ଡିଡିଟି, କ୍ୟାପିଟାଲ ଗେନ୍ସ ଟାକ୍ସ କମିବନି

ନୂଆଦିଲ୍ଲୀ,୧-୧୧: ସରକାର ପୁଞ୍ଜିବଜାର ନିବେଶକଙ୍କୁ ଖୁସି କରାଇବା ଲାଗି ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ସ ଏବଂ ଡିଜିଡେଣ୍ଡ ଡିଷ୍ଟ୍ରିବ୍ୟୁଶନ ଟାକ୍ସ(ଡିଡ଼ିଟି)ରେ କିଛିଟା କୋହଳ ବ୍ୟବସ୍ଥା କରିବା ନେଇ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମାତ୍ର ଏଭଳି କିଛି ବ୍ୟବସ୍ଥା ସରକାର ଆଣିବେ ନାହିଁ। ଏଭଳି ଘୋଷଣା ଦ୍ୱାରା ରାଜକୋଷକୁ ହେଉଥିବା କ୍ଷତିର ଭରଣା ତଥା ସରକାରଙ୍କ ବିତ୍ତୀୟ ସ୍ଥିତି ଏବେ ଏତେଟା ଉନ୍ନତ ନାହିଁ। ନୂଆ ପଦକ୍ଷେପ ଦ୍ୱାରା ସରକାର ରାଜକୋଷ ତଥା ବିତ୍ତୀୟ ଶୃଙ୍ଖଳାକୁ ପ୍ରଭାବିତ କରିବାକୁ ଚାହୁଁ ନ ଥିବା ଜଣେ ଅଧିକାରୀ ଯୁକ୍ତି ବାଢିଛନ୍ତି। କେନ୍ଦ୍ର ସରକାର ଡିଡିଟି ବାବଦକୁ ୫୦,୦୦୦ କୋଟି ଏବଂ ସିକ୍ୟୁରିଟି ଟ୍ରାଞ୍ଜାକଶନ ଟାକ୍ସ ଭାବେ ଅତିରିକ୍ତ ୧୨,୦୦୦ କୋଟି ଟଙ୍କାର ରାଜସ୍ବ ପାଉଛନ୍ତି। ଅପରପକ୍ଷରେ ଭାରତର କ୍ୟାପିଟାଲ ଗେନ୍ସ ଟିକସ ଅନ୍ୟ ଦେଶ ତୁଳନାରେ ଅଧିକ ଉଦାର ବୋଲି ଅଧିକାରୀ କହିଛନ୍ତି। ଏଣୁ ଏଭଳି ସ୍ଥିତିରେ ଉକ୍ତ ପଦକ୍ଷେପ ଉଠାଇବା ସମ୍ଭାବନା ନାହିଁ। ସରକାର ଯଦି ଏଭଳି ଯୋଜନା ଗ୍ରହଣ କରନ୍ତି ତେବେ ସାମାଜିକ ଯୋଜନା ବାବଦ ଖର୍ଚ୍ଚ ହ୍ରାସ ଏବଂ ଅତିଧନୀ ଓ ବେତନଭୋଗୀଙ୍କ ଉପରେ ଟିକସ ବଢାଇବାକୁ ହେବ। ଏହି ବିକଳ୍ପଗୁଡିକ ରାଜନୈତିକ ଦୃଷ୍ଟିକୋଣରୁ ଗ୍ରହଣ କରିବା ସହଜ ନୁହେଁ। କର୍ପୋରେଶନ ଟିକସ ଏବଂ ଜିଏସ୍‌ଟି ହ୍ରାସ ଯୋଗୁ ସରକାରଙ୍କ ରାଜସ୍ବ ଏବେ କମିଛି। ଏଣୁ ପୁଣି ଥରେ ଟିସକ ହ୍ରାସ କରାଇବା ନେଇ ସରକାର ଏବେ ପ୍ରସ୍ତୁତ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ୪ ଦିନ ହୋଇପାରେ କାର୍ଯ୍ୟଦିବସ

ନୂଆଦିଲ୍ଲୀ: ସପ୍ତାହରେ ୪ ଦିନ କାମ କରିବା ଲାଗି ନିୟମ ଆସିପାରେ। ଏ ନେଇ କମ୍ପାନୀଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିପାରନ୍ତି। ଏହା କାର୍ଯ୍ୟକାରୀ ହେଲେ...

ବିଶ୍ୱ ବଜାରରେ ପହଞ୍ଚୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ

ଭୁବନେଶ୍ୱର,୨୩। ୬: ଖାଦ୍ୟ ସାମଗ୍ରୀ ଯୋଗାଣ ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶକୁ ନିୟନ୍ତ୍ରଣ କରାଯାଇ ପାରିବ। ଆମେରିକା, ଚାଇନା କିମ୍ବା ଅନ୍ୟ ଯେକୌଣସି ଦେଶ...

ଆମେରିକା-ଇରାନ ଯୁଦ୍ଧ ଲାଗିଲେ; ଅଶୋଧିତ ତେଲ ଦରରେ ଲାଗିବ ନିଆଁ

ନୂଆଦିଲ୍ଲୀ,୨୧-୬: ଇରାନ ବିରୋଧରେ ଆମେରିକାର କଟକଣା ଜାରି ପରେ ତେହରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ଏକ ସାମରିକ ଡ୍ରୋନକୁ...

ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି...

୭୦ ବିଲିୟନ ଡଲାର ନିବେଶ କରିବ ଇସ୍ପାତ ମନ୍ତ୍ରଣାଳୟ

କଲିକତା,୧୨-୧: ଦେଶର ଇସ୍ପାତ କ୍ଷେତ୍ର କାର୍ଯ୍ୟକଳାପକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ୭୦ ବିଲିୟନ ଡଲାର ନିବେଶ କରିବ। ଏହି ନିବେଶ ଦେଶର...

ମୁମ୍ବାଇ ରାସ୍ତାକଡ଼ରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ ଅମ୍ବାନୀ ପରିବାରର ଅଲିଅଳି: ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀଙ୍କ ସହ ଜଡିତ ପ୍ରତିଟି ଟିକିନିକି ଖବର ଲୋକମାନେ ଜାଣିବାକୁ ଚାହିଁଥାନ୍ତି। ଭାରତର ସବୁଠାରୁ...

ଅଗଷ୍ଟରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି

ଆପଣଙ୍କର ଯଦି ବ୍ୟାଙ୍କରେ ଜରୁରୀ କାମ ଥାଏ ତେବେ ଆଜି ହିଁ ସାରିଦିଅନ୍ତୁ। କାରଣ ଅଗଷ୍ଟ ମାସରେ ପ୍ରାୟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ।...

ସମବାୟ ବ୍ୟାଙ୍କ ଚେକ୍‌ କ୍ଲିୟରାନ୍ସରେ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୩: ୟେସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କର ଉଠାଣ କଟକଣା ଯୋଗୁ ଉକ୍ତ ବ୍ୟାଙ୍କର ବିଭିନ୍ନ ପେମେଣ୍ଟ ଏବଂ ଫଣ୍ଡ ଟ୍ରାନ୍ସଫର ସେବା ପ୍ରଭାବିତ ସ୍ଥିତିରେ ରହିଛି।...

Advertisement
Archives

Model This Week