ଡିଭିଜ ଲ୍ୟାବ୍‌ ଅଧ୍ୟକ୍ଷଙ୍କୁ ସର୍ବାଧିକ ବେତନ; ଭାରତୀୟ ଔଷଧ ଶିଳ୍ପରେ ସର୍ବାଧିକ

ହାଇଦ୍ରାବାଦ,୧୨-୮: ଡିଭିଜ ଲ୍ୟାବ୍‌ରେଟୋରିଜ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ(ସିଏମ୍‌ଡି) ମୁରଲୀ କେ.ଡିଭିଙ୍କୁ ୨୦୧୮-୧୯ରେ ବେତନ ଓ କମିଶନ ବାବଦରେ ମୋଟ ୫୮.୮୦ ଟଙ୍କା ପ୍ରଦାନ କରାଯାଇଛି। କୌଣସି ଭାରତୀୟ ଔଷଧ କମ୍ପାନୀରେ ସର୍ବାଧିକ ଦରମା ମିଳିବାରେ ମୁରଲୀ ହେଉଛନ୍ତି ପ୍ରଥମ। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ତାଙ୍କର ପାରିଶ୍ରମିକ ଗତବର୍ଷ ତୁଳନାରେ ୪୬.୩୦ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନୀ ଚଳିତବର୍ଷ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ୍‌.ବି.ରମଣଙ୍କୁ ୩୦ କୋଟି ଏବଂ ମୁରଲୀଙ୍କ ପୁଅ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ କିରଣ ଏସ.ଡିଭିଙ୍କୁ ୨୦ କୋଟି ଟଙ୍କା ଅତିଥି ଅଧିକାରୀ ଭାବେ ପ୍ରଦାନ କରାଯାଉଛି। ମୁରଲୀଙ୍କୁ କମିଶନ ଭାବେ ୫୭.୬୧ କୋଟି ଟଙ୍କା ମିଳିଛି। ଆର୍ଥିକ ବର୍ଷ ୨୦୧୭-୧୮ରେ ତାଙ୍କୁ ୪୦.୨୦ କୋଟି ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଥିଲା, ଯେଉଁଥିରେ ୩୯ କୋଟି ଟଙ୍କା କମିଶନ ଥିଲା। ଏହି ସମୟରେ କମ୍ପାନୀର କର୍ମଚାରୀଙ୍କ ଦରମା ହାରାହାରି ୩.୯୬ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୮-୧୯ରେ ଟିକସ ପ୍ରଦାନ ପରେ କମ୍ପାନୀକୁ ୧୩୩୩ କୋଟି ଟଙ୍କା ଶୁଦ୍ଧ ଲାଭ ଏବଂ ୫୦୩୬ କୋଟି ଟଙ୍କାର ରାଜସ୍ବ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର। ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ...

କରୋନା ପ୍ରଭାବ; କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଲା ଟାଟା କମ୍ୟୁନିକେଶନ

ନୂଆଦିଲ୍ଲୀ,୨୫।୭: କରୋନା ପ୍ରଭାବ ଘରୋଇ ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥି ଯୋଗୁ ଟାଟା କୁମ୍ୟୁନିକେଶନ ଏହାର କର୍ମଚାରୀଙ୍କ ଏକ ବଡ ଅଂଶକୁ ଛୁଟିରେ ପଠାଇଥିବା...

ରାଜସୁନାଖଳାରେ ଟ୍ରେଣ୍ଡ୍‌ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୩।୧୧: ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍‌ ‘ଟ୍ରେଣ୍ଡ୍‌ସ’ର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ନିକଟରେ ନୟାଗଡ଼...

୧୧ ଲକ୍ଷ ବିଏସ୍‌-୬ ଯାନ ବିକିଲା ହୋଣ୍ଡା ଟୁହ୍ବିଲର୍ସ

ନୂଆଦିଲ୍ଲୀ,୨୪।୭: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ୧୧ ଲକ୍ଷ ୟୁନିଟ ଦୁଇ ଚକିଆ ଯାନ ବିକ୍ରି ମାଇଲଖୁଣ୍ଟ ସ୍ଥାପନ ସମ୍ପର୍କରେ...

ପିଏମ୍‌ଇଜିପିରେ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ

ଭୁବନେଶ୍ୱର, ୬-୯(ବ୍ୟୁରୋ): ସାରା ଦେଶରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ଅର୍ଥନୈତିକ...

ଆଇଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଏମ୍‌ଏସ୍‌ବିର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ,୬।୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଲଭଲି ପ୍ରଫେସନାଲ ୟୁନିଭରସିଟି(ଏଲପିୟୁ)ର ସହଯୋଗୀ ଶିକ୍ଷାନୁଷ୍ଠାନ ମିତ୍ତଲ ସ୍କୁଲ ଅଫ୍‌ ବିଜନେସ୍‌ (ଏମ୍‌ଏସ୍‌ବି)ର ଉତ୍ତମ ପ୍ରଦର୍ଶନ ଜାରି...

ଗ୍ରାହକସେବାକୁ ଗୁରୁତ୍ୱ

ଗାଡ଼ି ସର୍ଭିସ୍‌ ସେଣ୍ଟରରୁ ଶୋ ରୁମ୍‌ ମାଲିକ ପର୍ଯ୍ୟନ୍ତ ଯାତ୍ରା ଯେତିକି କଷ୍ଟ ଥିଲା, ତାହା ବର୍ଣ୍ଣନା କରିବା ସହଜ ନୁହେଁ। ହେଲେ ବହୁ ଘାତପ୍ରତିଘାତ...

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ସ୍ଥିତି ବିଗିଡିବା ଆଶଙ୍କା

ନୂଆଦିଲ୍ଲୀ,୯।୪: କରୋନା ଯୋଗୁ ଦେଶର ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୪୦ କୋଟି ଶ୍ରମିକଙ୍କ ସ୍ଥିତି ବିଗିଡିବାର ଆଶଙ୍କା କରାଯାଉଛି। ଜାତିସଂଘ ପକ୍ଷରୁ ଏକ...

Advertisement
Archives

Model This Week