ଠେଙ୍ଗାରେ ପିଟିପିଟି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

କୁଆଁରମୁଣ୍ଡା,୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗ୍ରାମର ପ୍ରହ୍ଲାଦ ଲାଖୁଆ(୪୩)ଙ୍କୁ ସେହି ଗ୍ରାମର ରଞ୍ଜିତ୍‌ ପ୍ରଧାନ(୪୦) ବୁଧବାର ରାତିରେ ପିଟିପିଟି ହତ୍ୟା କରିଥିବା ନେଇ ଗୁରୁବାର ସକାଳୁ ଥାନାରେ ଅଭିଯୋଗ ହୋଇଛି। ମୃତ ପ୍ରହ୍ଲାଦଙ୍କ ପୁଅ ସନ୍ତୋଷ ଲାଖୁଆ ଏ ନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ରଞ୍ଜିତଙ୍କୁ ଗାଁମୁଣ୍ଡରୁ ଗିରଫ କରିଛି। ଏହା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାଟିକୁ ପୋଲିସ ଜବତ କରିଛି। ଏ ନେଇ ବୀରମିତ୍ରପୁର ଥାନାରେ ଦଫା ୩୦୨ରେ ଏକ ମାମଲା(୬୭/୨୦) ରୁଜୁ କରି ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି ଘଟଣାର ତଦନ୍ତ ଚଳାଇଛନ୍ତି। ହତ୍ୟାକାଣ୍ଡର ସଠିକ୍‌ କାରଣ ଜଣାପଡ଼ି ନ ଥିବା ବେଳେ ଉଭୟ ମୃତକ ଓ ହତ୍ୟାକାରୀ ମିଳିମିଶି ମଦ୍ୟପାନ କରିବା ଓ ପରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଗୋଟିଏ ସମୟ ଖୋଲିବ ହାଟ

ଖୋର୍ଦ୍ଧା ଅଫିସ,୩।୪: ମହାମାରୀ କରୋନା ମୁକାବିଲା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ତିନି ସପ୍ତାହ ଲାଗି ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। କିନ୍ତୁ...

ଗୁଣ୍ଠାଓ୍ବାର୍ଡା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମହିଳାଙ୍କ ସନ୍ତାନ ପ୍ରସବ

ଚିତ୍ରକୋଣ୍ଡା,୩୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାର୍ଡl କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବାହାର ରାଜ୍ୟରୁ ଫେରି ରହୁଥିବା ଅନ୍ତେବାସୀଙ୍କ ମଧ୍ୟରୁ ଜଣେ ମହିଳା ସନ୍ତାନ ପ୍ରସବ...

ଭିଜିଲାନ୍ସ ଜାଲରେ କୋଟିପତି ଜିଆର୍‌ଏସ୍‌

ପୁରୀ ଅଫିସ,୨୮।୮: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ଗ୍ରାମ ରୋଜଗାର ସେବକ (ଜିଆରଏସ୍‌)। ପୁରୀ ଜିଲା ଗୋପ ବ୍ଲକ ଛଇତନା ପଞ୍ଚାୟତର ଜିଆରଏସ୍‌ ଗୋବିନ୍ଦ ଚନ୍ଦ୍ର...

ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ...

କରୋନା ଭୟ: ହଳଦୀ ଚନ୍ଦନରେ ହୋଲି

ଢେଙ୍କାନାଳ ଅଫିସ୍, ୧୦ା୩- ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡ-୧୯ ବା କରୋନା ଭୂତାଣୁ ସଂକ୍ରମଣ ଭୟରେ ଢେଙ୍କାନାଳରେ ହୋଲି ପାଳନ ଫିକା ପଡିଥିବା ଦେଖିବାକୁ ମିଳିଛି।...

ହୋଣ୍ଡା ଆକ୍ଟିଭା ୧୨୫ ବିଏସ୍‌ ୬ର ବଜାର ପ୍ରବେଶ

ଅନୁଗୋଳ ଅଫିସ, ୨୩ା୧୦- ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡର ଅନୁଗୋଳସ୍ଥିତ ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ପ୍ରଥମ ବିଏସ୍‌-୬ ସ୍କୁଟର...

ଜିଆଇ ତାରରେ ଫାଶ ବସାଉଥିବା ବେଳେ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଛେଣ୍ଡିପଦା,୩ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଙ୍କୁରପାଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ସୋମବାର ସକାଳେ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେ...

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଶିଶୁପୁତ୍ର ମୃତ, ଦମ୍ପତିଙ୍କ ସମେତ ୪ ଆହତ

ଦିଗପହଣ୍ଡି,୨୬।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ର ଗୁମ୍ମା ଗାଁର ଦଳିତ ସାହିରେ ଲଗାଣ ବର୍ଷାରେ ଶନିବାର ଭୋରରୁ ଘର ଭୁଶୁଡ଼ି...

Coronavirus Update


Archives

Model This Week

Why Dharitri