Posted inଫୁରସତ

ଡବ୍ଲୁଡବ୍ଲୁଇରେ ବିବାହ କରୁଥିଲେ ରେସ୍‌ଲର: କେକ୍‌ ଭିତରୁ ବାହାରିଲେ ପୂର୍ବତନ ସ୍ବାମୀ

ବିବାହ ସବୁ ଝିଅ ଓ ପୁଅଙ୍କ ପାଇଁ ଏକ ରଙ୍ଗୀନ ସ୍ବପ୍ନ। ଏହାକୁ ସ୍କୃତି କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗ ଓ ଆଡମ୍ବରରେ ବିବାହ ଆୟୋଜନ କରିଥାନ୍ତି। ହେଲେ ଏବେ ଏକ ବିବାହ ଚର୍ଚ୍ଚାର ପରିସରକୁ ଆସିଛି। ସୂଚନା ମୁତାବକ ଡବ୍ଲୁଡବ୍ଲୁଇ ର’ରେ ବବି ଲେଶଲି ଓ ଲାନାଙ୍କର ବିବାହ ରିଙ୍ଗ୍‌ରେ ଅନୁଷ୍ଠିତ ହୋଇଥିଲା। ସୋମବାର ରାତି ର’ରେ ଲାନା ହ୍ବାଇଟ ଗାଉନ୍‌ ପିନ୍ଧିଥିବା ବେଳେ ସେ ବେଶ୍‌ ସୁନ୍ଦର ଦେଖାଯାଉଥିଲେ। ଆଉ ବବି ବ୍ଲାକ୍‌ କଲରର ହାପ୍‌ କୋର୍ଟରେ ବେଶ୍‌ ହ୍ୟାଣ୍ଡସମ୍‌ ନଜର ଆସିଥିଲେ। ବିବାହ ଆରମ୍ଭ କରିବା ପାଇଁ ପାଦ୍ରି କହିଥିଲେ। ହେଲେ ସେହି ସମୟରେ ବହୁ ସମୟରୁ ରେସ୍‌ଲିଂରୁ ଦୂରେଇ ରହିଥିବା ଡବ୍ଲୁଡବ୍ଲୁଇର ସୁପରଷ୍ଟାର ଲିବ ମାର୍ଗନ ଆସି ବିବାହରେ ବାଧା ସୃଷ୍ଟି କରିଥିଲେ। ଏହାପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲାନା ମାର୍ଗନଙ୍କୁ ମାଡ଼ମାରିବା ଆରମ୍ଭ କରିଦେଇଥିଲେ। ଗୋଟିଏ ପଟେ ମାରପିଟ୍‌ ଚାଲିଥିବା ବେଳେ ଅନ୍ୟପଟେ ଲାନାଙ୍କ ପୂର୍ବତନ ସ୍ବାମୀ ରୁସେବ କେକ୍‌ ଭିତରୁ ବାହାରିଥିଲେ। ତାଙ୍କୁ ଦେଖି ଲାନା ଆଶ୍ଚର୍ଯ୍ୟ ହେବା ସହ କାନ୍ଦି ପକାଇଥିଲେ। ପରେ ରୁସେବ ମଧ୍ୟ ବବିଙ୍କୁ ପ୍ରବଳ ମାଡ଼ ମାରିଥିଲେ। ସେହି ସମୟରେ ମାର୍ଗନ ପୁଣି ରିଙ୍ଗ୍‌ ଭିତରକୁ ଆସି ଲାନାଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରକୁ କେକ୍‌ ଫୋପାଡ଼ିଥିଲେ। କିଛି ସମୟ ଧରି ରିଙ୍ଗ୍‌ରେ ଏହି ଉତ୍ତେଜନା ଲାଗି ରହିଥିଲା। ଏଥିଯୋଗୁ ବିବାହ ଆଉ ହୋଇପାରି ନ ଥିବା ବେଳେ ଏବେ ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri