Posted inଖେଳ

ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ‘ଶୂନ’ରେ ଆଉଟ୍‌ କରି ଇତିହାସ ରଚିଥିଲେ ଏହି ବୋଲର୍‌

ଜୁନ୍‌ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍‌ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ ସେ କ୍ରିକେଟ ଇତିହାସରେ ଅମର ହୋଇଗଲେ। ସେ ହେଉଛନ୍ତି ଇଂଲଣ୍ଡର ପୂର୍ବତନ ଲେଗ ସ୍ପିନର ଏରିକ ହୋଲିସ୍‌। ତାଙ୍କ କ୍ୟାରିୟରରେ ୨୩୨୩ଟି ଉଇକେଟ ନେଇଥିଲେ। ଆଜି ତାଙ୍କର ୧୦୮ତମ ଜୟନ୍ତୀ।

ହୋଲିସ ୧୯୪୮ରେ ଖେଳାଯାଇଥିବା ଓଭାଲ ଟେଷ୍ଟ ପାଇଁ ଜଣାଶୁଣା ଥିଲେ। କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନ୍‌ଙ୍କ ଏହା ଶେଷ ମ୍ୟାଚ ଥିଲା। ଟେଷ୍ଟ କ୍ରିକେଟରେ ୧୦୦ ଆଭ୍‌ରେଜ୍‌ ପୂରଣ କରିବାକୁ ତାଙ୍କୁ ମାତ୍ର ୪ ରନ ସ୍କୋର କରିବାକୁ ପଡିଥିଲା। କିନ୍ତୁ ହୋଲିସଙ୍କ ଗୁଗଲି ବଲ୍‌ରେ ବ୍ରାଡମ୍ୟାନ ଦ୍ୱିତୀୟ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଫଳରେ ତାଙ୍କ ଟେଷ୍ଟ କ୍ୟାରିୟର ଆଭ୍‌ରେଜ୍‌ ୯୯.୯୪ରେ ଶେଷ ହୋଇଥିଲା। ଏହି ମ୍ୟାଚ୍‌ରେ ବ୍ରାଡମ୍ୟାନ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିପାରି ନ ଥିଲେ। କାରଣ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ଏକ ଇନିଂସରେ ଜିତିଥିଲା।

ଏରିକ ହୋଲିସ୍‌ ଜଣେ ଲେଗ ସ୍ପିନର ଥିଲେ। ୧୯୩୫ରେ ସେ ଇଂଲଣ୍ଡ ପକ୍ଷରୁ ଡେବ୍ୟୁ କରିଥିଲେ। ସେ ତାଙ୍କ କ୍ୟାରିୟରରେ ମାତ୍ର ୧୩ଟି ଟେଷ୍ଟ ଖେଳି ୪୪ ଉଇକେଟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ ଅପେକ୍ଷା ହୋଲିସ୍‌ କାଉଣ୍ଟି କ୍ରିକେଟରେ ଅଧିକ ପ୍ରସିଦ୍ଧ ଥିଲେ। ଓ୍ବାର୍କଶେୟାର ପକ୍ଷରୁ ୫୧୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୨୩୨୩ ଉଇକେଟ ନେଇଥିଲେ। ସେଥିମଧ୍ୟରୁ ୧୮୨ ଇନିଂସରେ ପାଞ୍ଚଟି ଉଇକେଟ ଏବଂ ୪୦ଟି ମ୍ୟାଚରେ ୧୦ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ପରେ ପ୍ରଥମଥର ପାଇଁ ଭାରତୀୟ ଡେସିଂ ରୁମ୍‌ରେ ପହଞ୍ଚିଲେ ଧୋନୀ

ରାଞ୍ଚି,୨୨।୧୦: ବିଶ୍ୱକପ୍‌ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଥମଥର ପାଇଁ ଭାରତୀୟ ଦଳର ଡ୍ରେସିଂ ରୁମରେ ଦେଖିବାକୁ ମିଳିଛି।...

ଶାକିବ ଶ୍ରେଷ୍ଠ ଦିନିକିଆ ଅଲ୍‌ରାଉଣ୍ଡର

ଦୁବାଇ, ୨୩।୫- ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ଥିବାବେଳେ ବାଂଲାଦେଶ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନ ଶ୍ରେଷ୍ଠ ଦିନିକିଆ...

ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ରହିଲେ ଶାହରୁଖ

ଦୁବାଇ, ୧।୧୦: ଚଳିତ ଆଇପିଏଲ୍‌ର ଦ୍ୱାଦଶ ମୁକାବିଲାରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ୩୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ...

ପନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ କଲେ ଭିଡିଓ କଲ୍‌

ଡେରାଡୁନ,୨୦।୧୨: ଭାରତୀୟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଘୋଷଣା...

‘ରାହୁଲ, ମୁଁ ବୁଝାମଣାର ଚ୍ୟାଲେଞ୍ଜ ବାଧା ଅତିକ୍ରମ କରିବାକୁ ପ୍ରସ୍ତୁତ’

ସାଉଥାମ୍ପଟନ,୧୮।୬(ପିଟି)- ରୋହିତ ଶର୍ମା ଓ ଶିଖର ଧାଓ୍ବନ ବର୍ତ୍ତମାନ ଦିନିକିଆ କ୍ରିକେଟର ସଫଳତମ ଓପନିଂ ଯୋଡ଼ି। ଉଭୟଙ୍କ ମଧ୍ୟରେ ଥିବା ଭଲ ବୁଝାମଣା ଏହାର କାରଣ।...

ଜର୍ମାନୀର ଅଭିନବ ପ୍ରତିବାଦ

ଦୋହା,୨୪ା୧୧(ପି.ଟି.): ଫିଫା ପକ୍ଷରୁ ଓ୍ବାନ୍‌ ଲଭ୍‌ ବ୍ୟାଣ୍ଡ ପିନ୍ଧିବା ଉପରେ ନିଷେଧାଦେଶ ଜାରି କରାଯିବା ପରେ ଏକ ଅଭିନବ ଉପାୟରେ ବିରୋଧାଭାସ ଜାହିର କରିଛି ଜର୍ମାନୀ।...

ପୁଣି ଭଗତଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪ା୨- ପାରା ଓଡ଼ିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପୁଣି ଥରେ ରାଜ୍ୟ ପାଇଁ ଆଣିଛନ୍ତି ସଫଳତା। ପେରୁ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ସେ ଜିତିଛନ୍ତି...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ସନରାଇଜର୍ସ

ମୁମ୍ବାଇ,୫।୫: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୦ତମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ସନରାଇଜର୍ସ ହାଇଦ୍ରାବାଦ...

Advertisement
Archives

Model This Week