ଟ୍ରାଫିକ ଉଲ୍ଲଂଘନକାରୀ ଗାଡ଼ି ଚାଳକ ସାବଧାନ: କେଉଁ ନିୟମ ଉଲ୍ଲଂଘନ କଲେ କେତେ ଜରିମାନା ଜାଣନ୍ତୁ….

ଭୁବନେଶ୍ୱର, ୧ା୯(ବ୍ୟୁରୋ): ଗାଡ଼ି ଚାଳକମାନେ ସାବଧାନ। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆଉ ବରଦାସ୍ତ କରାଯିବ ନାହିଁ। ରବିବାରଠାରୁ ସାରା ଦେଶରେ ଲାଗୁ ହେଉଛି ସରକାରଙ୍କ ନୂଆ ମୋଟର ଯାନ ଆଇନ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଦେବାକୁ ହେବ ୧୦ ଗୁଣା ପର୍ଯ୍ୟନ୍ତ ଅଧିକ ଜରିମାନା। ଏହାପୂର୍ବରୁ ଶନିବାର ରାତିରେ ଟ୍ରାଫିକ ପୋଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। କେଉଁ ଆଇନ ଉଲ୍ଲଂଘନ କଲେ କେତେ ଜରିମାନା ଦେବାକୁ ହେବ ସେ ସଂକ୍ରାନ୍ତରେ ବ୍ୟାନର ଲଗାଯାଇଥିବା ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରବିବାର ନୂଆ ଆଇନ ଲାଗୁ ସହ କମିଶନରେଟ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି ହେବ। ବିଶେଷକରି ଏଜି ଛକ, ଆଚାର୍ଯ୍ୟବିହାର, ଜୟଦେବ ବିହାର, ରାମମନ୍ଦିର ଛକ, ରାଜମହଲ ଓଭରବ୍ରିଜ୍‌ ତଳ, ପଟିଆ ଛକ, ଡମଣା ଛକ ଏବଂ ନୟାପଲ୍ଲୀ ଛକ ଆଦି ସହରର ବହୁ ସ୍ଥାନରେ ଯାଞ୍ଚ କରାଯିବ। ଜରିମାନା ନ ଦେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଆର୍‌ଟିଓ ପକ୍ଷରୁ ମଧ୍ୟ ଜାତୀୟ ରାଜପଥରେ ଯାଞ୍ଚ କରାଯିବ। ଏଥିପାଇଁ ଇ-ଚାଲାଣ ମେଶିନ ସହ ଆବଶ୍ୟକ ବ୍ୟବସ୍ଥା ସହିତ ପ୍ରସ୍ତୁତ ରହିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ନୂଆ ଆଇନକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ସଚେତନ କରା ନ ଯାଇ ନିୟମ କଡାକଡି କରାଗଲେ ଲୋକେ ହଇରାଣ ହେବେ। ବହୁ ସହରବାସୀ ଏନେଇ ଜାଣିନାହାନ୍ତି ବୋଲି ସାମାଜିକ କର୍ମୀ ରଞ୍ଜନ ବେହେରା କହିଛନ୍ତି।

କେଉଁ ନିୟମ ଉଲ୍ଲଂଘନ କଲେ କେତେ ଜରିମାନା..

ଅଧିକ ବେଗରେ ଗାଡି ଚଳାଇଲେ ୧ ହଜାରରୁ ୪ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିନା ବୀମାରେ ଗାଡି ଚଳାଇଲେ ୨ହଜାରରୁ ୪ ହଜାର ବା ଜେଲ୍‌ ଦଣ୍ଡ। ହେଲମେଟ ନ ପିନ୍ଧିଲେ ୧ ହଜାର ଜରିମାନା ସହ ୩ମାସ ପାଇଁ ଲାଇସେନ୍ସ ରଦ୍ଦ। ଗାଡି ଚାଳକ ନାବାଳକ/ନାବାଳିକା ହୋଇଥିଲେ ୨୫ ହଜାର ଜରିମାନା ଓ ୩ବର୍ଷ ପର୍ଯ୍ୟନ୍ତ ଜେଲ। ଟ୍ରାଫିକ ପୋଲିସ ନିର୍ଦ୍ଦେଶ ନ ମାନିଲେ ୨ ହଜାର ଟଙ୍କା, ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫ ହଜାର ଟଙ୍କା, ଲାଇସେନ୍ସ ପରୀକ୍ଷା ବିଫଳ ହୋଇ ମଧ୍ୟ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ ହଜାର, ମଦ ପିଇ ଗାଡି ଚଳାଇଲେ ୧୦ ହଜାର, ଓଭରଲୋଡିଂ ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡିବ। ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ. ଆମ୍ବୁଲାନ୍ସ ପରି ଜରୁରିକାଳୀନ ସେବା ଯୋଗାଉଥିବା ଯାନକୁ ବାଟ ନ ଛାଡିଲେ ମଧ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବା ସହ ଜେଲ ଯିବାକୁ ପଡିପାରେ କିମ୍ବା ଉଭୟ ଜେଲ ଦଣ୍ଡ ସହ ଜରିମାନା ଦେବାକୁ ପଡିପାରେ। କାର ବା ଅନ୍ୟ ଗାଡି ଚାଳନାବେଳେ ସିଟ୍‌ ବେଲ୍‌ଟ ନ ଭିଡିଲେ ୧ ହଜାର ଟଙ୍କା ଦେବାକୁ ପଡିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର

ସମ୍ବଲପୁର ଅଫିସ,୧୧।୩: ଭିଜିଲାନ୍ସ ଜାଲରେ ପଡିଛନ୍ତି ଟାଟା ପାୱାରର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବୁର୍ଲା...

ଲାଭ ଦେବନି ଆର୍‌ବିଆଇ ଘୋଷଣା

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କରୋନା ପ୍ରଭାବରେ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଫଳରେ ଏବେ ସରକାରୀ, ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭକରି ଛୋଟ, ବଡ଼ ଦୋକାନ ବଜାର...

ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ...

ବିଭିନ୍ନ ଦାବିରେ ରେଳରୋକୋ

ପାରଳାଖେମୁଣ୍ଡି,୧୦ା୬(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ରେଳ ଷ୍ଟେଶନରେ ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକୋ କରିଛନ୍ତି। ଦାବିଗୁଡ଼ିକ ମଧ୍ୟରେ ଷ୍ଟେଶନର ଦୋହରୀକରଣ,...

ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗୋଟିଏ ଦିନରେ ଏଯାଏ ଚିହ୍ନଟ ହେଲେଣି ୬୮

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟକୁ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ମୋଟ ୩୬୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

୪ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ନେଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ସନ୍ତୁଷ୍ଟି ଦେଉନି ସବୁଜିମା ସର୍ଭେ

ଅନୁଗୋଳ ଅଫିସ,୨୨ା୧୨ ପ୍ରତିବର୍ଷ ଅନୁଗୋଳ ଜିଲାରେ ହେଉଛି ବନୀକରଣ। ସହସ୍ରାଧିକ ହେକ୍ଟର ଜମିରେ ଲଗାଯାଉଛି ଲକ୍ଷାଧିକ ଚାରା। ଏଥିରୁ ବନ ବିଭାଗ ନିଜେ କିଛି ରୋପଣ...

ଅଧାରେ ରହିଲା ଶୁଟିଂ, ହଟହଟା ହେଲେ ବଲିଉଡ୍‌ ଅଭିନେତ୍ରୀ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ମଙ୍ଗଳବାର ଏକ ହିନ୍ଦୀ ଆଲବମ୍‌ ଭିଡିଓ ଶୁଟିଂବେଳେ ହାଇଡ୍ରାମା ଦେଖିବାକୁ ମିଳିଛି। ଅଭିନେତା ଅଭିନେତା ହିତେଶ...

Advertisement
Archives

Model This Week