ଡେପୁଟି ଗଭର୍ନର ଭାବେ ବିଶ୍ୱନାଥନଙ୍କୁ ପୁନଃନିଯୁକ୍ତି

ମୁମ୍ବାଇ,୧-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ଏନ୍‌.ଏସ୍‌.ବିଶ୍ୱନାଥନଙ୍କୁ ଆହୁରି ଏକ ବର୍ଷ ପାଇଁ ପୁନଃନିଯୁକ୍ତ କରାଯାଇଛି। ଦ୍ୱିତୀୟଥର ପାଇଁ ସେ ଏହି ଦାୟିତ୍ୱରେ ରହିଛନ୍ତି। ଏଥିପୂର୍ବରୁ ତାଙ୍କୁ ୪ ଜୁଲାଇ ୨୦୧୬ରେ କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ନର ଭାବେ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ ଜୁଲାଇ ୩ରେ ଶେଷ ହୋଇଥାନ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ ନିଯୁକ୍ତି କମିଟି ବିଶ୍ୱନାଥନଙ୍କ ନିଯୁକ୍ତିକୁ ମୋହର ମାରିଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏକ ବିବୃତି ଜାରି କରି କୁହାଯାଇଛି ଯେ, ବିଶ୍ୱନାଥନ ଜୁଲାଇ ୪ରୁ ପୁନର୍ବାର ନୂଆ ଦାୟିତ୍ୱରେ ରହିବେ। ଆର୍‌ବିଆଇ ଗଭର୍ନରଙ୍କ ଅଧୀନରେ ୪ ଜଣ ଡେପୁଟି ଗଭର୍ନର ରହିଥାନ୍ତି। ବିରଲ ଆଚାର୍ଯ୍ୟଙ୍କ ଇସ୍ତଫା ପରେ ବିଶ୍ୱନାଥନ, ବି.ପି.କାନୁନଗୋ ଓ ଏମ୍‌.କେ.ଜୈନ ଡେପୁଟି ଗଭର୍ନର ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏମାନଙ୍କ ମଧ୍ୟରେ ବିଶ୍ୱନାଥନ ସର୍ବବରିଷ୍ଠ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବ୍‌ସିଡିରେ ମିଳିବ ଅତିରିକ୍ତ ୨ କେଜି ଖାଦ୍ୟଶସ୍ୟ

ମୁମ୍ବାଇ,୨୬। ୩: ତାଲାବନ୍ଦ ସମୟରେ ଲୋକଙ୍କୁ ଯେଭଳି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧ ହୁଏ ସେ ପ୍ରସଙ୍ଗକୁ କେନ୍ଦ୍ର ସରକାର ଧ୍ୟାନରେ ରଖିଛନ୍ତି। ରାଶନ ଦୋକାନଗୁଡିକରେ...

୪୮ ହଜାର ଟପିଲା ରୁପା ଦର

ନୂଆଦିଲ୍ଲୀ,୨୯-୮: ବୁଧବାର ସୁନା ଓ ରୁପା ଦର ଊର୍ଦ୍ଧ୍ୱମୁଖୀ ହୋଇଛି। ସୁନା ଦର ପ୍ରତି ୧୦ ଗ୍ରାମ ୪୦ହଜାର ଟଙ୍କା ନିକଟତର ହୋଇଥିବା ବେଳେ ରୁପା...

୪୦% ଖସିଲା ଯାନ ବିକ୍ରି

ଭୁବନେଶ୍ୱର,୧୧।୮: କରୋନା ଯୋଗୁ ଅଟୋମୋବାଇଲ ବଜାର ପ୍ରଭାବିତ ସ୍ଥିତିରେ ରହିଛି। ଲଗାତର ଭାବେ ବିକ୍ରି ହ୍ରାସ ହେଉଥିବା ବେଳେ ଜୁଲାଇ ମାସରେ ଯାନ ବିକ୍ରି କମିଥିବା...

ଗରିବଙ୍କ ପାଇଁ ୮୦ ଲକ୍ଷ ନୂଆ ଘର,ଚଳିତ ବର୍ଷରୁ ଚିପ୍‌ ପାସପୋର୍ଟ, ୧୦୦ ଗତି ଶକ୍ତି କାର୍ଗୋ…

ନୂଆଦିଲ୍ଲୀ, ୧।୨ : ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ଗରିବଙ୍କ ପାଇଁ ୮୦ଲକ୍ଷ ନୂଆ ଘର ନିର୍ମାଣ...

୧୭ ଯାଏ ରିମାଣ୍ଡରେ ଗଲେ ଦୀପକ କୋଚ୍ଚର

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ବେଆଇନ ଋଣ ପ୍ରଦାନ ମାମଲାରେ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଳିତ ମାସ ୧୭...

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏମ୍‌ଡି ଆଦିତ୍ୟ ପୁରୀଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୯।୯: ଆମେରିକା ଭିତ୍ତିକ ଲ ଫାର୍ମ ରୋଜେନ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବିରୋଧରେ ପୁଣି ଥରେ ମାମଲା ଦାଏର କରିଛି। ନିବେଶକଙ୍କୁ ହୋଇଥିବା କ୍ଷତିର ଭରଣା ଲାଗି...

ଆଧାର ଜରିଆରେ ରିଟର୍ନ ଦାଖଲ;ଆୟକର ବିଭାଗ ଜାରି କରିବ ପାନ୍‌

ନୂଆଦିଲ୍ଲୀ,୮-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ କରି ପାନ୍‌ ନ ଥିଲେ ମଧ୍ୟ ଟିକସଦାତା ଆଧାର କାର୍ଡ ଜରିଆରେ ଆୟକର ରିଟର୍ନ...

ଚାଇନା ଟେଲିକମ୍‌ ଯନ୍ତ୍ରାଂଶ ଉପରେ କଟକଣା ଲାଗିପାରେ

ନୂଆଦିଲ୍ଲୀ: ଗଲ୍‌ଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଚାଇନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି ଦିଗରେ ସରକାର...

Advertisement
Archives

Model This Week