ଡେଲ୍‌,ଜିପ୍‌,ଏଲ୍‌ଆଇସି ଦେଶର ଭରସାଯୁକ୍ତ ବ୍ରାଣ୍ଡ

ନୂଆଦିଲ୍ଲୀ,୫-୬: ଲାପ୍‌ଟପ୍‌ କମ୍ପାନୀ ଡେଲ୍‌ ଭାରତର ସବୁଠାରୁ ଭରସାଯୋଗ୍ୟ ବ୍ରାଣ୍ଡ। ଏହାପରେ ଗାଡ଼ି କମ୍ପାନୀ ଜୀପ ଓ ବୀମା କ୍ଷେତ୍ରର ଶୀର୍ଷ କମ୍ପାନୀ ଏଲ୍‌ଆଇସି ରହିଛି। ଟିଆର୍‌ଏର ବ୍ରାଣ୍ଡ ବିଶ୍ୱାସ ରିପୋର୍ଟ ୨୦୧୯ ଅନୁସାରେ ଶୀର୍ଷ ୭ ବ୍ରାଣ୍ଡ ମଧ୍ୟରେ ଏଲ୍‌ଆଇସି ଏକମାତ୍ର ଭାରତୀୟ କମ୍ପାନୀ ରହିଛି। ଆମାଜନ ଚତୁର୍ଥ ଭରସାଯୁକ୍ତ ବ୍ରାଣ୍ଡ। ଏହାପରେ ଆପଲ୍‌ ଆଇଫୋନ ୫ମ ସ୍ଥାନରେ ଯିଏ କି ୨୦୧୮ପରେ ୧୧୬ ସ୍ଥାନ ଉପରକୁ ଉଠିଆସିଛି। ଏଥିସହିତ ଆପଲ୍‌ ଆଇଫୋନ ମୋବାଇଲ ଫୋନ ସିରିଜରେ ମଧ୍ୟ ଶୀର୍ଷରେ ରହିଛି। ସାମସଙ୍ଗ ମୋବାଇଲ ଫୋନ ବ୍ରାଣ୍ଡ ୬ଷ୍ଠ ସ୍ଥାନରେ ରହି ଅଗ୍ରଣୀ ମୋବାଇଲ ଫୋନ କମ୍ପାନୀ ହୋଇପାରିଛି। ଏହାପରେ ଏଲ୍‌ଜି ଟିଭି ୭ମ ସ୍ଥାନରେ ରହିଥିଲେ ହେଁ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସୁପର ଶ୍ରେଣୀରେ ଅଗ୍ରଣୀ ରହିଛି। ଆଭିଭା ଲାଇଫ ଇନସ୍ୟୁରାନ୍ସ ୮ମ, ମାରୁତି ସୁଜୁକି ୯ମ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୧୦ମ ସ୍ଥାନରେ ରହିଛି। ବ୍ରାଣ୍ଡର ବଡ଼ ସମୂହ ମଧ୍ୟରେ ଟାଟା ଗ୍ରୁପ୍‌ ରହିଛି ଏବଂ ଏହା ୨୩ ବ୍ରାଣ୍ଡ ଉପରେ ଲୋକଙ୍କ ଅଧିକ ବିଶ୍ୱାସ ରହିଛି। ଗୋଦରେଜରେ ୧୫ ବ୍ରାଣ୍ଡ, ଅମୂଲର ୧୧ ସାମସଙ୍ଗର ୮ ଶ୍ରେଣୀରେ ପ୍ରତିନିଧିତ୍ୱ ରହିଛି। ଏଲ୍‌ଜି,ହୋଣ୍ଡା, କ୍ୟାଡବରୀ, ନେସ୍‌ଲେ, ପାର୍ଲେ ଏବଂ ଡାବର ୭ ଲେଖାଏ ବ୍ରାଣ୍ଡର ପ୍ରତିନିଧିତ୍ୱ କରୁଛି। ଟିଆର୍‌ଏ ରିସର୍ଚ୍ଚ ୧୬ ସହରରେ ୨୩୧୫ ଲୋକଙ୍କ ରାୟ ଆଧାରରେ ଏହି ୯ମ ସଂସ୍କରଣ ରିପୋର୍ଟ ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଦାବିଦାରହୀନ ଜମା; ସ୍ବିସ୍‌ ସରକାରଙ୍କୁ ହସ୍ତାନ୍ତର ହୋଇପାରେ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲ୍ୟାଣ୍ଡର ବିଭିନ୍ନ ବ୍ୟାଙ୍କରେ ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ଦେଶର ଲୋକଙ୍କ ଦାବିଦାରହୀନ ଜମା ସେଠାକାର ସରକାରଙ୍କ ହସ୍ତାନ୍ତର ହୋଇପାରେ। ଏଭଳି ଭାବେ ଭାରତ...

ଖସୁଛି ପେଟିଏମ୍‌ର ଶେୟାର ମୂଲ୍ୟ

ନୂଆଦିଲ୍ଲୀ,୨୩।୧୧: ଦେଶର ପ୍ରମୁଖ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ପ୍ଲାଟ୍‌ଫର୍ମ ‘ପେଟିଏମ୍‌’ର ଶେୟାର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଫଳରେ ଗତ କିଛି ଦିନ ମଧ୍ୟରେ ପେଟିଏମ୍‌ର...

ଋଣ ଉପରେ ସୁଧହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୩୧-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୋମବାର ଏକ୍ସଟରନାଲ ବେଞ୍ଚମାର୍କ ଭିତ୍ତିକ ରେଟ ବା ଋଣ ଉପରେ ସୁଧହାରକୁ ୨୫ ବେସିସ ପଏଣ୍ଟ ହ୍ରାସ...

୬୫ ବର୍ଷରେ ପଦାର୍ପଣ କଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ୬୫ ବର୍ଷରେ ପଦାର୍ପଣ କରିଛି। ଦେଶ ମଧ୍ୟରେ ଜୀବନ ବୀମା ସେବା ଯୋଗାଣ କ୍ଷେତ୍ରରେ ଏହା ଏକ...

ଉଦ୍ୟୋଗପତି ବି.ଏମ୍‌.ଖୈତାନଙ୍କ ପରଲୋକ

କୋଲକାତା,୨-୬: ବିଶିଷ୍ଟ ଉଦ୍ୟୋଗପତି ତଥା ଡ୍ରାଇସେଲ୍‌ ବ୍ୟାଟେରି ନିର୍ମାତା ଏଭରେଡି ଇଣ୍ଡଷ୍ଟ୍ରିଜ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ମୋହନ ଖୈତାନଙ୍କ ଶନିବାର ୯୨ ବର୍ଷରେ ପରଲୋକ...

ଯଥାର୍ଥ ଟିକସ ଯୋଜନା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୪-୭: ଦେଶର ଟିକସଦାତାଙ୍କ ଲାଗି ଠିକ୍‌ ଟିକସ ଯୋଜନାର ଆବଶ୍ୟକତା ରହିଛି। ଅର୍ଥକୁ ଠିକ୍‌ ଭାବେ ପରିଚାଳନା, ନୂଆ ନୀତିକୁ ଧ୍ୟାନରେ ରଖି ଆଡଭାନ୍ସ ଟିକସ...

ଭୁବନେଶ୍ୱରରୁ ବାଙ୍ଗାଲୋରକୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୨୮-୫: ବାତ୍ୟା ଫନୀ ଯୋଗୁ ଟ୍ରେନ ଯାତ୍ରାରେ ଅସୁବିଧା ସାମ୍ନା କରିଥିବା ଯାତ୍ରୀଙ୍କ ଲାଗି କ୍ରୀଷ୍ଣାରାଜପୁରମ (ବାଙ୍ଗାଲୋର)କୁ ଏକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରଣାଳୟ...

ଜନଧନ ଜମା ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୧୧-୭: ଜନଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡିକରେ ଜମା ପରିମାଣ ୧ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି ଯୋଜନା ୫ ବର୍ଷ ତଳେ ଆରମ୍ଭ କରାଯାଇଥିଲା।...

Advertisement
Archives

Model This Week