Posted inଜାତୀୟ

ଡାମନ୍‌-ଡିୟୁ ଏବଂ ଦାଦର-ନଗର ହବେଲିର ହୋଇପାରେ ମିଶ୍ରଣ: ମୋଦି ସରକାରଙ୍କ ନୂଆ ଯୋଜନା !

ନୂଆଦିଲ୍ଲୀ,୨୩।୧୧: ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡାମନ୍‌-ଡିୟୁ ଏବଂ ଦାଦର-ନଗର ହବେଲିର ମିଶ୍ରଣ କରିବା ପାଇଁ ଯୋଜନା କରିଥିବା କୁହାଯାଉଛି। ଏସମ୍ପର୍କରେ ଲୋକସଭାରେ କେନ୍ଦ୍ରୀୟ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ୍‌ ସୂଚନା ଦେଇଛନ୍ତି। ସଂସଦରେ ଏନେଇ ଆସନ୍ତା ସପ୍ତାହରେ ଏକ ପ୍ରସ୍ତାବ ଆସିପାରେ ବୋଲି ସେ କହିଛନ୍ତି। ଗୁଜରାଟର ପଶ୍ଚିମ ଉପକୂଳ ଅଞ୍ଚଳରେ ଥିବା ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ମିଶ୍ରଣ ଦ୍ୱାରା ପ୍ରଶାସନିକ ବ୍ୟବସ୍ଥା ଭଲ ଭାବେ କାର୍ଯ୍ୟ କରିବାର ସମ୍ଭାବନା ରହିଥିବା ସେ ସୂଚିତ କରିଛନ୍ତି। ସୂଚନାଯୋଗ୍ୟ, ଦାଦର-ନଗର ହବେଲିରେ ଗୋଟିଏ ଜିଲା ଥିବାବେଳେ ଡାମନ୍‌-ଡିୟୁରେ ୨ଟି ଜିଲା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ସିଜେନ୍‌ ଅଭାବରୁ ୧୦ ରୋଗୀଙ୍କ ମୃତ୍ୟୁ

ଭୋପାଳ, ୧୯।୪: ମଧ୍ୟପ୍ରଦେଶର ଶାହଡୋଲ ଜିଲାରେ ଥିବା ସରକାରୀ ମେଡିକାଲ କଲେଜରେ ତରଳ ଅକ୍ସିଜେନ୍‌ ଟ୍ୟାଙ୍କରେ କମ୍‌ ଚାପ ଯୋଗୁ ୧୦ ଜଣ କରୋନା ରୋଗୀଙ୍କ...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ପୋଲ ତଳୁ ମିଳିଲା ଆଇଇଡ଼ି

ଶ୍ରୀନଗର, ୭।୯: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ସ୍ଥାନୀୟ ଅରାମପୋରା ଅଞ୍ଚଳରେ ଥିବା ସୋପୋର-କୁପଓ୍ବାରା ପୋଲ ତଳେ...

କର୍ନାଟକ କଂଗ୍ରେସକୁ ଲାଗିଲା ଝଟ୍‌କା: ଇସ୍ତଫା ଦେଲେ ବିଧାୟକ ଆନନ୍ଦ ସିଂ

ବେଲ୍ଲାରୀ,୧।୭: କଂଗ୍ରେସରେ ଇସ୍ତଫା ପର୍ବ ଚାଲିଥିବା ବେଳେ କର୍ନାଟକ ବେଲ୍ଲାରୀ ଜିଲା ବିଜୟନଗରର କଂଗ୍ରେସ ବିଧାୟକ ଆନନ୍ଦ ସିଂ ଇସ୍ତଫା ଦେଇଛନ୍ତି। ବିଧାନସଭା ଅଧ୍ୟକ୍ଷ କେଆର୍‌...

କରୋନାରେ ମୃତକଙ୍କ ପରିବାରକୁ ପଞ୍ଜାବ ସରକାର ଦେବେ ଆର୍ଥିକ ସହାୟତା

ଚଣ୍ଡିଗଡ଼,୧୩ ।୧୦ : ପଞ୍ଜାବ ସରକାର କରୋନା ଭାଇରସ ଯୋଗୁ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ଆର୍ଥିକ ସହାୟତା ସ୍ୱରୂପ ୫୦ ହଜାର ଟଙ୍କା...

ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି ଡାଟାବେସ୍‌…

ନୂଆଦିଲ୍ଲୀ, ୨୧।୪ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି ଯେ ବୋମା ବିସ୍ଫୋରଣ, ଆତଙ୍କବାଦୀ ପାଣ୍ଠି, ନକଲି ମୁଦ୍ରା, ନିଶା କାରବାର, ହାୱଲା,...

ନିର୍ଭୟା ଅପରାଧୀଙ୍କୁ ଚୂଡ଼ାନ୍ତ ନୋଟିସ

ନୂଆଦିଲ୍ଲୀ,୧୯।୧୨(ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ବୁଧବାର ରାତିରେ ତିହାର ଜେଲ୍‌ ପ୍ରଶାସନ ଚୂଡ଼ାନ୍ତ ନୋଟିସ ଜାରି କରିଛନ୍ତି। ଯଦି ସେମାନେ...

ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ଅନୁଷ୍ଠିତ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ...

ନକ୍ସଲଙ୍କ ବିରୋଧରେ ଲଢେଇ ହେବ ଆହୁରି ଜୋରଦାର: ଅମିତ ଶାହା

ରାୟପୁର,୫।୪: ଛତିଶଗଡର ନକ୍ସଲ ପ୍ରଭାବିତ ଜିଲା ବିଜାପୁରରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨୨ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ସୋମବାର...

Advertisement
Archives

Model This Week