ଟ୍ରେଡ ଡିଲ୍‌ ଲାଗି ଆମେରିକା-ଚାଇନାର ସହମତି

ନୂଆଦିଲ୍ଲୀ,୧୪-୧୨: ପ୍ରଥମ ପର୍ଯ୍ୟାୟ ଟ୍ରେଡ ଡିଲ ଲାଗି ଆମେରିକା ଏବଂ ଚାଇନା ସହମତି ପ୍ରକାଶ କରିଛନ୍ତି। ଏହି ଚୁକ୍ତି ସମ୍ପାଦିତ ହେଲେ ଗତ ୧୭ ମାସ ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ଅନ୍ତ ହେବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଆମେରିକାର ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଡିଲ୍‌ ମୁତାବକ ଚଳିତ ମାସ ୧୫ରୁ ୧୬୦ ବିଲିୟନ ଡଲାର ମୂଲ୍ୟର ଚାଇନା ସାମଗ୍ରୀ ଉପରେ ଆମେରିକା ଲାଗୁ କରିବାକୁ ଥିବା ଟାରିଫ୍‌ କାର୍ଯ୍ୟକାରୀ ହେବ ନାହିଁ। ସେହିଭଳି ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ଲାଗୁ ହେଉଥିବା ଟାରିଫ ମଧ୍ୟ ୫୦% ହ୍ରାସ ହେବ। ଆସନ୍ତା ବର୍ଷ ଚାଇନା ଆମେରିକାଠାରୁ ୫୦ ବିଲିୟନ ଡଲାରର କୃଷିଜାତ ସାମଗ୍ରୀ ମଧ୍ୟ କ୍ରୟ କରିବା ନେଇ ସବୁଜ ସଙ୍କେତ ଦେଇଛି।
ଏହି ଚୁକ୍ତି ଦ୍ୱାରା ଆମେରିକାର କୃଷି ଉତ୍ପାଦ ସାମଗ୍ରୀ ରପ୍ତାନି ବଢିବ। ଟ୍ରେଡ ଓ୍ବାର ଯୋଗୁ ଚାଇନା ଆମେରିକାଠାରୁ ଏହି ସାମଗ୍ରୀ କିଣିବା ବନ୍ଦ କରି ଦେଇଥିଲା। ଫଳରେ ଆମେରିକା କୃଷିଜାତ ସାମଗ୍ରୀ ରପ୍ତାନି ୭୨% ହ୍ରାସ ଘଟିଥିଲା। ସେହିଭଳି ଟାରିଫ ଓ୍ବାର ଯୋଗୁ ଚାଇନାର ସେପ୍ଟେମ୍ବର ତ୍ରୈମାସ ଜିଡ଼ିପି ଅଭିବୃଦ୍ଧି ୨୭ ବର୍ଷର ସର୍ବନିମ୍ନ ସ୍ତର ୬%କୁ ଖସିଛି। ଚୁକ୍ତି ଦ୍ୱାରା ଆମେରିକା କମ୍ପାନୀଗୁଡିକ ପ୍ରତିମାସ ୨.୫ ବିଲିୟନ ଡଲାର ସଞ୍ଚୟ କରିପାରିବେ ବୋଲି ଆକଳନ କରାଯାଇଛି। ଏହି ଖବର ଆସିବା ଫଳରେ ଆମେରିକା ଏବଂ ଏସିଆର ବିଭିନ୍ନ ଦେଶର ଶେୟାର ବଜାର କାରବାର ଉନ୍ନତ ରହିଛି। ଟ୍ରେଡ ଡିଲ ନେଇ ଟ୍ରମ୍ପ ୨ ମାସ ଆଗରୁ ସଙ୍କେତ ଦେଇଥିଲେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ମାସର ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି, ପିଆଜ ଦରରେ ୧୦୮%

ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?