Posted inଖେଳ

ଡେନ୍‌ମାର୍କ ଓପନ୍‌ରୁ ସିନ୍ଧୁ, ସମୀରଙ୍କ ବିଦାୟ

ଓଡେଞ୍ଜ୍‌, ୧୭ା୧୦ (ପି.ଟି.)-ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଡେନ୍‌ମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଏହି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୭୫୦ଇଭେଣ୍ଟର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୫ମ ସିଡ୍‌ ସିନ୍ଧୁ କୋରିଆର ଆନ୍‌ ସି ୟଙ୍ଗ୍‌ଙ୍କଠାରୁ ୧୪-୨୧, ୧୭-୨୧ରେ ହାରିଯାଇଛନ୍ତି। ଅଗଷ୍ଟରେ ସୁଇଜରଲାଣ୍ଡର ବାସେଲଠାରେ ବିଶ୍ୱ ଚାମ୍ପିୟନଶିପ୍‌ ଜିତିବା ପରେ ସିନ୍ଧୁ କ୍ରମାଗତ ୩ଟି ଟୁର୍ନାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ୨୪ ବର୍ଷୀୟା ଏହି ଭାରତୀୟ ଖେଳାଳି ଚାଇନା ଓପନ ଏବଂ କୋରିଆ ଓପନରେ ଯଥାକ୍ରମେ ଦ୍ୱିତୀୟ ଓ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ଗୁରୁବାର ଭାରତ ପାଇଁ ଖରାପ ଦିବସ ଥିଲା। ସମୀର ବର୍ମା ଏବଂ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟି ସେମାନଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ପରାଜିତ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ସମୀର ଅଲିମ୍ପିକ ଚାମ୍ପିୟନ ତଥା ଚାଇନାର ଚେନ୍‌ ଲଙ୍ଗ୍‌ଙ୍କଠାରୁ ୧୨-୨୧, ୧୦-୨୧ରେ ପରାସ୍ତ ହୋଇଥିବା ବେଳେ ଥାଇଲାଣ୍ଡ ଓପନ ଚାମ୍ପିୟନ ସାତ୍ତ୍ୱିକ ଏବଂ ଚିରାଗ ୬ଷ୍ଠ ସିଡ୍‌ ଚାଇନିଜ ଯୋଡ଼ି ହାନ୍‌ ଚେଙ୍ଗ୍‌ କାଇ ଏବଂ ଝୋ ହାଓ ଡଙ୍ଗ୍‌ଙ୍କଠାରୁ ୧୬-୨୧, ୧୫-୨୧ରେ ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱବିଜେତା ମହିଳା କ୍ରିକେଟ ଦଳ ସମ୍ବର୍ଦ୍ଧିତ: ସଚିନ କହିଲେ, ତୁମେମାନେ ଦେଶ ପାଇଁ ପ୍ରେରଣା

ଅହମ୍ମଦାବାଦ,୧।୨: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ମହିଳା ଅଣ୍ଡର-୧୯ ଟି-୨୦ ବିଶ୍ୱକପ ବିଜେତା ଦଳକୁ ପୁରସ୍କୃତ କରିଛି। ବିଶ୍ୱର ସର୍ବବୃହତ...

୫୩ ବଲ୍‌ରୁ ବିସ୍ଫୋରକ ଶତକ ହାସଲ କଲେ ଏହି ଟେଷ୍ଟ କ୍ରିକେଟର୍‌

ୟୁଏଇ,୧୮।୬: ପାକିସ୍ତାନ ସୁପର ଲିଗରେ ଚମତ୍କାର ପ୍ରଦର୍ଶନ କରୁଥିବା ଅଷ୍ଟ୍ରେଲୀୟ କ୍ରିକେଟର ଉସମାନ ଖାୱାଜା ଏକ ଶତକ ହାସଲ କରିଛନ୍ତି। ଇସଲାମାବାଦ ୟୁନାଇଟେଡ ପାଇଁ ଖେଳୁଥିବା...

ଭାରତୀୟ ଦଳକୁ ପ୍ରଶଂସା କରି ଫଶିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ୧୯।୬: ବିଶ୍ୱକପରେ ଭାରତଠାରୁ ଲଗାତର ୭ମ ଥର ଲାଗି ପରାସ୍ତ ହେବା ପରେ ପାକିସ୍ତାନ ଦଳର ସବୁଠି ଆଲୋଚନା ହେଉଛି। ଏହି ସମୟରେ ପାକିସ୍ତାନର...

ଏସିଆ କପ ପୂର୍ବରୁ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ନମ୍ବର -୧ ଟିମ୍‌ ହୋଇପାରେ ପାକିସ୍ତାନ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୪।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ ବାବଆଜାମଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ପାକିସ୍ତାନ ଦଳ ଦିନିକିଆ...

କୋଚ୍‌ ଆଚରେକରଙ୍କୁ ସଚିନ, କାମ୍ବଲିଙ୍କ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ,୧୭।୭(ପି.ଟି.)- ଗୁରୁପୂର୍ଣ୍ଣିମାର ଶୁଭ ତଥା ପବିତ୍ର ଦିବସ ଅବସରରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି ପିଲା ଦିନର କୋଚ୍‌ ରମାକାନ୍ତ ଆଚରେକରଙ୍କୁ...

ଇଣ୍ଡିଆନ ସୁପର ଲିଗ୍‌: ବିପିନଙ୍କ ହ୍ୟାଟ୍ରିକ, ଓଡ଼ିଶା ଏଫ୍‌ସିର ଶୋଚନୀୟ ପରାଜୟ

ବାମ୍ବୋଲିମ୍‌,୨୫।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ଏଫ୍‌ସି ୬-୧ ଗୋଲରେ ଓଡ଼ିଶା ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍‌ସି...

ଫିଗୁରେଡୋଙ୍କୁ ଫ୍ଲାଇଓ୍ବେଟ ଟାଇଟଲ

ଆବୁଧାବି, ୧୯।୭(ଏପି)- ବ୍ରାଜିଲର ଡେଭିସନ ଫିଗୁରେଡୋ ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌(ୟୁଏଫସି) ଫ୍ଲାଇଓ୍ବେଟ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଲଢ଼େଇର ପ୍ରଥମ ରାଉଣ୍ଡ ଶେଷ ହେବାକୁ...

ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟରୁ ବାଦ୍‌: ବାକି ଦୁଇଟି ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଭାରତୀୟ ତାରକା ଓପନର ରୋହିତ ଶର୍ମା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି...

Advertisement
Archives

Model This Week