ଠପ୍‌ ରହିଲା ସୁନା ଗହଣା ବିକ୍ରି

ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷ ଅକ୍ଷୟ ତୃତୀୟା ସୁନାଗହଣା କରାବାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। କରୋନା ପାଇଁ ସାରା ଦେଶରେ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ ଷ୍ଟୋର ବନ୍ଦ ରହିଥିବା ବେଳେ ଲୋକମାନେ ଘରେ ରହିବା ଫଳରେ ସୁନା କାରବାରରେ ଏଭଳି ସ୍ଥିତି ଦେଖାଯାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ କାରବାର ପୂରା ଠପ୍‌ ହୋଇଯାଇଛି। ଲକ୍‌ଡାଉନ ଉଠିଲେ କାରବାର କିଛିଟା ହେବ ବୋଲି ଜୁଏଲର୍ସ ଆଶା ରଖିଥିଲେ। ମାତ୍ର ଏହା ବଢିବା ଯୋଗୁ ଆଶା ଆଶାରେ ରହିଗଲା। କେବଳ ଡିଜିଟାଲ ପ୍ଲାଟ୍‌ଫର୍ମରେ ସୁନା ଗହଣା ବିକ୍ରି ହୋଇଥିବା ଅଲ୍‌ ଇଣ୍ଡିଆ ଜେମସ୍‌ ଆଣ୍ଡ ଜୁଏଲେରି ଡୋମେଷ୍ଟିକ କାଉନସିଲ ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ କହିଛନ୍ତି। ଗତ ବର୍ଷ ଅକ୍ଷୟ ତୃତୀୟା ତୁଳନାରେ ଚଳିତ ବର୍ଷ ବିକ୍ରି ୯୭ରୁ ୯୮ % ଖସିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ଅନ୍‌ଲାଇନରେ ବିକ୍ରି ନେଇ ଜୁଏଲର୍ସ ଲକିଙ୍ଗ ଅଫ୍‌ ପ୍ରାଇସ, ଗୋଲ୍ଡ ଓନରଶିପ ସାର୍ଟିଫିକେଟ ଭଳି ଅନ୍ୟ ଆକର୍ଷଣୀୟ ଅଫର ଦେଇଥିଲେ। ଲକ୍‌ଡାଉନ ଉଠିବା ପରେ ଏଗୁଡିକର ଡେଲିଭରି ମିଳିବ। ଜୁନ୍‌ ଆଡକୁ ସୁନା କାରବାର ଟ୍ରାକ୍‌କୁ ଫେରିବ । ସେହିଭଳି ଦୀପାବଳିରେ ଚାହିଦା ଫେରିବା ଆଶା କରାଯାଉଛି ବୋଲି ପଦ୍ମନାଭନ ମତ ଦେଇଛନ୍ତି। ଚଳିତ ବର୍ଷ ଅକ୍ଷୟ ତୃତୀୟା ବିକ୍ରିକୁ ନିୟମିତ ବିକ୍ରି ସହ ତୁଳନା କରାଯାଇ ନ ପାରେ ବୋଲି କଲ୍ୟାଣ ଜୁଏଲର୍ସ ଅଧ୍ୟକ୍ଷ ଟି.ଏସ୍‌.କଲ୍ୟାଣ ରମଣ କହିଛନ୍ତି। ଚ୍ୟାଲେଞ୍ଜିଂ ସମୟରେ ବିକ୍ରିରେ କିଛି ନୂତନତ୍ୱ ଆଣିଥିବା ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୁଭଙ୍କର ସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆରେ ୧୦୦% ପର୍ଯ୍ୟନ୍ତ ନିବେଶ କରିବେ ଏନ୍‌ଆର୍‌ଆଇ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ ଡିଆଇ) ନୀତିରେ ଏକ ବଡ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ନିୟମ ଅନୁସାରେ...

କେନ୍ଦ୍ର ଶାସିତ ଅଞ୍ଚଳରେ ବିତରଣ କମ୍ପାନୀ ଘରୋଇକରଣ

ନୂଆଦିଲ୍ଲୀ,୧୭।୫ କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ୍‌ କମ୍ପାନୀଗୁଡିକ ଘରୋଇକରଣ ହେବ ବୋଲି ଜଣାପଡ଼ିଛି। ଲୋକଙ୍କୁ ଉନ୍ନତ ସେବା ଯୋଗାଣ ଲକ୍ଷ୍ୟରେ ଏଭଳି ପଦକ୍ଷେପ ହାତକୁ ନିଆଯାଉଛି।...

ରେପୋ ହ୍ରାସ କରିପାରେ ଆର୍‌ବିଆଇ

ନୂଆଦିଲ୍ଲୀ,୨୭।୭: କରୋନା ଭାଇରସ ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ସବୁ...

ବିଓଆଇର ନୂଆ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର,୨-୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଭାବେ ଉପମହାପ୍ରବନ୍ଧକ ସୌନ୍ଦର୍ଯ୍ୟ ଭୂଷଣ ସାହାଣୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

ଫ୍ୟୁଚର ରିଟେଲକୁ ୨ ବର୍ଷର ମହଲତ: ଋଣ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଫ୍ୟୁଚର ରିଟେଲର ଋଣ ରିକାଷ୍ଟ ଯୋଜନାକୁ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକ ଅନୁମୋଦନ ପ୍ରଦାନ କରିଛନ୍ତି। ଫଳରେ କମ୍ପାନୀ ଏହାର ଋଣ ପଇଠ ଅବଧିକୁ ୨...

ସାଢେ ୩ ବର୍ଷର ନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧୧: ଘରୋଇ ବଜାରର ପାଇକାରୀ ମୁଦ୍ରାସ୍ଫୀତି ଚଳିତ ବର୍ଷ ଅକ୍ଟୋବରରେ ସାଢେ ୩ ବର୍ଷର ସର୍ବନିମ୍ନ ସ୍ତର ୦.୧୬% କୁ ଖସିଛି। ଖାଦ୍ୟ ସାମଗ୍ରୀ ଦରଦାମ...

ମାନ୍ଦାବସ୍ଥାରୁ ବଞ୍ଚିଗଲା ଚାଇନା; ଦ୍ୱିତୀୟ ତ୍ରୈମାସ ଜିଡିପି ୩.୨%

ନୂଆଦିଲ୍ଲୀ,୧୬।୭: ଚଳିତ ବର୍ଷ ଏପ୍ରିଲ-ଜୁନ୍‌ ସମୟ ଅବଧିରେ ଚାଇନାର ଜିଡିପି ଅଭିବୃଦ୍ଧି ୩.୨% ରହିଛି। ଚାଇନାର ନ୍ୟାଶନାଲ ବ୍ୟୁରୋ ଅଫ୍‌ ଷ୍ଟାଟିଷ୍ଟିକ୍ସ ପକ୍ଷରୁ ଗୁରୁବାର ପ୍ରକାଶିତ...

ଏକ ଭାରତ ଗୋଟିଏ ସୁନା ଦର

ଭୁବନେଶ୍ୱର,୧୪। ୩: ଭାରତୀୟ ନାରୀମାନେ ସୌନ୍ଦର୍ଯ୍ୟ କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ଏହାର ପ୍ରମୁଖ କାରଣ ହେଉଛି ସାଜସଜ୍ଜା ଓ ଗହଣାର ବହୁଳ ବ୍ୟବହାର। ନାରୀର...

Advertisement
Archives

Model This Week