Advertisement

ଡେବିଟ୍‌ କାର୍ଡ ଦେୟ ବଢ଼ିଛି ୨୭%

ନୂଆଦିଲ୍ଲୀ,୨୦-୫: ଦେଶରେ କିଣାକିଣି କରିବା ଲାଗି ଲୋକେ ଡେବିଟ୍‌ କାର୍ଡ ବ୍ୟବହାରରେ ବେଶ୍‌ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ ପଏଣ୍ଟ ଅଫ୍‌ ସେଲ୍‌ ମେଶିନ(ପିଓଏସ୍‌) ଜରିଆରେ ଡେବିଟ୍‌ କାର୍ଡ ଦ୍ୱାରା ଦେୟ ପ୍ରଦାନ ବର୍ଷକୁ ବର୍ଷ ହାରରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଆଲୋଚ୍ୟ ଅବଧିରେ ଏଟିଏମ୍‌ରୁ ଉଠାଣ ବୃଦ୍ଧି ହାର ଏହାଠାରୁ କମ୍‌ ମାତ୍ର ୧୫ ପ୍ରତିଶତ ହୋଇଛି। ମାର୍ଚ୍ଚରେ ଡେବିଟ୍‌ କାର୍ଡ ଜରିଆରେ ୪୦.୭ କୋଟି ଟ୍ରାଞ୍ଜାକସନ ହୋଇଛି, ଯାହା କି ୮୯.୧ କୋଟି ଟଙ୍କାର ଏଟିଏମ୍‌ ଉଠାଣରୁ ପ୍ରାୟ ଅଧା। ତେବେ ୨୦୧୬ରୁ ୨୦୧୯ମାର୍ଚ୍ଚ ମଧ୍ୟରେ ମର୍ଚ୍ଚାଣ୍ଟ ଡେବିଟ କାର୍ଡ ଦ୍ୱାରା ଦେୟ ପ୍ରଦାନରେ ୨୫୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଯାଇଛି। ଏହା ବିପରୀତରେ, ଗତ ୨/୩ ବର୍ଷରେ ମୋଟ ଏଟିଏମ୍‌ ଉଠାଣ ସଂଖ୍ୟା ପ୍ରତି ମାସରେ ୮୦ କୋଟି ଆଖପାଖରେ ରହିଛି। କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ଡେବିଟ କାର୍ଡ ଟ୍ରାଞ୍ଜାକସନକୁ ସବୁଠୁ ବଡ଼ ପ୍ରୋତ୍ସାହନ ମିଳିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ବର୍ଷକୁ ବର୍ଷ ଆଧାରରେ କ୍ରେଡିଟ କାର୍ଡ ଜରିଆରେ ପିଓଏସ୍‌ ମେଶିନରୁ ଟ୍ରାଞ୍ଜାକସନ ବୃଦ୍ଧି ହାର ୨୨ ପ୍ରତିଶତ ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ପିଓଏସ୍‌ ଟ୍ରାଞ୍ଜାକସନ୧୬.୨ କୋଟି ରହିଛି, ଯାହା କି ଗତବର୍ଷ ମାର୍ଚ୍ଚରେ ୧୨.୭ ପ୍ରତିଶତ ରହିଥିଲା। ନିଜର ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପେମେଣ୍ଟ କମ୍ପାନୀ ଅଧିକାରୀ କହିଛନ୍ତି ଯେ, ପିଓଏସ୍‌ ଟର୍ମିନାଲ କମ୍‌ ହେବା ସତ୍ତ୍ୱେ କାର୍ଡ ଜରିଆରେ ଟ୍ରାଞ୍ଜାକସନରେ ଭାରି ବୃଦ୍ଧି ଦର୍ଶାଉଛି ଯେ, ଦୋକାନୀମାନେ ଏକ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିପାରିଛନ୍ତି। ତାଛଡ଼ା ଯେଉଁଠି ପିଓଏସ୍‌ ମେଶିନ ଲଗାଯାଇଛି, ସେଠାରେ ଭାରି ମାତ୍ରାରେ ଟ୍ରାଞ୍ଜାକସନ ହେଉଥିବାରୁ ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଏସ୍‌ଏମ୍‌ଇ ଲାଗି ଏସ୍‌ବିଆଇର ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର,୨୭।୬(ବ୍ୟୁରୋ) : ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କୋଭିଡ୍‌-୧୯...

ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଖଣି ସମ୍ମାନିତ

ଭୁବନେଶ୍ୱର,୨୦।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଟାଟା ଷ୍ଟିଲର କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣିକୁ ପରିବେଶ ଉପଯୋଗୀ କାର୍ଯ୍ୟକଳାପ ପାଇଁ...

ଟଙ୍କା ପୁଣି ଦୁର୍ବଳ

ମୁମ୍ବାଇ,୨୯ା୯: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନ ଧାରା ଜାରି ରହିଛି। ଟଙ୍କା ଦୁର୍ବଳ ହୋଇ ନିମ୍ନ ସ୍ତରକୁ ଖସିବାରେ ରେକର୍ଡ ଭାଙ୍ଗି ଚାଲିଛି।...

୧.୬%କୁ ଖସିପାରେ ବିକାଶ ହାର

ନୂଆଦିଲ୍ଲୀ,୯।୪: ୨୦୨୦-୨୧ରେ ଭାରତର ଆର୍ଥତ୍କ ଅଭିବୃଦ୍ଧି ହାର ୧.୬%କୁ ଖସିପାରେ। ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ପକ୍ଷରୁ ଏଭଳି ଅନୁମାନ କରାଯାଇଛି। ୨୦୧୯-୨୦ ଲାଗି ଘରୋଇ ବଜାରର...

ୟୁପିଆଇ, ରୁପେ ପେମେଣ୍ଟ ଚାର୍ଜର ରିଫଣ୍ଡ ମିଳିବ

ନୂଆଦିଲ୍ଲୀ,୩୧।୮: ଭୀମ୍‌ ୟୁପିଆଇ ଏବଂ ରୁପେ ଭଳି ପ୍ଲାଟ୍‌ଫର୍ମରେ ହୋଇଥିବା ପେମେଣ୍ଟ ଉପରେ ବ୍ୟାଙ୍କଗୁଡିକ ନେଇଥିବା ଚାର୍ଜ ରିଫଣ୍ଡ କରିବେ। ଜାନୁୟାରୀ ପହିଲାଠାରୁ ହୋଇଥିବା ନେଣଦେଣ...

୨ଚକିଆ ଯାନରେ ଜିଏସ୍‌ଟି ହ୍ରାସ କରାଯାଉ: ଫାଡା

ନୂଆଦିଲ୍ଲୀ,୨୦।୧: ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୨-୨୩ର ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଦେଶର ପ୍ରମୁଖ ଅଟୋଶିଳ୍ପ ଓ ବିଭିନ୍ନ ସଂଘ ପକ୍ଷରୁ...

ବିତ୍ତୀୟ ନିଅଣ୍ଟ ହାସଲ ଏବେ ବଡ଼ ଚ୍ୟାଲେଞ୍ଜ

ମୁମ୍ବାଇ,୨୮।୪: ଚଳିତ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ବଡ଼ ଚ୍ୟାଲେଞ୍ଜ ହେବ। ମନେଟାଇଜେଶନ ନେଇ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ କୌଣସି...

ଅନ୍ତର୍ଜାତୀୟ ଉଡାଣ ଉପରେ ଏୟାର ଏସିଆର ରିହାତି

ଭୁବନେଶ୍ୱର,୧୫ା୭: ଏୟାର ଏସିଆ ପକ୍ଷରୁ ଅନ୍ତର୍ଜାତୀୟ ଉଡାଣ ଉପରେ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ଭୁବନେଶ୍ୱରରୁ ଯାତ୍ରୀମାନେ ବ୍ୟାଙ୍କକ, କୁଆଲାଲୁମ୍ପୁର ଭଳି ସ୍ଥାନଗୁଡିକୁ ୭୦% ପର୍ଯ୍ୟନ୍ତ...

Advertisement
Archives

Model This Week