Posted inଜାତୀୟ

ଟ୍ରାଫିକ୍‌ ପୋଲିସ ପୋଷାକରେ ଲାଗିଲା କ୍ୟାମେରା: ଆଇନ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ କାର୍ଯ୍ୟକଳାପ ହେବ ରେକର୍ଡ

କୋଏମ୍ବାଟୁର,୧୮।୭: ତାମିଲନାଡୁ କୋଏମ୍ବାଟୁରରେ ବୁଧବାର ଟ୍ରାଫିକ୍‌ ପୋଲିସଙ୍କୁ ଏକ କ୍ୟାମେରା ବଣ୍ଟନ କରାଯାଇଛି। ଏହି କ୍ୟାମେରାକୁ ସେମାନେ ନିଜ ପୋଷାକରେ ଲଗାଇପାରିବେ। ଏହାଦ୍ୱାରା ଘଟଣାସ୍ଥଳରେ ଟ୍ରାଫିକ୍‌ ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ତୁରନ୍ତ ଭିଡିଓ ରେକର୍ଡ ହେବା ସହ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇପାରିବ। ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ପାଇଁ କାର୍ଯ୍ୟ କରୁଥିବା ଏନଜିଓ ‘ଓ୍ବିର’ ପକ୍ଷରୁ ପୋଲିସଙ୍କୁ ଏହି କ୍ୟାମେରା ବଣ୍ଟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପୋଲିସଙ୍କୁ ୭୦ଟି କ୍ୟାମେରା ପ୍ରଦାନ କରାଯାଇଛି। ଏହି କ୍ୟାମେରା ମଧ୍ୟରୁ ୨୦ଟିରେ ଇଣ୍ଟରନେଟ ଯୋଗାଯୋଗ ପାଇଁ ସିମ୍‌ କାର୍ଡ ଲାଗିଛି। ଏହା ଜରିଆରେ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରୁ କଣ୍ଟ୍ରୋଲ ରୁମ୍‌କୁ ଲଗାତାର ଭାବେ ଭିଡିଓ ପଠାଇପାରିବେ। ତେବେ ଏହି କ୍ୟାମେରାର ବିଶେଷତ୍ୱ ହେଲା ଏହା ୮ଘଣ୍ଟା ପର୍ଯ୍ୟନ୍ତ ସିଧା ପ୍ରସାରଣ କରିପାରିବ। ଏହାକୁ ରାସ୍ତାରେ ହେଉଥିବା ପ୍ରଦର୍ଶନ କିମ୍ବା ସାର୍ବଜୈନିକ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇପାରିବ। କେବଳ ସେତିକି ନୁହେଁ, ଏହି କ୍ୟାମେରା ଦ୍ୱାରା ଟ୍ରାଫିକ୍‌ ପୋଲିସଙ୍କ ପାରଦର୍ଶିତା ବଢ଼ିବା ସହ ଭ୍ରଷ୍ଟାଚାର ଉପରେ ମଧ୍ୟ କଟକଣା ଲଗାଯାଇପାରିବ। ପୋଲିସ କର୍ମଚାରୀ ଯାହା କରିବେ ସିଧାସଳଖ ଏହା କ୍ୟାମେରାରେ କଏଦ୍‌ ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଛୁଇଁଲା ୧,୩୧,୮୬୮

ନୂଆଦିଲ୍ଲୀ,୨୪।୫: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୭୬୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ନିଆଁ : ନୌସେନା ଅଧିକାରୀ ମୃତ

ସୁରଟ,୨୭ା୪: ରୁଷିଆଠାରୁ କିଣାଯାଇଥିବା ଭାରତର ସବୁଠାରୁ ବଡ଼ ବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଅଗ୍ନିକାଣ୍ଡ ଘଟିଛି। ଏହା ଶୁକ୍ରବାର ସକାଳେ କରଓ୍ବର ବନ୍ଦର ଅଭିମୁଖେ ଯାଉଥିବାବେଳେ...

ଆସ୍ଥାଭୋଟ ହାରିବାର ୫ ଦିନ ପରେ ପୁଣି ଶପଥ ନେଲେ ଓଲି

କାଠମାଣ୍ଡୁ,୧୪।୫: ପାର୍ଲାମେଣ୍ଟରେ ଆସ୍ଥାଭୋଟ ହାରିବାର ୫ ଦିନ ପରେ ନେପାଳ ପ୍ରଧାନମନ୍ତ୍ରୀ ଭାବେ ପୁଣି କେ.ପି. ଶର୍ମା ଓଲି ଶୁକ୍ରବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ବିଦ୍ୟାଦେବୀ...

ଅଫିସରେ ପାଣି ନ ଥିବାରୁ ଘରେ ବସି କାମ କରିବାକୁ କହିଲା ଆଇଟି କମ୍ପାନୀ

ଚେନ୍ନାଇ,୧୩।୬: ଚଳିତ ବର୍ଷ ପାରଦ ୪୮ ଡିଗ୍ରୀ ଟପିଥିବା ବେଳେ ଦେଶରେ ଅନେକ ସ୍ଥାନରେ ଜଳ ସଙ୍କଟ ଦେଖା ଦେଇଛି। ଏପରି ସ୍ଥଳେ ଚେନ୍ନାଇର ଓଲ୍ଡ...

‘ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ପାଇଁ ମିଳିମିଶି କାମ କର’

ବେଙ୍ଗାଲୁରୁ,୨୧।୭: ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କର୍ନାଟକରେ କଂଗ୍ରେସ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ନାଟକ ୟୁନିଟ ସଭାପତି...

୧୫ ପାକ୍‌ ସୈନ୍ୟ, ୮ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୧୩ା୪: ନିୟନ୍ତ୍ରଣ ରେଖା ଆରପଟେ ଥିବା କେରନ ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ୮ ଆତଙ୍କବାଦୀ ଏବଂ...

ସାଇରସ ମିସ୍ତ୍ରି ପୁଣି ହେବେ ଟାଟା ଗ୍ରୁପ୍‌ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୮।୧୨: ନ୍ୟାଶନାଲ କମ୍ପାନୀ ଲ’ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ସାଇରସ ମିସ୍ତ୍ରିଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପୁଣି ଅବସ୍ଥାପିତ କରାଯାଇଛି। ଏଥିସହ ବର୍ତ୍ତମାନ...

କମିଲା କରୋନା ଟିକାର ଦାମ୍‌

ନୂଆଦିଲ୍ଲୀ,୨୮।୪: ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ପକ୍ଷରୁ କୋଭିଶିଲ୍ଡ ଟିକାର ଦାମ୍‌କୁ ବୁଧବାର ହ୍ରାସ କରାଯାଇଛି। ଏନେଇ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ...

Advertisement
Archives

Model This Week