ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ପାଞ୍ଚ ହଜାର କାର୍ଯ୍ୟକର୍ତ୍ତା

କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୋଦି ସରକାରଙ୍କ ଦିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଶାସନର ସଫଳତା ଓ ଯୋଜନା ସମ୍ପର୍କରେ ଆସନ୍ତା ୮ ତାରିଖ ୩ଟା ୩୦ ମିନିଟ ସମୟରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ଏହି ବିଶାଳ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ଯୋଡି ହେବା ପାଇଁ କେନ୍ଦୁଝର ଜିଲାରୁ ୫୦୦୦ କାର୍ଯ୍ୟକର୍ତ୍ତା ସାମିଲ ହେବେ ବୋଲି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସୂଚନା ଦେଇଛନ୍ତି। କେନ୍ଦୁଝର ଜିଲା ବିଜେପି ଆଇଟି ସେଲ୍‌ର ଏକ ପ୍ରସ୍ତୁତି ବୈଠକ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଆୟୋଜିତ ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲା ଆଇଟି ସେଲ୍‌ ସଂଯୋଜକ ଜୟଦେବ ଗିରି ଓ ଜିଲାର ସମସ୍ତ ବିଧାନସଭା ପ୍ରାର୍ଥୀଙ୍କ ସହ ୪୨ଟି ମଣ୍ଡଳର ଆଇଟି ସେଲ୍‌ ସଂଯୋଜକ ପ୍ରମୁଖ ସାମିଲ ହେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଣ୍ଡିଆ ଚାଷ ପ୍ରତି ବଢୁଛି ଆଦର

କେନ୍ଦୁଝର,୧୩।୬: ମାଣ୍ଡିଆ ଏପରି ଏକ ଶସ୍ୟ ଯାହା ସମ୍ପୂର୍ଣ୍ଣ ଭାବେ ସ୍ବାସ୍ଥ୍ୟ ପାଇଁ ହିତକାରୀ। ଆଜିକା ବ୍ୟସ୍ତବହୁଳ ଜୀବନରେ ଧନୀ ଠୁ ନେଇ ଗରିବ ସମସ୍ତଙ୍କ ପାଖରେ...

ଆଜି କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ଭୁବନେଶ୍ବର, ୨୬ା୭(ବ୍ୟୁରୋ): ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଏକାଧିକ ଥର ଜେରା କରାଯାଇସାରିଛି।...

୬୦ ଗାଡ଼ି ଯାଞ୍ଚ, ୩ ଲକ୍ଷ ଜରିମାନା

ଢେଙ୍କାନାଳ ଅଫିସ,୧୯।୪: ଢେଙ୍କାନାଳ ସହରରେ ସ୍କୁଲ ବସ୍‌ ଧକ୍କାରେ ସୋମବାର ପୌରପାଳିକାର ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଏପରି ଯାନବାହାନ ଯାଞ୍ଚକୁ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ

କେନ୍ଦୁଝର,୩୦ା୭(ସ୍ବ.ପ୍ର.): କେନ୍ଦୁଝରର ଅତିରିକ୍ତ ଜିଲା ଦୌରାଜଜ୍‌ ମାନସ କୁମାର ମିଶ୍ର ଜଣେ ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା...

ପ୍ରଦୀପ ସାହୁ ଯୁବ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ

ଗୁଣପୁର,୧୪।୫(ଡି.ଏନ.ଏ): ରାୟଗଡା ଜିଲା ଗୁଣପୁର ଅଞ୍ଚଳର ଯୁବ ନେତା ପ୍ରଦୀପ ସାହୁ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଭାବେ ମନୋନୀତ ହୋଇଛନ୍ତି। ଜାତୀୟ ଯୁବ କଂଗ୍ରେସ...

ଗାଡ଼ି ଧକ୍କାରେ ଜଣଙ୍କର ଜୀବନ ଗଲା

ରେଢ଼ାଖୋଲ,୯ା୪(ଡି.ଏନ୍‌.ଏ.): ରେଢ଼ାଖୋଲ ବୌଦ୍ଧ ରାସ୍ତାର କଦଳୀଗଡ଼ ଠାରେ ରବିବାର ଏକ ଟାଟା ଏସି ଅଟୋ ଧକ୍କାରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ହେଲେ କଦଳୀଗଡ଼ର...

ରାତିରେ ଶୋଇଥିଲେ, ହେଲେ ସକାଳୁ ଉଠିଲେନି

ପଦ୍ମପୁର, ୩ା୪(ଡି.ଏନ.ଏ.): ଭଦ୍ରକ ବ୍ଲକ ଅଧୀନ ଜିତାନଗା ଗ୍ରାମରେ ଜଣେ ଯୁବକ ପାରିବାରିକ କଳହକୁ କେନ୍ଦ୍ରକରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି...

ଦିନକରେ କରୋନା ନେଲା ୬୬ ଜୀବନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୮୩୪ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ...

Advertisement
Archives

Model This Week