ଡିଏନ୍‌ଏରୁ ଜଣାପଡ଼ିବ ଭବିଷ୍ୟତରେ ଶିଶୁ ଡାକ୍ତର ଅବା ହେବ ଇଞ୍ଜିନିୟର…

ଭବିଷ୍ୟତରେ ଶିଶୁ କେଉଁ ପେଶାରେ ରହିବ ତାହା ଡିଏନ୍‌ଏରୁ ଜଣାପଡ଼ିବ। ଶିଶୁ ଡାକ୍ତର, ଇଞ୍ଜିନିୟର, କଳାକାର ଅବା ସାଧାରଣ କାର୍ଯ୍ୟ କରିବ ତାହା ଗୁଣସୁତ୍ରରେ ଥିବା ଡିଏନ୍‌ଏରୁ ସହଜରେ ଆକଳନ କରାଯାଇପାରିବ ବୋଲି ଗବେଷକ କହିଛନ୍ତି। ଏନେଇ ଚାଇନା ସମେତ ଅନ୍ୟ କେତେକ ବିକଶିତ ଦେଶରେ ଜେନେଟିକ୍‌ ଟେଷ୍ଟିଂ ଜ୍ଞାନକୌଶଳ ଉପରେ ଗବେଷଣା ଜାରି ରହିଛି। ୨୦୧୮ରେ ଚାଇନାରେ ଏହି ଜ୍ଞାନକୌଶଳ ଯୋଗୁ ୪.୧ କୋଟି ଡଲାରର କାରବାର ହୋଇଥିଲା। ୨୦୨୫ ବେଳକୁ ଏହା ପ୍ରାୟ ତିନିଗୁଣା ବୃଦ୍ଧି ପାଇ ୧୩.୫ କୋଟି ଡଲାରରେ ପହଞ୍ଚିବାର ଆକଳନ କରାଯାଇଛି। ଚାଇନାରେ ପ୍ରତିବର୍ଷ ଦେଢ଼ କୋଟି ଶିଶୁ ଜନ୍ମ ନେଇଥାନ୍ତି। ଅଭିଭାବକମାନେ ଶିଶୁ ଭବିଷ୍ୟତରେ କେଉଁ ପେଶା ପ୍ରତି ଆକୃଷ୍ଟ ହେବ ତାହା ଜାଣିବାକୁ ଚାହୁଁଛନ୍ତି। ଏହାକୁ କେତେକ ଜାତକ ବିଚାର କହୁଥିବାବେଳେ କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଏଭଳି ଆକଳନ ଡିଏନ୍‌ଏ ଉପରେ ଆଧାରିତ। ତେବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଆନୁବଂଶିକ ଓ୍ବିଙ୍ଗ୍‌ ଏବଂ ଡାଟା ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଗିଲ୍‌ ମେକଓ୍ବନ୍‌ଙ୍କ ଅନୁସାରେ ଶିଶୁର ଏଭଳି ଭବିଷ୍ୟତ ସଠିକ୍‌ ଭାବେ ଡିଏନ୍‌ଏ ପରୀକ୍ଷଣରୁ ଜଣାପଡ଼ିବା ଦାବି ଶତ ପ୍ରତିଶତ ନୁହେଁ। ଶିଶୁର କେତେକ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର ସମ୍ପର୍କରେ ଡିଏନ୍‌ଏ ପରୀକ୍ଷଣରୁ ଜଣାପଡ଼ିଥାଏ। ମାତ୍ର ଜିନ୍‌ ଡିସକଭରି କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ବ୍ୟକ୍ତିର ସମସ୍ତ ଚାଲିଚଳଣ ଆନୁବଂଶିକ ଗୁଣର ବାହକ। ତେଣୁ ଏଭଳି ପରୀକ୍ଷଣ ଦ୍ୱାରା ଭବିଷ୍ୟତ ପେଶା ସମ୍ପର୍କରେ ତଥ୍ୟ ବହୁ ପୂର୍ବରୁ ଜଣାପଡ଼ିବ। ଗ୍ଲୋବାଲ୍‌ ମାର୍କେଟ୍‌ ଇନସାଇଟ୍‌ ଅନୁସାରେ ଏଭଳି ପରୀକ୍ଷଣ ଦ୍ୱାରା ଅଗାମୀ ଦିନରେ ଭଲ କାରବାର ହୋଇପାରିବ। ୨୦୨୨ ସୁଦ୍ଧା ଏହି କ୍ଷେତ୍ରରେ ସାରା ପୃଥିବୀରେ ୪୦ କୋଟି ଡଲାରରୁ ଅଧିକ କାରବାର ହେବାର ଆଶା ରହିଛି। ଏହି ସମୟରେ ଚାଇନାର ୬ କୋଟି ଡଲାରର କାରବାର ହେବାର ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତି ରାସ୍ତାରେ ଧଳା-ହଳଦିଆ ଗାର କାହିଁକି ଥାଏ

ଆପଣ ରାସ୍ତାରେ ଯିବା ସମୟରେ ନିଶ୍ଚିତ ଧଳା ଏବଂ ହଳଦିଆ ଗାର ପଡ଼ିଥିବା ଦେଖିଥିବେ। କେଉଁଠି ଏହି ଗାର ସିଧା ଟଣା ହୋଇଥାଏ ତ ଆଉ...

ରେଲ୍‌ଓ୍ବେ କ୍ରସିଂରେ ଠିଆ ହୋଇଥିଲା କାର୍‌ ଭର୍ତ୍ତି ଟ୍ରକ୍‌, ଦ୍ରୁତ ଗତିରେ ଆସିଲା ଟ୍ରେନ୍‌; ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧୦:  ଆମେରିକାର ଓକାଲୋହୋମାରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭର୍ତ୍ତି ଟ୍ରକ୍‌ ଲେଭଲ କ୍ରସିଂ ନିକଟରେ ରାସ୍ତା ପାର୍‌ ପାଇଁ ଠିଆ...

ହେଲିକପ୍ଟର ବ୍ୟବହାର କରି ମହିଳାଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ କନଷ୍ଟେବଳ, ଆଉ ତା ପରେ

ଲଣ୍ଡନର ୟର୍କସାୟାରରେ ପୂର୍ବତନ ଗ୍ଲାମର ମଡେଲ ଟ୍ରେସି (୫୪)ଡିକ୍ସନ ପୋଲିସ ବିରୋଧରେ ଏକ ମାମଲା ଜିତିଛନ୍ତି। ଟ୍ରେସି ଅଭିଯୋଗ କରିଥିଲେ ଯେ, ସେ ବଗିଚାରେ ଉଲଗ୍ନ...

ଯୁଦ୍ଧ ଘୋଷଣା…

ମସ୍କୋ,୨୪।୨ : ଯୁଦ୍ଧ ଟାଳିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ବୈଠକ ଚାଲିଥିବାବେଳେ ରୁଷ୍‌ଇଆ ରାଷ୍ଠ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା...

ୟୁକ୍ରେନ ଯୁଦ୍ଧ: ରୁଷିଆ ପାଇଁ ଭଡ଼ାରେ ଲଢୁଛନ୍ତି ଆଫଗାନର ସୈନ୍ୟ…

ମସ୍କୋ/କ୍ୱିଭ୍‌,୨୭।୧୦ : ରୁଷିଆ-ୟୁକ୍ରେନ ମଧ୍ୟରେ ଆଠ ମାସ ଧରି ଜାରି ରହିଥିବା ଯୁଦ୍ଧ ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଭୟଙ୍କର ହେବାକୁ ଯାଉଛି। ପୂର୍ବତନ...

ଏଲ୍‌ଏସିରେ ଚାଇନା ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି: ପୋମ୍ପିଓ

ଓ୍ବାଶିଂଟନ, ୧୦।୧୦: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ପକ୍ଷରୁ ଚାଇନା ଟାର୍ଗେଟ୍‌ କରାଯାଇଛି। ଆମେରିକା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌...

ଆମେରିକାରେ ପୁଣି ଗୁଳିକାଣ୍ଡ, ଫିଲାଡେଲଫିଆରେ ୩ ମୃତ ୧୧ ଆହତ…

ନୂଆଦିଲ୍ଲୀ, ୫।୬ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। ଶନିବାର ବିଳମ୍ବିତ ରାତ୍ରରେ ଫିଲାଡେଲଫିଆର ସାଉଥ୍‌ ଷ୍ଟ୍ରିଟ୍‌ରେ ସପ୍ତାହ ଶେଷରେ ଅବସର ବିନୋଦନ ପାଇଁ ବହୁ...

ବାଫ୍‌ଟାରେ ‘ନୋମାଡ୍‌ଲାଣ୍ଡ’ର ଯାଦୁ

ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍‌ଟିଏ ବା ବାଫ୍‌ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ...

Advertisement
Archives

Model This Week