ଡ୍ରାଇଭରଙ୍କୁ ମାଡ଼ ମାରିି ଟାଟା ମ୍ୟାଜିକ୍‌ ଲୁଟ୍‌ ଘଟଣା: ୧୪ ମାସ ପରେ ଗାଡ଼ି ଜବତ, ୨ ଗିରଫ

ବାଲିଅନ୍ତା,୨୯ା୬(ଡି.ଏନ୍‌.ଏ.): ୧୪ମାସ ତଳେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଅନନ୍ତପୁରସ୍ଥିତ ଏକ ମଦ ଦୋକାନ ସମ୍ମୁଖରୁ ଜଣେ ଡ୍ରାଇଭରଙ୍କୁ ଲୁହାରଡରେ ମାଡ଼ମାରି ଟାଟା ମ୍ୟାଜିକ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ବାଲିଅନ୍ତା ପୋଲିସ। ଘଟଣାରେ ସମ୍ପୃକ୍ତି ଥିବା ଦୁଇଜଣଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ଅଛି। ଗିରଫଦ୍ୱୟ ହେଲେ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ଅଧୀନ ବାଗଲପୁର ଗ୍ରାମର ପ୍ରଭାତ ସାମଲ (୨୫) ଓ କଟକ ଜିଲା କନ୍ଦରପୁର ଥାନା ବିରିବାଟୀର ପପୁନା ଓରଫ ଶିବପ୍ରସାଦ ଭୋଇ(୨୩)। ପୋଲିସ ସେମାନଙ୍କଠାରୁ ଲୁଟ ହୋଇଥିବା ଗାଡିକୁ ଜବତ କରିଛିି। ଫେରାର ଅଭିଯୁକ୍ତ ହେଲେ କନ୍ଦରପୁର ଗ୍ରାମର ବିିଦ୍ୟାଧର ବେହେରା। ଏ ନେଇ ଥାନାରେ ନଂ ୮୬/୧୮ରେ ରୁଜୁ ହୋଇଥିବା ମାମଲାରେ ପୋଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
ଶୁକ୍ରବାର ପାହାଳ ଫାଣ୍ଡିରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ପ୍ରଦୀପ କୁମାର ରାଉତଙ୍କ କହିବା ମୁତାବକ, ୨୦୧୮ ଏପ୍ରିଲ ୫ତାରିଖରେ ପ୍ରଭାତ ଖୋର୍ଦ୍ଧାରୁ ଏକ ଟାଟା ମ୍ୟାଜିକ (ନଂ ଓଡି ୦୨ ଏପି ୭୩୦୯)କୁ ଭଡାରେ ନେଇ ଫୁଲନଖରା ଅଭିମୁଖେ ଆସିଥିଲେ। କିନ୍ତୁ ଗାଡ଼ିକୁ ଫୁଲନଖରା ପରିବର୍ତ୍ତେ ଅନନ୍ତପୁର ନେଇଯାଇଥିଲେ। ସେଠାରେ ଥିବା ଏକ ବିଦେଶୀ ମଦ ଦୋକାନରୁ ମଦ କିଣି ଗାଡିରେ ଥିବା ଡ୍ରାଇଭର ରବୀନ୍ଦ୍ର ପୃଷ୍ଟିକୁ ପିଇବାକୁ ଦେଇଥିଲେ। ଉଭୟ ମଦ ପିଇବା ପରେ ନିଶାରେ ପ୍ରଭାତ ତାଙ୍କ ସାଙ୍ଗ ଶିବପ୍ରସାଦ ଓ ବିଦ୍ୟାଧରକୁ ସେଠାକୁ ଡାକିଥିଲେ। ପରେ ତିନି ମିଶି ଚୋରି ଉଦ୍ଦେଶ୍ୟରେ ଡ୍ରାଇଭରଙ୍କୁ ଏକ ଲୁହା ରଡରେ ଆକ୍ରମଣ କରିଥିଲେ। ରବୀନ୍ଦ୍ର ଆହତ ହେବାରୁ ତାଙ୍କ ପାଖରୁ ୧୬୫୦ଟଙ୍କା ସହ ଟାଟା ମ୍ୟାଜିକକୁ ନେଇ ତିନି ଫେରାର ହୋଇଯାଇଥିଲେ। ଏ ନେଇ ରବୀନ୍ଦ୍ର ସୁସ୍ଥ ହୋଇ ୧୧ତାରିଖରେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୧୭୫ରେ...

ବୌଦ୍ଧ ବିହାର ରତ୍ନଗିରି ଅସୁରକ୍ଷିତ: ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌

ବରୀ,୧୨।୯ (ସ୍ବ.ପ୍ର): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ରତ୍ନଗିରି ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ଆସୁଥିବା...

ସରିଲା ସଙ୍ଗରୋଧ ଅବଧି: ଫେରିଲେ ଗଞ୍ଜାମ, ଗଜପତିର ୯ ଶ୍ରମିକ

କୋଲନରା,୨୯ା୪: ରାୟଗଡ଼ା ଜିଲା କୋଲନରା ବ୍ଲକ୍‌ ଥେରୁବାଲି ଏବଂ ସୂରୀ ପଞ୍ଚାୟତର ଜାମୁଲେଲିବାଡ଼ିସ୍ଥିତ କରୋନା ଆଶ୍ରୟସ୍ଥଳୀରେ ଥିବା ଗଞ୍ଜାମ ଓ ଗଜପତି ଜିଲାର ୯ ଶ୍ରମିକ...

ସ୍ୱାମୀ ସ୍ତ୍ରୀ ଏକାଠି ପିଇଲେ ବିଷ

ସମ୍ବଲପୁର,୬ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଶାଳା ଫାଣ୍ଡି ଝାରମୁଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ସ୍ୱାମୀ ଟଙ୍କଧର ମହାକୁଡ଼ଙ୍କ ମୃତ୍ୟୁର ଦିନକ ପରେ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ନିର୍ମାଣ ପାଇଁ ନ ଥିଲା ଅନୁମତି

କଟକ ଅଫିସ, ୯।୫: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୋମବାର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଏ ନେଇ ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ...

ନିଯୁକ୍ତିରେ ବିଭ୍ରାନ୍ତିକର ତଥ୍ୟ

ଯାଜପୁର ଅଫିସ,୨୩ା୧୨: ଶିଳ୍ପସଂସ୍ଥାଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଇଣ୍ଡଷ୍ଟ୍ରି କେୟାର ନାମକ ଏକ ଉଦ୍ୟମ ଆରମ୍ଭ ହୋଇଛି। ଏହାବ୍ୟତୀତ ଶିଳ୍ପ...

ସବୁ ସହରରେ ପଲିଥିନ ନିଷେଧ

ଭୁବନେଶ୍ୱର,୨-୯(ବ୍ୟୁରୋ):ରାଜ୍ୟର ସମସ୍ତ ସହରକୁ ପଲିଥିନ ମୁକ୍ତ କରାଯିବ। ୧୦୯ ସହରାଞ୍ଚଳକୁ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନକୁ ବୁଧବାରଠାରୁ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଅକ୍ଟୋବର ୨...

ତବଲା, ବୀଣାର ଫ୍ୟୁଜନରେ ମନ୍ଦିରର ଇତିହାସ

ଭୁବନେଶ୍ୱର, ୨୪ା୨ (ବ୍ୟୁରୋ): ୧୬୦ତମ ଏକାମ୍ର ପଦଯାତ୍ରା ରବିବାର ପୁରୁଣା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରିଜିଓନାଲ ଇନ୍‌ଷ୍ଟିଚ୍ୟୁଶନ ଅଫ୍‌ ଏଜୁକେଶନ (ଆରଆଇଇ)ର ୨୦ ବିଇଡି ଛାତ୍ରୀଛାତ୍ର...

Advertisement
Archives

Model This Week