ଡିଜେଲ ଲିଟର ପିଛା ୧୦ଟଙ୍କା ବଢିଲାଣି

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ତୈଳ ଦର ପେଟ୍ରୋଲ ଲିଟର ପିଛା ୨୦ ପଇସା ଏବଂ ଡିଜେଲ ୫୬ ପଇସା ବୃଦ୍ଧି ପାଇଛି। ଫଳରେ ଡିଜେଲ ଦର ଲିଟର ପିଛା ୧୦.୨ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଲିଟର ପିଛା ୨୦ ପଇସା ବୃଦ୍ଧି ଫଳରେ ଦେଶର ପେଟ୍ରୋଲ ଦର ମଧ୍ୟ ରେକଡର୍ର୍ ପରିମାଣରେ ବୃଦ୍ଧି ପାଇଛି ବୋଲି ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଗୋଟିଏ ପଟରେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ ନଥିବା ବେଳେ ଏହି ସମୟରେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ୧୭ ଦିନ ମଧ୍ୟରେ ତେଲ ଦର ବୃଦ୍ଧି ପାଇ ଚାଲିଛି। ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ତେଲ ଦର ଏଭଳି ଭାବରେ ବୃଦ୍ଧି ପାଇବ। ଅନ୍ତର୍ଜାତୀୟ ତୈଳ ବଜାରର ଦର ହ୍ରାସ ହେଉ ନ ଥିବାରୁ ଏଭଳି ସ୍ଥିତି ଲାଗି ରହିବ ବୋଲି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକଙ୍କ ପକ୍ଷରୁ କୁହାଯାଇଛି। ଚଳିତ ମାସ ୭ ରୁ ଆଜି ପର୍ଯ୍ୟନ୍ତ (ମଙ୍ଗଳବାର) ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି। ଫଳରେ ପେଟ୍ରୋଲ ଉପରେ ୮.୫୦ ଟଙ୍କା ଏବଂ ଡିଜେଲ ୧୦.୨ ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ମଙ୍ଗଳବାର ପେଟ୍ରୋଲ ଦର ୭୯.୫୬ ଟଙ୍କାରୁ ବୃଦ୍ଧି ପାଇ ୭୯.୭୬ ଟଙ୍କା ଏବଂ ଡିଜେଲ ଦର ୭୮.୮୪ ଟଙ୍କାରୁ ବୃଦ୍ଧି ହୋଇ ୭୯.୪୦ ଟଙ୍କାରେ ପହଞ୍ଚତ୍ଛି। ଏହି ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୦.୩୧ ଟଙ୍କା ଓ ଡିଜେଲ ଲିଟର ପିଛା ୭୭.୫୯ ଟଙ୍କା ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଲାଗି ସ୍ବେଚ୍ଛାକୃତ ହେବ ଫସଲ ବୀମା ଯୋଜନା

ନୂଆଦିଲ୍ଲୀ,୧୬-୭: କେନ୍ଦ୍ର ସରକାର ଖୁବଶୀଘ୍ର ପିଏମ୍‌ କିଷାନ ଫସଲ ବୀମା ଯୋଜନାରେ ଏକାଧିକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ସାମିଲ ହେବା ଏଣିକି ଚାଷୀଙ୍କ...

୯.୬% ଖସିବ ଜିଡିପି

ନୂଆଦିଲ୍ଲୀ: ୨୦୨୦-୨୧ରେ ଭାରତର ଜିଡିପି ୯.୬% ଖସିବା ନେଇ ବିଶ୍ୱବ୍ୟାଙ୍କ ପରିବର୍ତ୍ତିତ ଆକଳନରେ କହିଛି। ଜିଡିପି ୩.୨% ଖସିବ ବୋଲି ଏହା ପୂର୍ବରୁ ଆକଳନ କରିଥିଲା।...

ଲଣ୍ଡନରେ ରୁଚି ଉଦ୍ୟୋଗ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୯-୮: ଓଡ଼ିଆ ସୋସାଇଟି ଅଫ୍‌ ୟୁନାଇଟେଡ କିଙ୍ଗଡମ୍‌ ପକ୍ଷରୁ ଏହାର ୪୦ତମ ବାର୍ଷିକ ଉତ୍ସବରେ ଶ୍ରେଷ୍ଠ ଉଦ୍ୟୋଗ ଭାବେ ପ୍ରମୁଖ ମସଲା କମ୍ପାନୀ ରୁଚିକୁ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୪୬.୧୮%

ଭୁବନେଶ୍ୱର,୧।୬(ବ୍ୟୁରୋ) : ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ମାର୍ଚ୍ଚରେ ୩୦୯ ପଏଣ୍ଟ ଥିଲା। ଏହା ଏପ୍ରିଲରେ ୩ ପଏଣ୍ଟ...

ଜେଏସ୍‌ପିଏଲ୍‌ ପ୍ରଦାନ କଲା ୨୫ କୋଟି

ଭୁବନେଶ୍ୱର,୧।୪: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ପ୍ରଧାନମନ୍ତ୍ରୀଙ୍କ ପିଏମ୍‌ କେୟାର୍ସ ଫଣ୍ଡକୁ...

ସହରାଞ୍ଚଳରେ କରୋନା ପ୍ରଭାବ: ତିନି ଚତୁର୍ଥାଶଂଙ୍କ ଉପରେ ଆର୍ଥତ୍କ ମାଡ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦେଶର ତିନି ଚତୁର୍ଥାଂଶ ସହରାବାସୀଙ୍କୁ ଆର୍ଥତ୍କ ଭାବେ ପ୍ରଭାବିତ କରିଛି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକଙ୍କ ଆର୍ଥତ୍କ ସ୍ଥିତି ଗତ ବର୍ଷ...

ଟାଇଟାନ ରାଗାର ନୂଆ କଲେକ୍ସନ

ଭୁବନେଶ୍ୱର,୧୭-୧୦: ଟାଇଟାନ ରାଗାର ନୂଆ ଫେସେଟ୍‌ସ କଲେକ୍ସନ ବଜାରକୁ ଆସିଛି। ଅତ୍ୟାଧୁନିକ ଭାରତୀୟ ମହିଳା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ଧ୍ୟାନରେ ରଖି କମ୍ପାନୀ ଏହି କଲେକ୍ସନ...

ଛଟେଇ କରିବନି ଓ୍ବିପ୍ରୋ

ବାଙ୍ଗାଲୁରୁ,୧୩।୭: ଦେଶର ପ୍ରମୁଖ ଆଇଟି ଫାର୍ମ ଓ୍ବିପ୍ରୋ ଲିମିଟେଡ କୋଭିଡ୍‌-୧୯ ସମୟରେ କର୍ମଚାରୀଙ୍କୁ ଛଟେଇ କରିବନି। ବର୍ତ୍ତମାନ କମ୍ପାନୀ ଏଭଳି କୌଣସି ଯୋଜନା ରଖିନାହିଁ ବୋଲି...

Advertisement
Archives

Model This Week