ଡ୍ରେନ୍‌ ସଫେଇକୁ ପଦାରେ ପକାଇଲା ବର୍ଷା : ବଡ଼ଦାଣ୍ଡ, ବେଳାଭୂମି ରାସ୍ତାରେ ଜମିଲା ପାଣି

ପୁରୀ ଅଫିସ, ୨୬।୭ : ରଥଯାତ୍ରା ପୂର୍ବରୁ ଜିଲା ପ୍ରଶାସନ ଡ୍ରେନ୍‌ ସଫେଇକୁ ଏକପ୍ରକାର ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲା। ଖୋଦ୍‌ ଜିଲାପାଳ ଏହି ଦାୟିତ୍ୱ ନିଜ କାନ୍ଧକୁ ନେଇ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ। ବାହାର ଜିଲାରୁ ସଫେଇ କର୍ମଚାରୀଙ୍କୁ ଅଣାଯାଇ ସହରର ବିଭିନ୍ନ ଡ୍ରେନ୍‌ ସଫା କରାଯାଇଥିଲା। ପ୍ରଶାସନିକ ଅଧିକାରୀମାନଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଥିଲା। ରଥଯାତ୍ରା ପୂର୍ବରୁ ସହରର ସବୁ ଛୋଟ ବଡ ଡ୍ରେନ୍‌ ସଫା କରାଯାଇଥିବା କୁହାଗଲା। ହେଲେ ଗୁରୁବାର ହୋଇଥିବା ବର୍ଷା ଡ୍ରେନ୍‌ ସଫେଇର ବାସ୍ତବତାକୁ ପଦାରେ ପକାଇଛି। ବଡ଼ଦାଣ୍ଡଠୁ ଆରମ୍ଭ କରି ବେଳାଭୂମି ରାସ୍ତା ସବୁଠି ବର୍ଷାପାଣି ଜମିଛି।
ଭୋରୁ ବର୍ଷା ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୧ଟାରୁ ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ ସବୁ ରାସ୍ତାଘାଟ ଜଳମଗ୍ନ ହୋଇଯାଇଥିଲା। ବିଶେଷକରି ବଡଦାଣ୍ଡର ସ୍ଥିତି ଅଧିକ ସଙ୍ଗିନ ହୋଇପଡ଼ିିଥିଲା। ବର୍ଷା ପାଣି ସହ ଡ୍ରେନ୍‌ ପାଣି ମିଶି ରାସ୍ତାରେ ସୁଅ ଛୁଟିଥିଲା। ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଜମା ହୋଇ ରହିଥିବା ଆବର୍ଜନା ରାସ୍ତାସାରା ଭାସିଥିଲା। କେତେକ ସ୍ଥାନରେ ଡ୍ରେନ୍‌ ଚୋକ୍‌ ହୋଇଯିବାରୁ ନଳାପାଣି ଉଦ୍‌ବୃତ୍ତ ହୋଇଥିଲା। ମେଡିକାଲ ଛକରେ ପ୍ରାୟ ଦେଢ ଫୁଟ ଉଚ୍ଚର ପାଣି ଜମିଯାଇଥିଲା। ସେହିପରି ଶରଧାବାଲିରେ ବର୍ଷା ପାଣିର ସୁଅ ଦେଖିବାକୁ ମିଳିଥିଲା। କେବଳ ବଡଦାଣ୍ଡ ନୁହେଁ, ସହରର ପ୍ରାୟ ଅଧିକାଂଶ ରାସ୍ତାରେ ପାଣି ଜମିରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚଣ୍ଡିଖୋଲରେ ହେବ ଦେଶର ବଡ଼ ତୈଳଭଣ୍ଡାର

ଭୁବନେଶ୍ୱର,୬।୪(ବ୍ୟୁରୋ): ଯାଜପୁର ଜିଲା ଚଣ୍ଡିଖୋଲଠାରେ ତିଆରି ହେବ ଦେଶର ସବୁଠୁ ବଡ଼ ତୈଳ ଭଣ୍ଡାର। ଇଣ୍ଡିଆନ ଅଏଲର ଏହି ଷ୍ଟ୍ରାଟେଜିକ୍‌ ପେଟ୍ରୋଲିୟମ୍‌ ରିଜର୍ଭୟରରେ ଅଶୋଧିତ ତୈଳ...

ପ୍ରମୋଦ ସାହୁ ବରଖାସ୍ତ

ଭୁବନେଶ୍ୱର (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ, ୨୭-୧୧: କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି ଲିଃ ସଭାପତି ପଦରୁ ପ୍ରମୋଦ ସାହୁଙ୍କୁ ବରଖାସ୍ତ କରାଯାଇଛି। ଆଇଏଏସ୍‌ ଅଧିକାରୀ ତଥା...

ଯୁକ୍ତ ୨ ନାମ ଲେଖା: କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ, କେବେଠୁ ନାମ ଲେଖା ଜାଣନ୍ତୁ…

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରମାନେ ଏଥିପାଇଁ ଆବେଦନ କରିପାରିବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା...

ଦାବି ମାନିଲେନି ବାଚସ୍ପତି: ମୁହଁରେ କଳା କପଡ଼ା ଗୁଡ଼ାଇ ପ୍ରତିବାଦ କଲା ଭାଜପା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ନାରୀ ନିର୍ଯାତନା ମୋସନକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗତ ଦୁଇ ଦିନ ଧରି ଭାଜପାର ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିବା ସହ ଗୃହକାର୍ଯ୍ୟରେ...

ସମସ୍ତ ସହରାଞ୍ଚଳରେ ହେବ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ରବିବାର ବିଳମ୍ବିତ ରାତିରେ ଜଣେ ୩୩ ବର୍ଷୀୟ ଯୁବକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।...

ବିମାନବନ୍ଦର ରି-କାର୍ପେଟିଂ ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଦେବାକୁ ଚିଠି

ଭୁବନେଶ୍ୱର, ୬ା୬(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରି-କାର୍ପେଟିଂ ବିଳମ୍ବ ହୋଇଛି। ତେଣୁ ବିଳମ୍ବର କାରଣ ଓ ବର୍ତ୍ତମାନ ସ୍ଥିିତି କ’ଣ ରହିଛି ସେ ନେଇ...

ମେଟ୍‌ଲ ମିଟ୍‌-୨୦୧୯: ସିନିୟର ଗ୍ରୁପ୍‌ରେ ଆଇଜିଆଇଟି ସରାଙ୍ଗ ଚାମ୍ପିଅନ୍‌, ଜୁନିୟରରେ ପୁଣି ବାଜି ମାରିଲା ମଦର୍ସ ପବ୍ଲିକ ସ୍କୁଲ

ଭୁବନେଶ୍ୱର,୪।୮(ବ୍ୟୁରୋ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ ଶେଷ ହୋଇଛି। ଏହାର ସିନିୟର ଗ୍ରୁପ୍‌ର ଆଇଜିଆଇଟି(ସରାଙ୍ଗ)...

ରାଜଧାନୀର ୨ଟି ବାରରେ ଲାଗିଲା ତାଲା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡ କଳ୍ପନା ଛକ ନିକଟରେ ଥିବା ପେଣ୍ଟାଗନ୍‌ ବାର ଆଣ୍ଡ ହୋଟେଲ ଓ ନିଶା ବାର୍‌କୁ ରବିବାର ବିଏମ୍‌ସି...

Advertisement


Archives

Model This Week