ଡ୍ରାଇଭରଙ୍କୁ ହତ୍ୟା ଘଟଣା : ଢାବା କର୍ମଚାରୀ ଗିରଫ

ସୋନପୁର,୨୪।୮(ନି.ପ୍ର.) : ଡ୍ରାଇଭରଙ୍କୁ ହତ୍ୟା ଘଟଣାରେ ସୋନପୁର ଟାଉନ ପୋଲିସ ଅଭିଯୁକ୍ତ ସୁଶାନ୍ତ ଗୁରୁ(୨୦)ଙ୍କୁ ଗିରଫ କରିଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୁଶାନ୍ତଙ୍କ ଘର ତରଭା ଥାନା କୁଟସିରା ଗ୍ରାମରେ। ସୋନପୁର-ବିନିକା ରାସ୍ତାର ଶରଧାପାଲି ନିକଟରେ ଥିବା ଏକ ଢାବାରେ ଗୁରୁବାର ଅପରାହ୍ନରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଢାବାକୁ ଖାଇବାକୁ ଯାଇଥିବା ବିନିକା ଥାନା ଜାମଛପର ଗ୍ରାମର ଯଦୁମଣି ଭୁଏ(୩୦)ଙ୍କୁ ସୁଶାନ୍ତ ହତ୍ୟା କରିଥିଲେ। ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶ ହତ୍ୟାକାଣ୍ଡ ସମ୍ପର୍କରେ ଶନିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯଦୁମଣି ନିଜର ବନ୍ଧୁ ଟିଟୁଙ୍କ ସହିତ ଢାବାକୁ ମଧ୍ୟାହ୍ନଭୋଜନ କରିବାକୁ ଯାଇଥିଲେ। ଖାଇ ସାରିବା ପରେ ବିଲ୍‌ ପ୍ରଦାନକୁ ନେଇ ଯଦୁ ଓ ଢାବା କର୍ମଚାରୀ ସୁଶାନ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ସୁଶାନ୍ତ ଯଦୁମଣିଙ୍କ ବାମ ନାକ ପୁଡା ଓ କାଖରେ ଲୁହାରଡ ଭୁସି ହତ୍ୟା କରିଥିଲେ। ଏହି ଧାରୁଆ ଲୁହାରଡଟି ଢାବା ଚୂଲାରେ କୋଇଲା ଟଣା କାର୍ଯ୍ୟରେ ବ୍ୟବହୃତ ହେଉଥିଲା ବୋଲି ଏସ୍‌ପି କହିଛନ୍ତି। ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମୃତକଙ୍କ ବାପା ପୁରନ୍ଦର ଭୁଏଙ୍କ ଅଭିଯୋଗକ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ହତ୍ୟାକାରୀଙ୍କୁ ଧରିବା ପାଇଁ ଏସ୍‌ପି ଦାଶ ସୋନପୁର ଏସଡିପିଓ ମିହିର କୁମାର ପଣ୍ଡା ଓ ସୋନପୁର ଆଇଆଇସି ଲୋକେଶ କୁମାର ସାହୁଙ୍କୁ ନେଇ ଏକ ଟିମ୍‌ ଗଠନ କରିଥିଲେ। ଢାବାର ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା ପରେ ହତ୍ୟାକରୀଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାରଡ ଜବତ ହୋଇଥିବା ଏସ୍‌ପି କହିଛନ୍ତି। ଏହି ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଆନ୍ତୋନୀ ତିର୍କୀ, ବୀରମହାରାଜପୁର ଏସ୍‌ଡିପିଓ ଧୀରଜ ଚୋପଦାର ଓ ସୋନପୁର ଆଇଆଇସି ଲୋକେଶ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶା ବନ୍ଦ: ବରଗଡରେ ବନ୍ଦର ପ୍ରଭାବ

ବରଗଡ଼ ଅଫିସ,୫।୨- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ଚାଲିଥିବା ପଶ୍ଚିମ ଓ ବନ୍ଦ ଡାକରାକୁ ବରଗଡ଼ରେ ସମର୍ଥନ ମିଳିଛି। ଜିଲାର...

ଛତ୍ରପୁର ବ୍ଲକ ଘେରିଲା ଭାଜପା

ଛତ୍ରପୁର,୯।୭(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ କରି ଭାଜପା ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଘେରାଉ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ...

ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର

ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍‌କୋନଗରରେ ଚାଲିଛି ଜୋର୍‌ଦାର ସାଜସଜ୍ଜା। ହାତରେ ଆଉ...

ପ୍ରତାରଣା ପାଇଁ ଗଲେ ଜେଲ

କୁଚିଣ୍ଡା,୧୧ା୮(ଡି.ଏନ.ଏ.): ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ କୁଚିଣ୍ଡା ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମହୁଲପାଲି ଥାନା ଭୁଲୁପଡା (ବାଉରୀଗୋଡା) ଗ୍ରାମର...

ଇବ୍‌ ନଦୀକୁ ଖସିଲା ହାଇୱା: ୨ ନିଖୋଜ

ଲଖନପୁର,୮।୯(ଡି.ଏନ.ଏ)-ଝାରସୁଗୁଡା ଜିଲା ବନହରପାଲି ଥାନା ରମ୍ପେଲା ବ୍ରିଜ ଉପରୁ ମଙ୍ଗଳବାର ଏକ ହାଇଓ୍ବା (ନଂ.ଓଡି ୨୩କେ୧୫୪୭) ଭାରସାମ୍ୟ ହରାଇ ଇବ ନଦୀକୁ ଖସିପଡିଛି। ଫଳରେ ହାଇଓ୍ବାଟି...

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା: ୬ ଅଟକ

ଟିକିରି,୪ା୮(ଡି.ଏନ୍‌.ଏ.): ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଏହି ଅଭିଯୋଗରେ ୬ ଜଣଙ୍କୁ ଟିକିରି ଥାନାରେ ଅଟକ ରଖାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି...

ରଥଯାତ୍ରା: ଏପଟେ ଆବେଗ, ସେପଟେ ସଂକ୍ରମଣ

ପୁରୀ ଅଫିସ,୧୫ା୬: ଦୂର ହୋଇପାରୁନି ରଥଯାତ୍ରା ଦ୍ୱନ୍ଦ୍ୱ। ଗୋଟେ ପଟେ ଜଗନ୍ନାଥଙ୍କ ପାଇଁ ଓଡ଼ିଆଙ୍କ ଭାବାବେଗ ଓ ଅନ୍ୟପଟେ କରୋନା ମହାମାରୀର ସଂକ୍ରମଣ ଭୟ। ଏଭଳି...

ଆମ ଜଙ୍ଗଲ ଯୋଜନାରେ ଦୁର୍ନୀତି: ନିଲମ୍ବିତ ହେଲେ ଫରେଷ୍ଟର

କୋକସରା,୮।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ବନାଞ୍ଚଳ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଆମ ଜଙ୍ଗଲ ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ...

Advertisement
Archives

Model This Week