Posted inଖେଳ

ଡେବ୍ୟୁ ମ୍ୟାଚରେ ମାରିଥିଲେ ଶତକ, ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଖେଳାଳି

କ୍ରିକେଟ ପଡିଆରେ ଦିନେ ମ୍ୟାକଗ୍ରାଥ, ବ୍ରେଟ ଲିଙ୍କ ଭଳି ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଥିବା ଖେଳାଳି ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଓପନର୍‌ ଲୁ ଭିନସେଣ୍ଟ। ନ୍ୟୁଜିଲାଣ୍ଡ ପାଇଁ ସେ ୨୩ଟି ଟେଷ୍ଟ, ୯ଟି-୨୦ ଏବଂ ୧୦୨ଟି ଏକଦିବସୀୟ ଖେଳିଥିଲେ। ଲୁ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୬ଟି ଶତକ ହାସଲ କରିଥିଲେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିଲେ।

ଲୁ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡର ୱାର୍କୱର୍ଥରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରସିଦ୍ଧ କ୍ରୀଡ଼ା ସାମ୍ବାଦିକ ମାଇକ ଭିନସେଣ୍ଟଙ୍କ ପୁଅ ଥିଲେ। ପିତାଙ୍କଠାରୁ କ୍ରିକେଟ ବିଷୟରେ ପ୍ରେରିତ ହୋଇ ସେ କ୍ରିକେଟ ଆଡକୁ ଢଳିଥିଲେ। ଯେତେବେଳେ ଭିନ୍ସେଣ୍ଟଙ୍କୁ ୧୫ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମାତାପିତାଙ୍କ ଛାଡପତ୍ର ହୋଇଥିଲା। ପରେ ସେ ଆଡିଲେଡରେ ରହିଲେ। ସେଠାରେ ସେ କ୍ରିକେଟ ଖେଳିଥିଲେ କିନ୍ତୁ ତାଙ୍କୁ ସଠିକ ସୁଯୋଗ ମିଳି ନ ଥିଲା ଏବଂ ୧୮ ବର୍ଷ ବୟସରେ ସେ ନ୍ୟୁଜିଲ୍ୟାଣ୍ଡକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ସେ ନ୍ୟୁଜିଲ୍ୟାଣ୍ଡକୁ ଫେରିବା ମାତ୍ରେ ୧୯୯୮ରେ ଦେଶ ପାଇଁ ଅଣ୍ଡର-୧୯ ବିଶ୍ୱକପ ଖେଳିବାର ସୁଯୋଗ ପାଇଲେ। କେବଳ ଏତିକି ନୁହେଁ ସେ ଅକଲ୍ୟାଣ୍ଡ ଦଳରେ ମଧ୍ୟ ପ୍ରବେଶ କରିଥିଲେ। ଯେଉଁଠାରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ୨୦୦୧ରେ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡ ଦଳରେ ନିଜର ସ୍ଥାନ ପକ୍କା କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବ୍ୟତୀତ ଭିନସେଣ୍ଟ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ମଧ୍ୟ ଖେଳିଥିଲେ।
ଲୁ ଭିନସେଣ୍ଟଙ୍କ ଜୀବନ ଭଲରେ ଚାଲିଥିଲା। କିନ୍ତୁ ୨୦୦୮ରେ ସେ ଏକ ବଡ ଭୁଲ କରିଥିଲେ। କାଉଣ୍ଟି କ୍ରିକେଟରେ ସେ ଫିକ୍ସିଂ କରିବା ଆରମ୍ଭ କରିଥିଲେ। ପରେ ଏହା ତାଙ୍କର ଅଭ୍ୟାସ ହୋଇଗଲା। ୨୦୧୧, ୨୦୧୨ କାଉଣ୍ଟି ସିଜିନରେ ସେ ଫିକ୍ସିଂ କରିଥିଲେ। ୨୦୧୪ରେ ସେ ଫିକ୍ସିଂ କରିଥିବା ସ୍ବୀକାର କରିଥିଲେ। ଏହା ପରେ ତାଙ୍କୁ ଆଜୀବନ କ୍ରିକେଟରୁ ବାସନ୍ଦ କରାଯାଇଥିଲା। ଫଳରେ ଇଂଲଣ୍ଡରୁ ନ୍ୟୁଜିଲ୍ୟାଣ୍ଡକୁ ପଳାଇଆସିଥିଲେ।
ଲୁ ଭିନ୍ସେଣ୍ଟ ଉପରେ ହୋଇଥିବା ନିଷେଧାଦେଶ ଅନୁଯାୟୀ ସେ କ୍ରିକେଟ ଖେଳି ପାରିବେ ନାହିଁ କିମ୍ବା କ୍ରିକେଟରୁ କୌଣସି ପ୍ରକାରେ ଟଙ୍କା ରୋଜଗାର କରିପାରିବେ ନାହିଁ। ଭିନସେଣ୍ଟଙ୍କୁ କୋଚିଂ ଏବଂ ଷ୍ଟାଡିୟମରେ ପ୍ରବେଶ କରିବାକୁ ମଧ୍ୟ ବାରଣ କରାଯାଇଛି। ତେଣୁ ପରିବାର ଚଳାଇବା ପାଇଁ ସେ ଏକ ବିଲଡିଂ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ। ସେ ବିଲ୍ଡିଂରେ ମରାମତି କାମ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri