ଡେବିଟ୍‌, କ୍ରେଡିଟ କାର୍ଡ ସୁରକ୍ଷା ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୩: ଡେବିଟ, କ୍ରେଡିଟ କାର୍ଡ ନେଣଦେଣର ସୁରକ୍ଷା ଏବଂ ଅନ୍‌ଲାଇନ ଠକେଇ ଉପରେ ନିୟନ୍ତ୍ରଣ ଜାରି କରିବା ଲାଗି ନୂଆ ନିୟମ କାର୍ଯ୍ୟକାରୀ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୬ ମାର୍ଚ୍ଚ (ସୋମବାର)ଠାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡିଛି। ୨୦୨୦ ଜାନୁୟାରୀରେ ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଧିସୂଚନା ଜାରି କରିଥିଲା। ଏହି ନିୟମ ସମସ୍ତ ଡେବିଟ ଓ କ୍ରେଡିଟ କାର୍ଡ (ଫିଜିକାଲ ଏବଂ ଭର୍ଚୁଆଲ) ଉପରେ ଲାଗୁ ହେବ। ଏହା ମଧ୍ୟରେ ପୁନଃ ଜାରି କରାଯାଇଥିବା କାର୍ଡ ସାମିଲ ରହିଛି। ଆର୍‌ବିଆଇ ବ୍ୟାଙ୍କଗୁଡିକୁ କହିଛି ଯେ, ଡେବିଟ, କ୍ରେଡିଟ କାର୍ଡ ଇସ୍ୟୁ, ରିଇସ୍ୟୁ କରିବା ବେଳେ ଭାରତ ଭିତରେ ଏଟିଏମ୍‌ ଏବଂ ପଏଣ୍ଟ ଅଫ୍‌ ସେଲ୍‌ରେ ନେଣଦେଣ ଲାଗି ସକ୍ରିୟ କରାଯିବ। ନୂଆ ନିୟମ ପ୍ରିପେଡ ଗିଫ୍ଟ କାର୍ଡ ଏବଂ ମେଟ୍ରୋ କାର୍ଡ ଉପରେ ଲାଗୁ ହେବ ନାହିଁ। ବିଦେଶରେ ଟ୍ରାଞ୍ଜାକଶନ ଲାଗି ଅଲଗା ସୁବିଧା ନେବାକୁ ପଡିବ। ଗ୍ରାହକ ଯେକୌଣସି ସମୟରେ ନିଜ କାର୍ଡକୁ ଅନ୍‌, ଅଫ୍‌ ଏବଂ ଟ୍ରାଞ୍ଜାକଶନ ସୀମା ଚୟନ ଓ ପରିବର୍ତ୍ତନ କରିପାରିବେ। ଏହାବାଦ କାର୍ଡ ଅନ୍‌ ଅଫ୍‌ ସୁବିଧା ବ୍ୟାଙ୍କ ପ୍ରଦାନ କରିବେ। ଏହାବାଦ୍‌ ଆହୁରି ଅନେକ ସୁବିଧା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୋଡାର ନୂଆ କୁସାକ୍‌ ମଣ୍ଟେ କାର୍ଲୋ

ନୂଆଦିଲ୍ଲୀ,୧୦ା୫ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ କୁସାକ ମଣ୍ଟେ କାର୍ଲୋର ଶୁଭାରମ୍ଭ...

୨୬ କମ୍ପାନୀର ଘରୋଇକରଣ ହେବ

ନୂଆଦିଲ୍ଲୀ,୭।୯ : ପ୍ରାୟ ୨୩ ରାଷ୍ଟ୍ରାୟତ୍ତ କମ୍ପାନୀର ଘରୋଇକରଣ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଜୁଲାଇ ୨୭ରେ ଘୋଷଣା କରିଥିଲେ। ଏ ନେଇ ସରକାର...

ଜିଏସ୍‌ଟିରେ ସାମିଲ କରିବାକୁ ବିଚାର କରିବେ

ନୂଆଦିଲ୍ଲୀ,୧୪।୯: ସାରା ଦେଶରେ ବର୍ତ୍ତମାନ ତୈଳ ଦର ରେକର୍ଡ ଉଚ୍ଚତାରେ ରହିଛି। ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ସାଧାରଣ ଜନତାଙ୍କ...

କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ନିଜର ବକ୍ତବ୍ୟରେ କହିଛନ୍ତି ଯେ, ଗତବର୍ଷ ଦେଶର ଅର୍ଥନୀତି ପାଇଁ ସମୟ ଆହ୍ବାନମୂଳକ...

ଏମ୍‌ସିଏଲ୍‌ଆର୍‌ କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୪: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡସ ବେସ୍‌ଡ ଲେଣ୍ଡିଂ ରେଟ୍‌ ବା ଋଣସୁଧ ୩୫ ବେସିସ ପଏଣ୍ଟ ହ୍ରାସ...

ଚାଇନାକୁ ପାନେ: ଟିକ୍‌ଟକ୍‌ର କ୍ଷତି ହେଲା ୪୫ ହଜାର କୋଟି

ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌ ଭାରତରେ ବ୍ୟାନ୍‌ ହୋଇଛି। ଏହା ଯୋଗୁ ଟିକ୍‌ଟିକ୍‌ର କ୍ଷତି ପରିମାଣ ୪୫ ହଜାର କୋଟିରୁ ଅଧିକରେ...

୬.୩% ବଢ଼ିଲା ବିମାନ ଇନ୍ଧନ

ନୂଆଦିଲ୍ଲୀ : ଆଭିଏଶନ ଟର୍ବାଇନ ଫୁଏଲ (ଏଟିଏଫ୍‌) ବା ବିମାନ ଇନ୍ଧନ ୬.୩% ବୃଦ୍ଧି ଘଟିଛି। ଏହା କିଲୋଲିଟର ପିଛା ୨୯୪୧.୫ ଟଙ୍କା ବଢ଼ିବାରୁ ନୂଆଦିଲ୍ଲୀରେ...

‘ଜେଇଇ ମେନ୍‌’ରେ ଆକାଶର ବାଜିମାତ

ଭୁବନେଶ୍ୱର,୧୪।୯ : ନ୍ୟାଶନାଲ ଟେଷ୍ଟି ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ-୨୦୨୦ ପରୀକ୍ଷାରେ ଆକାଶ ଇନଷ୍ଟିଚ୍ୟୁଟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜେଇଇ...

Advertisement
Archives

Model This Week