ଟ୍ରାଫିକ୍‌ ପରେ ବିଦ୍ୟୁତ୍‌ ଚୋରି ଧରପଗଡ଼

ଭୁବନେଶ୍ୱର,୧୪।୯(ବ୍ୟୁରୋ) – ନୂଆ ଟ୍ରାଫିକ ନିୟମ ଅନୁଯାୟୀ ଆରମ୍ଭ ହୋଇଥିବା ଟ୍ରାଫିକ୍‌ ଧରପଗଡ଼ ଦେଖି ଲୋକେ ଏକ ପ୍ରକାର ଭୟଭୀତ ହୋଇ ନିଜର ସମସ୍ତ କାଗଜପତ୍ର ସଜାଡ଼ିବାରେ ଲାଗିଛନ୍ତି। ଏହାକୁ ନେଇ ରାଜ୍ୟର ସବୁ ଆର୍‌ଟିଓ ଅଫିସ୍‌ଠାରୁ ଆରମ୍ଭ କରି ପ୍ରଦୂଷଣ ଟେଷ୍ଟିଂ ସେଣ୍ଟରରେ ଭିଡ଼ ଦେଖିବାକୁ ମିଳୁଛି। ଠିକ୍‌ ଏତିକିବେଳେ ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ତନାଘନା ଆରମ୍ଭ ହୋଇଯାଇଛି। ବେଆଇନଭାବେ ବିଦ୍ୟୁତ୍‌ ନେଉଥିବା ଲୋକଙ୍କୁ ଶୁକ୍ରବାର ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଛି।
ସହରାଞ୍ଚଳରେ ବିଦ୍ୟୁତ୍‌ ଚୋରି ରୋକିବା ସକାଶେ ସେସୁ ନିଜର ଉଦ୍ୟମ ଆରମ୍ଭ କରିଛି। ସେସୁ ସିଇଓ ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ସପ୍ତାହକୁ ୩ ଦିନ ବିଭିନ୍ନ ଅଞ୍ଚଳରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଅଚାନକ ପରିଦର୍ଶନ କରିବ। ଗୁରୁବାର ବିଭିନ୍ନ ଅଞ୍ଚଳର ମୋବାଇଲ୍‌ ଫୋନ ଟାଓ୍ବାର ଉପରେ ସେସୁ ଅଧିକାରୀମାନେ ଚଢାଉ କରିଥିଲେ। ସେହିପରି ଶୁକ୍ରବାର ୩ ଡିଭିଜନର ସ୍ପେଶାଲ ସ୍କ୍ବାଡ୍‌ ଡମଣାଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଟେଲିକମ୍‌ ଟାଓ୍ବାର, କମର୍ସିଆଲ କମ୍ପ୍ଲେକ୍ସଠାରୁ ଆରମ୍ଭ କରି ବଡ଼ବଡ଼ ଦୋକାନଗୁଡିକରେ ଯାଞ୍ଚ କରାଯାଇଛି। ୩୦ ଜଣ ସେସୁ ଅଧିକାରୀ ୪ ଗ୍ରୁପ୍‌ରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଘରୋଇ ବ୍ୟବହାର କଥା କହି ବିଦ୍ୟୁତ୍‌ ନେବାପରେ ବଡ଼ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ। ଏହାସହ ହୁକ୍‌ ପକାଇ ମଧ୍ୟ ବହୁ ଲୋକ ବିଦ୍ୟୁତ୍‌ ଚୋରି କରୁଥିଲେ। ଏମାନଙ୍କୁ ଧରାଯାଇ ଜରିମାନା ଆଦାୟ କରାଯାଇଛି। ଏପରି କି ଜଣେ ଜଣେ ବ୍ୟବସାୟୀଙ୍କଠାରୁ ଅଧିକାରୀମାନେ ୬୦ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିଛନ୍ତି। ପ୍ରଥମେ ଏହା ଏକ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମଭାବେ କରାଯାଉଛି। ଆଗକୁ ଏହାକୁ ଆହୁରି ଜୋର୍‌ଦାର କରାଯିବ ବୋଲି ସେସୁ ଅଧିକାରୀ ବାଣୀ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, ବିଦ୍ୟୁତ୍‌ ଚୋରି ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା

ବାରିପଦା,୯ା୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି।...

ଲଭ୍‌-ଜିହାଦକୁ ନେଇ ଡିସିପି ଦେଲେ ବଡ଼ ସୂଚନା: କହିଲେ ଦରକାର ହେଲେ…

ଭୁବନେଶ୍ୱର,୯ା୧୧: ଲଭ୍‌-ଜିହାଦ ଅଭିଯୋଗ ଘଟଣାରେ ଡିସିପି ପିନାକ ମିଶ୍ର ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ମହମ୍ମଦ ସମୀର ମନସୁରଙ୍କୁ ଗିରଫ...

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ୍‌ ମନା

ଭୁବନେଶ୍ୱର,୯ା୧୧: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ୍‌କୁ ବାରଣ କରାଯାଇଛି। ଛାତ୍ରୀଛାତ୍ର କିଭଳି ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବେ ସେନେଇ ସଚେତନ କରାଯିବ। କଲେଜ କ୍ୟାଣ୍ଟିନ,...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୯ା୧୧(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରାଜ୍ୟର ବିକାଶ ପରିବର୍ତ୍ତେ ବ୍ୟକ୍ତିଗତ ଉନ୍ନତିକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଝାଡ଼ଖଣ୍ଡରେ ବର୍ତ୍ତମାନ ରୁଟି, ବେଟି ଓ ମାଟି...

ଏହି ୩ କାରଣ ଯୋଗୁ ହାରିଲା ବିଜେଡି: ନିଜ ଦଳର ଗୁମର ଖୋଲିଲେ ବିଧାୟକ

ଭୁବନେଶ୍ୱର,୯।୧୧: ଗତ ନିର୍ବାଚନରେ ଦଳର ପରାଜୟକୁ ନେଇ ବିଜେଡିର ବରିଷ୍ଠ ନେତା ତଥା ନୂଆପଡ଼ା ବିଧାୟକ ରାଜୁ ଢୋଲକିଆ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି।...

ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି

ଭୁବନେଶ୍ୱର,୯୧୧(ଅନିଲ ଦାସ):ମିଳିତ ଜାତିସଂଘ ତରଫରୁ ଆୟୋଜିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରାଯାଇଥିଲା। ଏକ ଖାଦ୍ୟ ଅଭାବୀ ରାଜ୍ୟରୁ...

ଝିଅକୁ ମାରି ଟାଙ୍ଗି ଦେଲେ ଶାଶୁ ଘର ଲୋକେ

ବାରିପଦା,୯।୧୧: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ମାଠିଆଭଙ୍ଗା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ର କରି ଝିଅକୁ ଶାଶୁଘର...

୧୫ରେ ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର,୯।୧୧: ଆସନ୍ତା ୧୫ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି। ଜନଜାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri