Posted inଜାତୀୟ

ଡାନିଶ୍‌ ଅଲି ଲୋକ ସଭାରେ ବିଏସ୍‌ପି ନେତା ପଦରୁ ବିଦା

ନୂଆଦିଲ୍ଲୀ,୮ା୮(ପି.ଟି.): ବିଏସ୍‌ପି ଡାନିଶ୍‌ ଅଲିଙ୍କୁ ଲୋକ ସଭାରେ ଦଳର ନେତା ନିଯୁକ୍ତ କରିବାର ଦିନ କେଇଟା ନ ଯାଉଣୁ ତାଙ୍କୁ ଉକ୍ତ ପଦରୁ ବିଦା କରିଦେଇଛି। ତାଙ୍କ ସ୍ଥାନରେ ଜଉନପୁର ଏମ୍‌ପି ଶ୍ୟାମ ସିଂ ଯାଦବଙ୍କୁ ଲୋକ ସଭାରେ ଦଳର ନେତା ନିଯୁକ୍ତ କରାଯିବ । ଯାଦବ ଜେଡିଏସ୍‌ରୁ ବହିଷ୍କୃତ ହେବା ପରେ ବିଏସ୍‌ପିରେ ସାମିଲ ହୋଇଥିଲେ। ସେହିପରି ଆମ୍ବେଦକର ନଗରୀ ଏମ୍‌ପି ରିତେଶ ପାଣ୍ଡେଙ୍କୁ ଲୋକ ସଭାର ଉପନେତା ନିଯୁକ୍ତ କରାଯାଇଛି। ଉତ୍ତରପ୍ରଦେଶର ୧୨ଟି ବିଧାନସଭା ଆସନରେ ଉପନିର୍ବାଚନ ପୂର୍ବରୁ ବିଏସ୍‌ପି ସାଂଗଠନିକ ସ୍ତରରେ ଅଦଳବଦଳ କରିଛି। ଲୋକ ସଭା ନିର୍ବାଚନରେ ବିଏସ୍‌ପି-ଏସ୍‌ପି ମେଣ୍ଟ କରିଥିବାବେଳେ ଉପନିର୍ବାଚନରେ ଉଭୟ ଦଳ ପରସ୍ପର ବିରୋଧରେ ଲଢ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ଭବନକୁ ବିଦାୟ ଦେଉଛୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନୂତନ ସଂସଦ ଭବନକୁ ଯିବା ପୂର୍ବରୁ ଆସନ୍ତୁ ଦେଶର...

୨୦୦୭ ଜନ୍ମିତ ପିଲାଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ,୨୭।୧: ୨୦୦୭ ଜନ୍ମ ହୋଇଥିବା ପିଲାମାନେ ନେଇପାରିବେ ଟିକା। କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର। ଏ ନେଇ ରାଜ୍ୟମାନଙ୍କୁ ଏନ୍‌ଏଚ୍‌ଏମ୍‌...

ସାଇବାବାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ଶିରିଡି,୧୯।୧: ଆଜି ଶିରିଡି ବନ୍ଦ ଥିବା ବେଳେ ସାଇବାବାଙ୍କ ମନ୍ଦିର କିନ୍ତୁ ଖୋଲା ରହିଛି। ସକାଳୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡିରେ ଠିଆ...

ଚାରି ଧାମ ଯାତ୍ରା ସମୟରେ ଭିଡରୁ ମିଳିବ ମୁକ୍ତି

ଡେରାଡୁନ,୧ ।୫: ପବିତ୍ର ଚାରି ଧାମ ଯାତ୍ରା ମେ’ ୩ରୁ ଆରମ୍ଭ ହେବାକୁ ଯାଉଛି । ଏବେ ଏହି ଯାତ୍ରାକୁ ନେଇ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ...

ମୋଦିଙ୍କୁ ଧନ୍ୟବାଦ ଦେଲେ ଅଜିତ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ରବିବାର ଅଜିତ୍‌ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଜମ୍ମୁ-କଶ୍ମୀରରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଆକ୍ରମଣ ଆଶଙ୍କା କରି ଶୁକ୍ରବାର ଅପରାହ୍ନରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନାଙ୍କୁ ସଜାଗ ରଖାଯିବା ସହ ସେଠାରେ...

କେଜ୍‌ରିଓ୍ବାଲ୍‌ଙ୍କ କାଶକୁ ନେଇ ଏମିତି କହିଦେଲେ ଶତ୍ରୁଘ୍ନ ସିହ୍ନା: ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୫: କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

ଶାହାଙ୍କୁ ଭେଟିବା ପରେ ବସୁନ୍ଧରା କହିଲେ ଭଗବାନଙ୍କ ଘର ଦୂର ସତ କିନ୍ତୁ ଅନ୍ଧାର ନୁହେଁ

ଜୟପୁର,୩୦।୯: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶୁକ୍ରବାର ଦାବି କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣି ଥରେ...

Advertisement
Archives

Model This Week