Posted inଜାତୀୟ

ଟ୍ରେନରେ ଓମ୍‌ ବିର୍ଲା ଭର୍ସେସ୍‌ ମଦୁଆ: ଯୁବକଙ୍କୁ ଗିରଫ କଲା ଆରପିଏଫ୍‌ ପୋଲିସ

ନୂଆଦିଲ୍ଲୀ,୧୦।୯: ଟ୍ରେନରେ ମଦୁଆଙ୍କୁ ଉଚିତ ଶିକ୍ଷା ଦେଲେ ଲୋକ ସଭା ବାଚସ୍ପତି। ନୂଆଦିଲ୍ଲୀରୁ ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସର ଏସି ବଗିରେ ରବିବାର ଲୋକ ସଭା ବାଚସ୍ପତି ଯାତ୍ରା କରୁଥିଲେ। ସେହି ସମୟରେ ତାଙ୍କ ପାଖ ବଗିରେ ବସିଥିବା କିଛି ଯୁବକ ନିଶା ସେବନ କରୁଥିଲେ। ଏଥିସହ ଟ୍ରେନରେ ହଙ୍ଗାମା ମଧ୍ୟ କରିଥିଲେ, ଯାହାକୁ ଅଟକାଇବା ପାଇଁ ଓମ୍‌ ବିର୍ଲା ଯାଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଯୁବକମାନେ ଦୁର୍ବ୍ୟବହାର କରିଥିଲେ। ଏଣୁ ବିର୍ଲା ପୋଲିସକୁ ଖବର ଦେଇଥିଲେ। ଏହାପରେ ମଥୁରା ଜଙ୍କସନ୍‌ରେ ଟ୍ରେନ ପହଞ୍ଚିବା ପରେ ଆରପିଏଫ୍‌ ଓ ଜିଆରପି ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରିଥିଲା। ଏହାପରେ ସୋମବାର ରେଲଓ୍ବେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ୪ଜଣ ଯୁବକଙ୍କୁ ହାଜର କରାଯାଇ ଜେଲ୍‌କୁ ପଠାଇ ଦିଆଯାଇଛି। ଲୋକ ସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଏମ୍‌ପିମାନଙ୍କୁ ସବୁବେଳେ ଓମ୍‌ ବିର୍ଲା ତାଗିଦ୍‌ କରୁଥିବା ବେଳେ ଏବେ ମଦୁଆଙ୍କୁ ସାବାଡ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବର୍ଷରେ ୪୦% ଚନ୍ଦ୍ର ଅଭିଯାନ ବିଫଳ

ନୂଆଦିଲ୍ଲୀ,୮ା୯(ପି.ଟି.): ଗତ ୬ ଦଶନ୍ଧି ମଧ୍ୟରେ ୪୦ ପ୍ରତିଶତ ଚନ୍ଦ୍ର ଅଭିଯାନ ମିଶନ ବିଫଳ ହୋଇଥିବା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍‌ ଫ୍ୟାକ୍ଟ...

ମେଘାଳୟରେ ଭୂକମ୍ପ ଅନୁଭୂତ

ଶିଲଙ୍ଗ,୧୭।୮: ମେଘାଳୟର ନଙ୍ଗପୋହରେ ଭୂକମ୍ପ ଝଟକା। ଗୁରୁବାର ଅପରାହ୍ନରେ ୩.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି...

ଏଥର ଦେବ ଦୀପାବଳିରେ ୧୦ ଲକ୍ଷ ଦୀପରେ ଆଲୋକିତ ହେବ କାଶୀ ଘାଟ

ବାରାଣସି,୨୭ ।୯: ପଞ୍ଚଗଙ୍ଗା ଘାଟରେ କିଛି ଦୀପର ଆଲୋକ ସହ ଆରମ୍ଭ ହୋଇଥିବା କାଶୀର ଦେବ ଦୀପାବଳି ମୋଦି-ଯୋଗୀଙ୍କ ଶାସନକାଳ ମଧ୍ୟରେ ଲୋକାଲରୁ ଗ୍ଲୋବାଲ ହୋଇଯାଇଛି...

ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା: ମୃତଦେହକୁ ଜଳାଇଲେ ଘରେ !

ଆଗ୍ରା, ୩୧।୮: ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରି ଘରେ ଜଳାଇ ଦିଆଯାଇଛି। ସୋମବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାଜଳା ମୃତଦେହଗୁଡ଼ିକ...

ଲକ୍‌ଡାଉନ୍‌ରେ ଦର୍ଶକଙ୍କ ପାଇଁ ଖୁସିଖବର: ଶନିବାରଠାରୁ ପୁନଃ ପ୍ରସାରଣ ହେବ ରାମାୟଣ

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରୁ ବର୍ତ୍ତିବା ପାଇଁ କେନ୍ଦ୍ରସରକାର ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି...

ବିହାର ନିର୍ବାଚନ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କୁ ଧୋକା ଦେଲା ହେଲିକପ୍ଟର

ମୁଜାଫରପୁର,୩୦ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ହୁଏତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସପକ୍ଷରେ ଯାଉନାହିଁ ତାଙ୍କ ହେଲିକପ୍ଟର । ଯାହା ଏବେ ତାଙ୍କୁ ଚିନ୍ତାରେ...

ପରୀକ୍ଷଣ ସମୟରେ ଧ୍ରୁବ ହେଲିକପ୍ଟରର ଜରୁରୀକାଳୀନ ଅବତରଣ…

କୋଚି,୨୬।୩ : ଭାରତୀୟ ତଟରକ୍ଷୀ ବାହିନୀର ଏଏଲଏଚ ଧ୍ରୁବ ହେଲିକପ୍ଟରର ଏକ ପରୀକ୍ଷଣ ବିମାନକୁ ରବିବାର କେରଳର କୋଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ନ୍ୟୁଜ ଏଜେନ୍ସି...

ଗଲଓ୍ବାଂ ଘାଟି: ୧୯୬୨ରେ ମଧ୍ୟ ଚାଇନା ଭାରତକୁ ଦେଖାଇଥିଲା ନାଲି ଆଖି

ଲଦାଖ, ୧୬।୬: ଭାରତ ଚାଇନା ସୈନ୍ୟ ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ପରସ୍ପର ଉପରକୁ ଗୁଳି ଚାଳନା କରିଛନ୍ତି।...

Advertisement
Archives

Model This Week