶ୍ୱର ଆର୍ଟ ସମିଟ୍‌

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅଜର୍ର୍ନ କରିଥିବା କଳାକାରମାନଙ୍କ ଚିତ୍ରକଳାକୁ ନେଇ ଭୁବନେଶ୍ୱର ‘ଆର୍ଟ ସମିଟ୍‌ ୨୦୧୯’ର ପ୍ରି-ଶୋ ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରି ପରିସରରେ...

Advertisement
Archives

Model This Week