ଟ୍ରେଡ ଓ୍ବାରରୁ ଫାଇଦା ନେବାକୁ ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୨୧-୧୧: ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ଟ୍ରେଡ ଓ୍ବାର (ବାଣିଜ୍ୟ ଯୁଦ୍ଧ)ର ଫାଇଦା ନେବାକୁ ଭାରତ ଏବେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଥିବା କୁହାଯାଉଛି। ଟେସ୍‌ଲା ଇଙ୍କ୍‌ ସମେତ ଗ୍ଲାକ୍ସୋସ୍ମିଥ୍‌ଲାଇନ ପିଏଲ୍‌ସି ଭଳି ପ୍ରାୟ ୩୨୪ କମ୍ପାନୀଙ୍କୁ ଘରୋଇ ବଜାରରେ ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନା ପାଇଁ ଜମି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ଲାଗି ଏବେ ଯୋଜନା ହେଉଥିବା ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସରକାର ତାଙ୍କ ପ୍ରସ୍ତାବରେ କହିଛନ୍ତି ଯେ, ଶକ୍ତି, ଜଳଯୋଗାଣ, ରାସ୍ତା ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଶିଳ୍ପ ପ୍ରୋତ୍ସାହନ, ଆନ୍ତଃ ବାଣିଜ୍ୟ ଏବଂ ଭାରତରେ ନିବେଶ ବିଭାଗ ପକ୍ଷରୁ ଏଥିସଂକ୍ରାନ୍ତ ଏକ ଡ୍ରାଫ୍ଟପେପର ପ୍ରସ୍ତୁତ ହୋଇଛି। ତାଲିକାରେ ଥିବା ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ଏଲି ଲିଲି ଆଣ୍ଡ କୋ, ଦକ୍ଷିଣ କୋରିଆର ହନହ୍ବା କେମିକାଲ କର୍ପୋରେଶନ ଏବଂ ତାଇଓ୍ବାନର ହୋନ ହୈ ପ୍ରିସାଇଜନ ଇଣ୍ଡଷ୍ଟ୍ରି କୋଅପରେଶନ ଭଳି କମ୍ପାନୀ ରହିଛନ୍ତି।
ଭିଏତ୍‌ନାମ,ମାଲେସିଆ ଭଳି ଦେଶ ବାଣିଜ୍ୟ ଯୁଦ୍ଧରୁ ଲାଭବାନ ହୋଇଛନ୍ତି। ଅପରପକ୍ଷରେ ଭାରତରେ ଜମି ଅଧିଗ୍ରହଣ ଏବଂ ଶ୍ରମ ଆଇନ କ୍ଷେତ୍ରରେ ବିଭିନ୍ନ ଜଟିଳତା ଥିବା ଯୋଗୁ ନିବେଶକମାନେ ଭାରତ ଆସିବାକୁ ଇଚ୍ଛା ପ୍ରକଟ କରୁନାହାନ୍ତି। ଭାରତ ପରିବର୍ତ୍ତେ ଚାଇନାରେ ଶିଳ୍ପ ସ୍ଥାପନକୁ ସେମାନେ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି। ସରକାର ରଖିଥିବା ପ୍ରସ୍ତାବରେ ବ୍ୟବସ୍ଥାରେ ଅସୁବିଧା ଦୂରହେବ ବୋଲି ଆଶା କରାଯାଉଛି। ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ଗଢି ତୋଳିବା ଲାଗି ଏବେ ସରକାର ଅଗ୍ରସର ହେଉଛନ୍ତି। ଏଭଳି ସ୍ଥିତି ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏଣୁ ଅଭିବୃଦ୍ଧିକୁ ଏକ ଠିକ୍‌ ଦିଗ ପ୍ରଦାନ ଦିଗରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇପାରନ୍ତି ବୋଲି ବଜାର ବିଶେଷଜ୍ଞମାନେ ଆଶାପ୍ରକଟ କରିଛନ୍ତି। ଏହି ଯୋଜନା ମୁତାବକ ରେଡି ଟୁ ମୁଭ ଶିଳ୍ପ କ୍ଲଷ୍ଟର ସ୍ଥାପନ ନେଇ ଲ୍ୟାଣ୍ଡ ବ୍ୟାଙ୍କ ସ୍ଥାପନ, ନିବେଶ ଏବଂ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ସୁବିଧା ସୁଯୋଗ ଯୋଗାଣ, ଆଣ୍ଟି ଡମ୍ପିଙ୍ଗ୍‌ ଟିକସ ହ୍ରାସ ଭଳି ସୁବିଧା ଯୋଗାଣ ନେଇ ପ୍ରସ୍ତାବ ରଖାଯାଇଛି।
ଏହାବାଦ୍‌ ପ୍ଲଗ ଇନ୍‌ ଏବଂ ହାଇବ୍ରିଡ ଯାନ, ଇନ୍ଧନ ଦକ୍ଷତା ଏବଂ କାର୍ବନ ଟାକ୍ସେଶନ କ୍ଷେତ୍ରରେ ପ୍ରୋତ୍ସାହନ ପଦକ୍ଷେପକୁ ମଧ୍ୟ ସାମିଲ କରାଯାଇଛି। ଇଲେକ୍‌ଟ୍ରୋନିକ୍ସ ଏବଂ ଟେଲିକମ୍‌ କ୍ଷେତ୍ର ଲାଗି ସହଜରେ ନିଯୁକ୍ତି, ମାନୁଫାକ୍‌ଚରିଂ ଭିତ୍ତିକ ପ୍ରୋତ୍ସାହନ ସୁବିଧା, ନିବେଶ ଏବଂ ଭାଲ୍ୟୁ ସଂଯୋଗ ଭିତ୍ତିକ ଯୋଜନାକୁ ମଧ୍ୟ ରୂପରେଖ ପ୍ରଦାନ ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ଯୋଜନା ଧାର୍ଯ୍ୟ ହୋଇଛି। ୨୦୧୭ରେ ଆସିଥିବା ବିଶ୍ୱ ବ୍ୟାଙ୍କର ଇଜ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୩୭ ସ୍ଥାନ ଉପରକୁ ଉଠିଛି। ମାତ୍ର ଶିଳ୍ପ ଲାଗି ଜମି ପାଇବା ବିଭିନ୍ନ ସମସ୍ୟା ଏବେ ମଧ୍ୟ ଭାରତରେ ରହିଛି। ଅନେକ ବଡ ବଡ କମ୍ପାନୀ ଅନେକ ବର୍ଷ ଜମି ପାଇଁ ଅପେକ୍ଷା କରିବା ସହ ଶେଷରେ ଭାରତ ଛାଡୁଛନ୍ତି। ଏଭଳି ବିଭିନ୍ନ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ବିଚାର କରୁଛି। ଶୀଘ୍ର ଏ ନେଇ ଚୂଡାନ୍ତ ନିଷ୍ପତ୍ତି ଆସିଯିବା ନେଇ ଆଶା କରାଯାଉଛି।
ଏହା ଉପରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଉତ୍ତର ଇମେଲ ଯୋଗେ ଲୋଡାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ। ଏସିଆର ତୃତୀୟ ସର୍ବବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ପରିଚିତ ଭାରତ ଜୁନ ତ୍ରୈମାସରେ ୫% ଜିଡିପି ଅଭିବୃଦ୍ଧି ହାସଲ କରିଛି। ଏହାବାଦ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଏବେ ମନ୍ଥର ସ୍ଥିତିରେ ରହିଥିବା ଡାଟାରୁ ସାମ୍ନାକୁ ଆସିଛି। ବିଦେଶୀ ନିବେଶ ଆଗମନ ଏବଂ ରପ୍ତାନି ବୃଦ୍ଧି ହେଲେ ଏହା ଆର୍ଥତ୍କ କାର୍ଯ୍ୟକଳାପକୁ ବଢାଇବା ଦିଗରେ ସହାୟକ ହେଉଥିବାରୁ ଏହାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହି ପଦକ୍ଷେପ ଅନ୍ତର୍ଗତ ସରକାର କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ଅନ୍ୟ ଏସୀୟ ଦେଶଗୁଡିକ ତୁଳନାରେ ଭାରତକୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ କରି ଗଢି ତୋଳିବା ଦିଗରେ ଏହା ସହାୟକ ହେବ ବୋଲି ସରକାର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri