ଡିଜିଟାଲ ଇଣ୍ଡିଆର ୪ବର୍ଷ ପୂର୍ତ୍ତି ପାଳନ

କଟକ ଅଫିସ,୧।୭: କଟକ ନଗର ଡାକମଣ୍ଡଳ ଦ୍ୱାରା ଡିଜିଟାଲ ଇଣ୍ଡିଆର ୪ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏହି ଅବସରରେ ଡିଜିଟାଲ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କଟକ ନଗର ଡାକମଣ୍ଡଳର ବରିଷ୍ଠ ଅଧୀକ୍ଷକ ଶୁଚିସ୍ମିତା ସ୍ବାଇଁ ଯୋଗଦେଇ ଡାକବିଭାଗର ଡିଜିଟାଲକରଣ ଉପରେ ଅବଗତ କରାଇଥିଲେ। ଏବେ ଟଙ୍କାପଇସା କାରବାର କୋର୍‌ ବ୍ୟାକିଙ୍ଗ୍‌ ସେବା ଦ୍ୱାରା କରାଯାଉଛି। ଯେଉଁଥିରେ ଏଟିଏମ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ, ଏସଏମଏସ ସେବା ଆଦି ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଉଛି। ପୋଷ୍ଟ ଇନଫୋ ଆପ୍‌ ଦ୍ୱାରା ସ୍ପିଡ୍‌ ପୋଷ୍ଟ, ପାର୍ଶଲ ଆଦି ସେବାର ଟ୍ରାକିଂ କରାଯାଇପାରୁଛି। ଏହି ଆପ୍‌ରେ ମଧ୍ୟ ପିଏଲଆଇ ଏବଂ ଆରପିଏଲଆଇର ପ୍ରିମିୟମର ହିସାବ, ସ୍ବଳ୍ପ ସଞ୍ଚୟ ଯୋଜନାର ସୁଧ ଆଦି ଜାଣି ହେଉଛି। ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍‌(ଆଇ.ପି.ପି.ବି) ଦ୍ୱାରା ଘରେ ଘରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚି ପାରିଛି। ଆଇପିପିବିି ମୋବାଇଲ ଆପ୍‌ ଦ୍ୱାରା ଏନଇଏଫଟି, ଆରଟିଜିଏସ, ମୋବାଇଲ୍‌ ରିଚାର୍ଜ, ବିଦ୍ୟୁତ କର ଦେୟ ଆଦି ସେବା ଉପଭୋକ୍ତାମାନେ ପାଇପାରୁଛନ୍ତି। ଆଧାର ପଞ୍ଜିକରଣ, ପାସପୋର୍ଟ ସେବା, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନ୍‌ସନ୍‌ ଯୋଜନା ସର୍ବସାଧାରଣଙ୍କ ପାଖରେ ପହଞ୍ଚିପାରିଛି। ଦର୍ପଣ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳରେ ଡାକଘର ତାର ଅନେକ ସେବାକୁ ଡିଜିଟାଲ କରିପାରିଛି। କେବଳ ସେତିକି ନୁହେଁ, ଡିଜିଟାଲ ଇଣ୍ଡିଆ ଯୋଜନାରେ ଡାକଘର କୋର୍‌ ସିଷ୍ଟମ୍‌ ଇଣ୍ଟିଗ୍ରେସନ୍‌ ଯୋଜନାରେ ପ୍ରତ୍ୟେକ କାର୍ଯ୍ୟକୁ ସମନ୍ବିତ କରିଛି। ଡାକଘରର ଉପରୋକ୍ତ ଡିଜିଟାଲ ସୁବିଧାଗୁଡିକୁ କର୍ମଚାରୀମାନେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇଥିଲେ। କଟକ ଜିପିଓ ବରିଷ୍ଠ ପୋଷ୍ଟମାଷ୍ଟର ଶେଖ୍‌ ମହମ୍ମଦ ନୋମାନ ଏହାର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାର୍ଟଅପ୍‌ ଏବେ ଷ୍ଟପ୍‌

ଭୁବନେଶ୍ୱର,୧୨।୭: କୋଭିଡ୍‌-୧୯ ସମଗ୍ର ଦେଶରେ ବ୍ୟବସାୟ କରିବା ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଅଧିକାଂଶ ବିଜ୍‌ନେସ୍‌ର ମ୍ୟାନେଜମେଣ୍ଟ ପ୍ରାକ୍ଟିସ୍‌ ପରିବର୍ତ୍ତନ ହୋଇଥିବା ବେଳେ ଅଧାରୁ...

ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ମକର...

ଧରିତ୍ରୀ ପ୍ରଭାବ: ବିନାନୁମତିରେ ଖୋଲାଥିବା ଦୋକାନ ବନ୍ଦ ହେଲା

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଲକ୍‌ଡାଉନ ଜାରି ରହିଥିବାବେଳେ ମାର୍କେଟ, କମ୍ପ୍ଲେସ ଓ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଥିଲା। ହେଲେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ବ୍ୟବସାୟୀମାନେ ରବିବାର ଦୋକାନ...

ଶରତରେ ଅଗ୍ନିବର୍ଷା

ଭୁବନେଶ୍ୱର,୨ା୯(ବ୍ୟୁରୋ):ଶରତରେ ଗ୍ରୀଷ୍ମର ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବଲ କରୁଛି। ଦିନରେ ବାହାରକୁ ଯିବା ମୁସ୍କିଲ ହୋଇପଡୁଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଦୁର୍ବଳ ରହିଥିବାରୁ...

ଲକ୍‌ଡାଉନ୍‌ ସତ୍ତ୍ୱେ ମାନିଲେନି

ଭୁବନେଶ୍ୱର,୨୪।୩(ବ୍ୟୁରୋ)/ ପୁରୀ ଅଫିସ/ ଖୋର୍ଦ୍ଧା ଅଫିସ/କଟକ ଅଫିସ୍‌: କରୋନାକୁ ପରାଜିତ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନତା ଆବଶ୍ୟକ। ବାହାରେ ନୁହେଁ, ଲୋକେ ଘରେ ରହି ହିଁ...

୨୦୨୩-୨୪ ରାଜ୍ୟ ବଜେଟ: ସ୍ବାସ୍ଥ୍ୟ କ୍ଷେତ୍ରରେ ୧୬ ହଜାର କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ରାଜ୍ୟ ବଜେଟରେ ସ୍ବାସ୍ଥ୍ୟ ପାଇଁ ୧୬ ହଜାର କୋଟି ବ୍ୟୟବରାଦ ହୋଇଛି। ଗତବର୍ଷ ତୁଲନାରେ ଏହା ୨୭ ପ୍ରତିଶତ ବୃଦ୍ଧି ପାଇଛି। ମୋଟ...

୨୩ରୁ ପୁରୀରେ ୧୪୪

ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ...

୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ...

Advertisement
Archives

Model This Week