ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୭ ମଧ୍ୟରେ ଏହି ଅର୍ଥ ଲୋକଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଜମା କରାଯାଇଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହି ଅର୍ଥ ମଧ୍ୟରୁ କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୨୭,୪୪୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ସାମାଜିକ କଲ୍ୟାଣକାରୀ ଯୋଜନାରେ ୯,୭୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ପିଏମ୍‌-କିଷାନ, ଏମ୍‌ଏନ୍‌ଆର୍‌ଇଜିଏସ୍‌, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ, ପିଏମ୍‌ ମାତୃବନ୍ଧନ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନ, ଜାତୀୟ ସ୍ବାସ୍ଥ୍ୟ ମିଶନ ଭଳି ଯୋଜନାରେ ୧୧.୪୨ କୋଟି ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟଗୁଡିକର ୧୮୦ ଜନକଲ୍ୟାଣକାରୀ ଯୋଜନାରେ ୯,୭୧୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାବାଦ୍‌ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳାଙ୍କ ଜନଧନ ଆକାଉଣ୍ଟରେ ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏହି ବାବଦରେ ୧୯.୮୬ କୋଟି ହିତାଧିକାରୀଙ୍କୁ ୯,୩୩୦ କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯାଇଛି। ପିଏମ୍‌-କିଷାନର ୮.୪୩ କୋଟି ହିତାଧିକାରୀଙ୍କୁ ୫,୪୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ସୁଦ୍ଧା ଭାଙ୍ଗଯିବ ମମତା ବାନାର୍ଜୀଙ୍କ ସରକାର, ଶୁଭେନ୍ଦୁ କଲେ ଦାବି…

କୋଲକାତା, ୧୦।୮ : ପଶ୍ଚିମବଙ୍ଗରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏକ ବଡ ଦାବି କରିଛନ୍ତି ଯେ ରାଜ୍ୟର ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ସରକାର...

ମୋଦିଙ୍କ ଜନ୍ମଦିନ ପାଇଁ ଚାଲିଛି ପ୍ରସ୍ତୁତି, ଏଥର ଏମିତି କରାଯିବ ପାଳନ

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବର ୧୭ରେ ୭୦ ବର୍ଷରେ ପଦାର୍ପଣ କରିବେ। ଏହି ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ...

ହନୁମାନ ଜୟନ୍ତୀରେ ପ୍ରସ୍ତୁତ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୫।୪: ହନୁମାନ ଜୟନ୍ତୀ ପ୍ରସ୍ତୁତିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ସମସ୍ତ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା, ପର୍ବର ଶାନ୍ତିପୂର୍ଣ୍ଣ ପାଳନ...

ନୀତୀଶ କୁମାରଙ୍କ ଗାଡି ଉପରକୁ କାଳିମାଡ

ପାଟନା,୨୪।୯: ବିହାର ମୁଜଫରନଗରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ମଙ୍ଗଳବାର ଗରିବ ଜନକ୍ରାନ୍ତି ଦଳର କର୍ମକର୍ତ୍ତମାନେ କାଳି ମାଡ କରିବା ସହ କଳା ପତାକା...

୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସ୍ବତନ୍ତ୍ର ବେବି ବର୍ଥ: ଭାରତୀୟ ରେଳର ନୂଆ ଯୋଜନା…

ନୂଆଦିଲ୍ଲୀ,୯।୫ : ଟ୍ରେନରେ ଯାତ୍ରା କରୁଥିବା ମା ଏବଂ ଶିଶୁଙ୍କ ଯାତ୍ରା ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଆରାମଦାୟକ ହେବ। ଭାରତୀୟ ରେଳବାଇ ପାଞ୍ଚ ବର୍ଷ...

ଭାରତକୁ ୩୦୦ ବିଲିୟନ୍‌ ୟେନ୍‌ ଋଣ ଦେବ ଜାପାନ…

ନୂଆଦିଲ୍ଲୀ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଦ୍ୱିପାକ୍ଷିକ ବୁଝାମଣା...

ଦୈନିକ ସଂକ୍ରମଣ ୪ ଶହ ତଳେ…

ନୂଆଦିଲ୍ଲୀ, ୨୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬ ହଜାର...

ପୁଣି ଆତଙ୍କ, ଫେରୁଛି କରୋନା…

ନୂଆଦିଲ୍ଲୀ,୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

Advertisement
Archives

Model This Week