ଠିକ୍‌ ନିବେଶ ଏବେ ଚ୍ୟାଲେଞ୍ଜିଂ ହୋଇଛି

ଭୁବନେଶ୍ୱର, ୧୧-୯ (ବ୍ୟୁରୋ): ବର୍ତ୍ତମାନର ଡିଜିଟାଲ ସମୟରେ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସବୁ କାମ ଅନଲାଇନରେ କରାଯିବା ଆବଶ୍ୟକ। ଅପରପକ୍ଷରେ ଦେଶର ଅଭିବୃଦ୍ଧି ନିମନ୍ତେ ବିନିଯୋଗ କରିବା ମଧ୍ୟ ଜରୁରୀ। ବିନିଯୋଗ ନିମନ୍ତେ କ୍ରୟ ଏବଂ କ୍ରୟ ଲାଗି ବିକ୍ରୟକୁ ମଧ୍ୟ ବିଚାର କରିବାକୁ ହେବ। ଏଭଳି ସ୍ଥିତିରେ ଠିକ୍‌ ନିବେଶ କରିବା ଏବେ ଚ୍ୟାଲେଞ୍ଜିଂ ହୋଇଛି ବୋଲି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ନିବେଶକ ଶିକ୍ଷା ଏବଂ ସୁରକ୍ଷା ପାଣ୍ଠି କର୍ତ୍ତୃପକ୍ଷ(ଆଇଇପିଏଫଏ)ଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ନିବେଶକ ସଚେତନତା କାର୍ଯ୍ୟକ୍ରମରେ ଶ୍ରୀନିବାସ କହିଛନ୍ତି ଯେ, ନିବେଶ ପଦ୍ଧତିରେ ବହୁ ନିୟାମକ, ମଧ୍ୟସ୍ଥି ଏବଂ ବ୍ୟବସ୍ଥାପକ ସଂସ୍ଥାଗୁଡିକ ସଂଶ୍ଳିଷ୍ଟ। ଏହାକୁ ଧ୍ୟାନରେ ରଖି ନିବେଶକ ଶିକ୍ଷା ଏବଂ ସଚେତନତା ବୃଦ୍ଧି କରିବାକୁ ହେବ। ଏଥି ଲାଗି ଏକ ନେଟଓ୍ବର୍କ ସହ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାରକୁ ବିଚାରକୁ ନିଆଯିବା ସହ ଉକ୍ତ କ୍ଷେତ୍ରରେ ହେଉଥିବା ଠକେଇକୁ ରୋକାଯାଇ ପାରିବ ବୋଲି ଶ୍ରୀନିବାସ ମତ ରଖିଛନ୍ତି।
କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭଲ ସମ୍ପର୍କ ରହିଲେ ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବ। ଗ୍ରାମୀଣ ଅର୍ଥନୀତି ବିକାଶ ଦିଗରେ ନିବେଶକ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିବେଶକ ନୀତି ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆଇଇପିଏଫଏର ଏଭଳି ପଦକ୍ଷେପ ବିଶେଷ ସହାୟକ ହେବ। କାର୍ଯ୍ୟକ୍ରମରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ମନୋଜ ପାଣ୍ଡେ, ଆଇଇପିଏଫଏ ସଦସ୍ୟ ରାଜୀବ ଶେଖର ସାହୁ, ଆଇସିଏଆଇ ସଭାପତି ପ୍ରଫୁଲ ପି.ଛୋଜେଦ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ଦର ବୃଦ୍ଧିରେ ବିରତି;୨୧ ଦିନ ଧରି ବଢି ଚାଲିଥିଲା

ନୂଆଦିଲ୍ଲୀ,୨୯।୬ : ଗତ ୨୧ ଦିନ ଧରି ତେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇଛି। କରୋନା ସଙ୍କଟରେ ଏଭଳି ଲଗାତର ଦର ବୃଦ୍ଧିକୁ ନେଇ...

୭ ମାସର ସର୍ବୋଚ୍ଚ ସ୍ତରରେ ତୈଳ ଚାହିଦା

ନୂଆଦିଲ୍ଲୀ,୧୧।୧୧: ଅକ୍ଟୋବରରେ ଦେଶର ତୈଳ ଚାହିଦା ୭ ମାସର ସର୍ବୋଚ୍ଚ ସ୍ତରରେ ରହିଛି। ସେହିଭଳି ପେଟ୍ରୋଲ ବିକ୍ରି ରେକର୍ଡ ସ୍ତରରେ ରହିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି।...

ରୁପେକୁ ଦୁଇ ଦେଶରେ ମାନ୍ୟତା, ଅନ୍ୟ ଦେଶଙ୍କ ସହ ଯୋଗାଯୋଗରେ ଅଛି ଭାରତ, କହିଲେ ସୀତାରମଣ…

ୱାଶିଂଟନ /ନୂଆଦିଲ୍ଲୀ,୧୨।୧୦ : ଧୀରେ ଧୀରେ ଡିଜିଟାଲ ପେମେଣ୍ଟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତର ଗ୍ରହଣୀୟତା ବିଶ୍ୱ ସ୍ତରରେ ବୃଦ୍ଧି ପାଉଛି। ବର୍ତ୍ତମାନ ଭାରତର ରୁପେ...

ଏସ୍‌ବିଆଇର ଏମର୍ଜେନ୍ସି କ୍ରେଡିଟ ଲାଇନ୍‌

ମୁମ୍ବାଇ,୨୨-୩: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣଗ୍ରହୀତଙ୍କା ଲାଗି ଏକ ଜରୁରିକାଳୀନ କ୍ରେଡିଟ ଲାଇନ ଖୋଲା ଯାଇଛି। ଏହି ସମୟରେ ବ୍ୟାଙ୍କ ବ୍ୟାଙ୍କରୁ ଜୁନ...

ହୁଡ୍‌କୋ-ହାଉସିଂ ମନ୍ତ୍ରଣାଳୟର ଏମ୍‌ଓୟୁ

ନୂଆଦିଲ୍ଲୀ,୨୧।୧୦:ଚଳିତ ଆର୍ଥିକ ବର୍ଷ(୨୦୨୨-୨୩)ର ପ୍ରମୁଖ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବା ଉଦ୍ଦେଶ୍ୟରେ ହୁଡ୍‌କୋ ଏବଂ କେନ୍ଦ୍ର ହାଉସିଂ ଓ ସହରାଞ୍ଚଳ ମନ୍ତ୍ରଣାଳୟ ମଧ୍ୟରେ ଏକ ବୁଝାମଣା...

ଓ୍ବାଲ୍‌ମାର୍ଟ ଇଣ୍ଡିଆକୁ ଅଧିଗ୍ରହଣ କଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଳୀ,୨୪।୭: ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ଓ୍ବାଲ୍‌ମାର୍ଟ ଇଣ୍ଡିଆ ହୋଲ୍‌ସେଲ୍‌ ବିଜ୍‌ନେସର ୧୦୦% ଅଂଶଧନ ହାସଲ କରିଛି। ଏହା ବାଦ୍‌ କମ୍ପାନୀ ଭାରତରେ ଫ୍ଲିପ୍‌କାର୍ଟ ହୋଲ୍‌ସେଲ ଶୁଭାରମ୍ଭ...

୫ରେ କୋଚି-ମାଙ୍ଗାଲୋର ପାଇପଲାଇନ ଲୋକାର୍ପଣ

ନୂଆଦିଲ୍ଲୀ,୪।୧: ଚଳିତ ମାସ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି-ମାଙ୍ଗାଲୋର ପ୍ରାକୃତିକ ବାଷ୍ପ ପାଇପଲାଇନର ଲୋକାର୍ପଣ ଭିଡିଓକନଫରେନ୍ସ ମାଧ୍ୟମରେ କରିବେ। ଓ୍ବାନ୍‌ ନେଶନ ଓ୍ବାନ୍‌...

ତାଜମହଲ ଦେଖିବାକୁ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ…

ଆଗ୍ରା, ୨୯।୯ : ୨୦୨୧-୨୨ ମସିହାରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହି ସୂଚନା...

Advertisement
Archives

Model This Week