ଡ୍ୟୁକ ପକ୍ଷରୁ ନୂଆ ଜ୍ୟାକେଟ ସମ୍ଭାର

ଭୁବନେଶ୍ୱର,୧୫-୧୧: ଡ୍ୟୁକ୍‌ ଫ୍ୟାଶନ୍ସ ଲିମିଟେଡ ପକ୍ଷରୁ ନୂଆ ଜ୍ୟାକେଟ ଏବଂ ସ୍ବେଟର ସମ୍ଭାର ବଜାର ପ୍ରବେଶ କରାଯାଇଛି। ଏଥିରେ ଗ୍ରାହକମାନେ ଷ୍ଟାଇଲ, ଡିଜାଇନ, କଲର, ଫ୍ୟାବ୍ରିକ ଏବଂ ଟ୍ରେଣ୍ଡ ଭଳି ବୈଶିଷ୍ଟ୍ୟ ଲାଭ କରିପାରିବେ। ୟୁରୋପର ବିଭିନ୍ନ ସହରରୁ ଅନୁପ୍ରାଣୀତ ହୋଇ ଡିଜାଇନଗୁଡିକୁ ପ୍ରସ୍ତୁତ କରାଯାଇଛି। କମ୍ପାନୀର ବିଭିନ୍ନ ମଧ୍ୟରେ ରହିଛି ଉଲେନ ଟପ୍ସ, ବମ୍ବର୍ସ, ଲଙ୍ଗ କୋଟ, ସ୍କି ଜ୍ୟାକେଟ, ଟ୍ବିଡ କୋଟ, ରେଗୁଲାର ଜ୍ୟାକେଟ, ସ୍ପୋର୍ଟ ଜ୍ୟାକେଟ, ଚେଷ୍ଟର୍ସ,ହୁଡ ଜ୍ୟାକେଟ, ଓ୍ବାସ୍‌ଡ ଜ୍ୟାକେଟ ସହ ବିଭିନ୍ନ ଡିଜାଇନ ସ୍ବିଟର ମଧ୍ୟ ରହିଛି। ଫ୍ୟାଶନ ପ୍ରେମୀଙ୍କୁ ଧ୍ୟାନରେ ରଖି ବିଭିନ୍ନ ପ୍ରଡକ୍ଟ ବଜାରକୁ ଆସିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। ପୁରୁଷ, ମହିଳା ଏବଂ ଶିଶୁ ବର୍ଗରେ ଏହି ପ୍ରଡକ୍ଟଗୁଡିକ ଉପଲବ୍ଧ। ୯୯୯ ଟଙ୍କାରୁ ୪,୯୯୯ ଟଙ୍କା ମଧ୍ୟରେ ଏହା ପ୍ରଡକ୍ଟଗୁଡିକ ମିଳିବ। ଷ୍ଟାଇଲ ଏବଂ ଗୁଣବତ୍ତା ଆଧାରରେ ବିଭିନ୍ନ ପ୍ରଡକ୍ଟ ବଜାରକୁ ଆସିଥିବା ଡ୍ୟୁକ୍‌ ଫ୍ୟାଶନ୍ସ ଲିମିଟେଡର ନିର୍ଦ୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀ ଆଇନରେ ଆସିବ ସଂଶୋଧନ

ନୂଆଦିଲ୍ଲୀ,୧୮।୫: କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ଅଧ୍ୟାଦେଶ ଆଣିବେ। ଉକ୍ତ ଆଇନରେ ଥିବା ବିଭିନ୍ନ ଧାରାକୁ ଅପରାଧମୁକ୍ତ କରିବା, ଭାରତୀୟ କର୍ପୋରେଟଗୁଡ଼ିକୁ ସିଧାସଳଖ...

ରେପୋ କମାଇ ନ ପାରେ ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏହାର ପରବର୍ତ୍ତୀ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ରେପୋ ହ୍ରାସ କରି ନ ପାରେ। ଏହା ରେପୋକୁ ଅପରିବର୍ତ୍ତିତ ରଖିପାରେ ବୋଲି...

ଚାଇନା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୧।୬: ସୀମାରେ ଚାଇନା ସେନାର ଆକ୍ରମଣ ଯୋଗୁ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶ ମଧ୍ୟରେ ଚାଇନା ବିରୋଧୀ ସ୍ବର ତୀବ୍ର ହୋଇଛି।...

ଆମେରିକା ବାଦାମ ଉପରୁ ସୀମାଶୁଳ୍କ ହ୍ରାସକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୧-୭: ଆମେରିକାରୁ ଆସୁଥିବା ଆଲ୍‌ମଣ୍ଡ(ବାଦାମ) ଉପରୁ ସୀମାଶୁଳ୍କ ହ୍ରାସ କରିବାକୁ ଆମେରିକାର ଅନୁରୋଧକୁ ଭାରତ ପ୍ରତ୍ୟାଖ୍ୟାନ କରିଦେଇଛି। ଗତ ମାସରେ ଆମେରିକାରୁ ଆସୁଥିବା ଆଲମଣ୍ଡ, ଅଖରୋଟ...

ମାନ୍ଦାବସ୍ଥା କାରଣରୁ ଗାଡ଼ି ବିକ୍ରି କମିଛି: ହୋଣ୍ଡା ପ୍ରେସିଡେଣ୍ଟ

ଦେଶର ଦେଖାଦେଇଥିବା ମାନ୍ଦାବସ୍ଥା କାରଣରୁ ଦୁଇଚକିଆ ଯାନ ବିକ୍ରି କମିଛି। ସେହିପରି ବିଏସ୍‌-୬ ମାନଦଣ୍ଡ ଆପଣାଇବା ଯୋଗୁ ଗାଡ଼ି ଦାମ୍‌ ବଢ଼ିଯିବ ବୋଲି ହୋଣ୍ଡା ମୋଟର...

ହ୍ରାସ ହୋଇପାରେ ଜିଡିପି ଆକଳନ

ନୂଆଦିଲ୍ଲୀ,୧୨।୫: ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଧିମାବସ୍ଥାକୁ ନଜରରେ ରଖି ଆମେରିକାର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କମ୍ପାନୀ ‘ମୋର୍ଗାନ୍‌ ଷ୍ଟାନ୍‌ଲେ’ ପକ୍ଷରୁ ଦେଶର ସମଗ୍ର...

ରାଜ୍ୟ ଜିଏସ୍‌ଟି ସଂଗ୍ରହ ଅଭିବୃଦ୍ଧି ହାର ୪୭%

କଟକ,୩ା୩: ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଅଭିବୃଦ୍ଧି ହାର ସର୍ବାଧିକ ରହିଛି। ଚଳିତ ବର୍ଷ ଫେବୃୟାରୀରେ ରାଜ୍ୟର ସାମଗ୍ରିକ ଜିଏସ୍‌ଟି ସଂଗ୍ରହ ୪୧୦୧.୦୯ କୋଟି...

ବିଟ୍‌କଏନ୍‌ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ, ୧୯ ।୬: ବିଟ୍‌କଏନ୍‌ରେ ଶନିବାର ଭାରି ହ୍ରାସ ଦେଖିବାକୁ ମିଳିଛି। ଏହା ୨୦,୦୦୦ ଡଲାରରୁ ଊର୍ଦ୍ଧ୍ୱ ହ୍ରାସ ଘଟି ୧୮ ମାସର ସର୍ବନିମ୍ନ ସ୍ତରରେ...

Advertisement
Archives

Model This Week