ଡ୍ୟାନିଙ୍କ ନାମ ରଖିଥିଲେ ଜୟା ବଚ୍ଚନ: ସିକିମ୍‌ ରାଜକୁମାରୀଙ୍କୁ ଦୀର୍ଘ ଦିନ ପ୍ରେମ ପରେ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗ୍‌ପା ମଙ୍ଗଳବାର ୭୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୮ ଫେବୃୟାରୀ ୨୫ରେ ସିକିମ୍‌ର ଗ୍ୟାଙ୍ଗଟକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥେସରିଙ୍ଗ୍‌ ଫିଣ୍ଟୋସ୍‌ ଡେଞ୍ଜୋଙ୍ଗ୍‌ପା ଥିଲା। ଘରେ ମନାକରିବା ପରେ ମଧ୍ୟ ସେ ପୁଣେର ଫିଲ୍ମ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଥିଲେ। ସେଠାରେ ସହପାଠୀ ନାମକୁ ନେଇ ତାଙ୍କୁ ଥଟ୍ଟା କରୁଥିଲେ। ସେତେବେଳେ ସେଠାରେ ଜୟା ଭାଦୁଡ଼ି ମଧ୍ୟ ପଢୁଥିଲେ। ଜୟା ତାଙ୍କ ନାମ ଡ୍ୟାନି ରଖିଥିଲେ। ଶୋଲେ ଫିଲ୍ମରେ ଗବ୍ବର ସିଂ ଭୂମିକା ପାଇଁ ସେ ରମେଶ ଶିପ୍ପିଙ୍କର ପ୍ରଥମ ପ୍ରସନ୍ଦ ଥିଲେ। ତେବେ ସେ ଫିରୋଜ ଖାଁଙ୍କ ଧର୍ମାତ୍ମା ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ସେଥି ପାଇଁ ସେ ସମୟ ନ ଦେବାରୁ ରୋଲ୍‌ଟି ଅମଜାଦ୍‌ ଖାଁଙ୍କୁ ମିଳିଥିଲା। ଡ୍ୟାନିଙ୍କ ପୂରାନାମ ଥେସରିଂ ଫିଣ୍ଟୋସ୍‌ ଡେଞ୍ଜୋଙ୍ଗ୍‌ପା ଥିଲା। ସିକିମ୍‌ର ରାଜକୁମାରୀ ଗାଓ୍ବା ଡ୍ୟାନିଙ୍କ ଅଭିନୟ ଦକ୍ଷତାରେ ପାଗଳ ଥିଲେ। ଦୁଇଜଣଙ୍କ ମଧ୍ୟରେ ଦୀର୍ଘଦିନର ପ୍ରେମ ସମ୍ପର୍କ ଶେଷରେ ବିବାହରେ ପରିଣତ ହୋଇଥିଲା। ତେବେ ଡ୍ୟାନି ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବାହାରେ ପ୍ରକାଶ କରିବାକୁ ଚାହିଁ ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତର ଦୁଇ ମହାରଥୀ: ମଞ୍ଚର ନେପଥ୍ୟରେ ରହି କରନ୍ତି ସବୁକିଛି

ଯାତ୍ରା ଜଗତର ଦୁଇ ମହାରଥୀ। ଏମାନେ ମଞ୍ଚ ଉପରକୁ ଆସନ୍ତିନି। ମଞ୍ଚର ନେପଥ୍ୟରେ ରହି ସବୁକିଛି କରୁଥାନ୍ତି। ଏ ଦୁହେଁ ସବୁବେଳେ ଗୋଟିଏ କଥା ଚିନ୍ତା...

ଆମେରିକା ଯିବା ପୂର୍ବରୁ କୋକିଳାବେନ୍‌ ହସ୍ପିଟାଲ ଗଲେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ନିକଟରେ ସେ ନିଶ୍ୱାସ ନେବାରେ କଷ୍ଟ...

ଟୁ-ଇନ୍‌-ଓ୍ବାନ୍‌ ଅଭି

ଥରେ ଅପେରା ସିଜନ ଅଧାରେ ଏକ ପାର୍ଟିର ଆଙ୍କର କୌଣସି କାରଣବଶତଃ ପାର୍ଟି ଛାଡ଼ି ଚାଲିଗଲେ। ଠିକ୍‌ ସେତିକିବେଳେ ଜଲିଉଡ୍‌ର ବର୍ଷୀୟାନ ଅଭିନେତା କୈଳାସ ବେହେରା...

ପ୍ରଥମ ଥର କରଓ୍ବାଚୌଥ ପାଳନ କଲେ ନେହା କକ୍କର

ସାରା ଦେଶରେ କରଓ୍ବାଚୌଥ ପାଳନ କରାଯାଉଛି। କରୋନା କଟକଣା ସତ୍ତ୍ୱେ ଏହି ଉତ୍ସବକୁ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ବଲିଉଡ୍‌ର ଲୋକପ୍ରିୟ...

‘ବିଗ୍‌ବସ୍‌-୧୩’ର ଏହି ତିନିଜଣ ପ୍ରତିଯୋଗୀଙ୍କୁ ପସନ୍ଦ କରୁଛନ୍ତି ଭୁବନେଶ୍ୱରୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ବସ୍‌-୧୩’। ଶୋ’ ନିର୍ମାତା ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଡୋଜ୍‌ ଦେବାକୁ ଭଳିକିଭଳି ଉପାୟ ଆପଣାଉଛନ୍ତି। ନୂଆ ନୂଆ ଟୁଇଷ୍ଟ ଆଣ୍ଡ ଟର୍ନ...

୨୭ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିଲେ ରିଷି-ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର ରିଷି କପୁର କିଛି ଦିନ ହେବ ବିଦେଶରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଦେଖା କରିବାକୁ ବଲିଉଡ୍‌ର ବହୁ କଳାକାର...

‘ତ୍ରିଭଙ୍ଗ’ରେ ନଜର ଆସିବେ କାଜଲ, ନିର୍ଦ୍ଦେଶନା ଦେବେ ସଲମାନ୍‌ଙ୍କ ଭାଉଜ

ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ତାନାଜୀ ଦି ଅନ୍‌ସଙ୍ଗ୍‌ ଓ୍ବାରିୟର’ରେ ସ୍ବାମୀ ଅଜୟ ଦେବ୍‌ଗନ୍‌ଙ୍କ ସହ ନଜର ଆସିବେ ଅଭିନେତ୍ରୀ କାଜଲ। ଏହା ବ୍ୟତିତ କାଜଲ...

ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଗୁରୁତ୍ୱପୂର୍ଣ୍ଣ: ଏହିଦିନ ଆରମ୍ଭ ହୋଇଥିଲା ରଙ୍ଗୀନ ପ୍ରସାରଣ

ମୁମ୍ବାଇ: ଠିକ୍‌ ଆଜିର ଦିନ ଅର୍ଥାତ୍‌ ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୮୨ ମସିହାରେ ଏହି ଚ୍ୟାନେଲ ପ୍ରଥମେ ରଙ୍ଗୀନ ପ୍ରସାରଣ ପରୀକ୍ଷା...


Coronavirus Update

Archives

Model This Week

Why Dharitri