ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀରେ ଯୋଗ ଦେବେ ୧୦୦ ଭାରତୀୟ ସିଇଓ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲାଣ୍ଡର ସ୍କି ରିସର୍ଟ୍ଟ ଟାଉନଠାରେ ଜାନୁୟାରୀ ୨୦ରୁ ୨୪ ଯାଏ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀରେ ୧୦୦ ଭାରତୀୟ ସିଇଓଙ୍କ ସମେତ ବଲିଉଡ ଅଭିନେତ୍ରୀ ଦିପିକା ପାଦୁକୋନ ଯୋଗଦେବେ। ଏଥିରେ ବିଶ୍ୱସ୍ତରର ପ୍ରାୟ ୩୦୦୦ ଶିଳ୍ପ ଲିଡରମାନେ ଯୋଗଦେବେ। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସମ୍ମିଳନୀରେ ଯୋଗ ଦେବାର ସମ୍ଭାବନା ରହିଛି। ଏଥିରେ ଟେକ୍ନୋଲୋଜି, ଟ୍ରେଡ୍‌ ଗଭର୍ନାନ୍ସ, ନିରନ୍ତର ବିକାଶ ଭଳି ପ୍ରମୁଖ ବିଷୟଗୁଡିକ ଉପରେ ଆଲୋଚନା ହେବ। ଭାରତୀୟ ଟିମ୍‌ରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ରାହୁଲ ଏବଂ ଶିବ ବଜାଜ, କୁମାର ମଙ୍ଗଳମ ବିର୍ଲା, ଟାଟା ଗ୍ରୁପର ଏନ୍‌.ଚନ୍ଦ୍ରଶେକରନ, ସଜ୍ଜନ ଜିନ୍ଦଲ, ଉଦୟ କୋଟାକ, ଏସ୍‌ବିଆଇ ଅଧ୍ୟକ୍ଷ ରଜନୀଶ କୁମାର, ଆନନ୍ଦ ମହିନ୍ଦ୍ରା, ସୁନୀଲ ମିତ୍ତଲ, ରବି ରୁଇଆ, ପଓ୍ବନ ମୁଞ୍ଜଲ, ନନ୍ଦନ ନିଲେକାନୀ, ଇନ୍‌ଫୋସିସର ସଲୀଲ ପାରେଖ, ଅଜୟ ପିରାମଲ, ରିସଦ ପ୍ରେମଜୀ, ଅଜୟ ସିଂ, ପିରୋଜ ଶାହ ଗୋଦରେଜ ପ୍ରମୁଖ ରହିଛନ୍ତି। ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲିଭ ଲଭ୍‌ ଲାଫ୍‌ ଫାଉଣ୍ଡେଶନର ପ୍ରତିଷ୍ଠାତା ଭାବେ ଦିପିକା ପାଦୁକୋନ ଏଠାରେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri