Posted inଜାତୀୟ

ଟ୍ରାଫିକ୍‌ ନିୟମ ବୁଝାଉଥିବା ‘ଡ୍ୟାନ୍ସିଂ ଗର୍ଲ’ଙ୍କ ଭିଡିଓ ଭାଇରାଲ

ଇନ୍ଦୋର, ୧୯।୧୧: ମଧ୍ୟ ପ୍ରଦେଶରେ ଜଣେ ଏମ୍‌ବିଏ ଛାତ୍ରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଛାତ୍ରୀ ଜଣକ ଟ୍ରାଫିକ୍‌ ପୋଷ୍ଟରେ ଲୋକଙ୍କୁ ଭିନ୍ନ ଢଙ୍ଗରେ ଟ୍ରାଫିକ୍‌ ନିୟମ ବୁଝାଉଥିବା ଦେଖିବାକୁ ମିଳିଛି। ଶୁଭି ଜୈନ ନାମକ ଏହି ଛାତ୍ରୀ ଜଣକ ସିମ୍ବିଓସିସ୍‌ ଇନଷ୍ଟିଚ୍ୟୁଟ, ପୁଣେର ଛାତ୍ରୀ। ସେ ଏବେ ଇନ୍ଦୋର ରାସ୍ତା ଉପରେ ନାଗି ନାଚି ଲୋକଙ୍କୁ ଟ୍ରାଫିକ୍‌ ନିୟମ ସମ୍ପର୍କରେ ବୁଝାଉଥିବା ଦେଖାଯାଇଛି। ଆଉ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି, ଗତ ୧୫ ଦିନ ହେବ ସେ ଏପରି କରୁଛନ୍ତି। ଯେତେବେଳେ ଲୋକେ ଆପଣଙ୍କୁ ବୁଲିକି ଦେଖିବେ ଓ ସ୍ମିତହାସ୍ୟ ଦେବେ ସେତେବେଳେ ଜଣେ ଯେ କୌଣସି କାର୍ଯ୍ୟ କରିବାକୁ ଉତ୍ସାହିତ ହେବ। ଇନ୍ଦୋର ଡିଏସ୍‌ପି ଉମାକାନ୍ତ ଚୌଧୁରୀ କହିଛନ୍ତି ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନା ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍କୁଲ ଓ ଇନଷ୍ଟିଚ୍ୟୁଟର ଭଲ୍ୟୁଣ୍ଟିୟରମାନଙ୍କୁ ନେଉଛୁ। ଆଉ ଏବେ ଶୁଭିଙ୍କ ନିଆରା ଢଙ୍ଗରେ ଟ୍ରାଫିକ୍‌ ସଚେତନତା ଅନେକଙ୍କୁ ପସନ୍ଦ ଆସିଛି। ଏହା ଏକ ଭଲ ପ୍ରୟାସ ବୋଲି କିଛି ଲୋକ ଏହାର ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଘରୁ ମିଳିଲା ହଜାର ହଜାର ସଂଖ୍ୟାରେ ନକଲି ଇଞ୍ଜେକଶନ

ନୂଆଦିଲ୍ଲୀ,୨୦।୬: ବ୍ଲାକ ଫଙ୍ଗ୍‌ସରେ ପୀଡ଼ିତ ରୋଗୀଙ୍କୁ ଦିଆଯାଉଥିବା ଲିପୋସୋମାଲ ଆମ୍ଫୋଟେରିକିନ-ବି’ର ନକଲି ଇଞ୍ଜେକଶନ ଉତ୍ପାଦନ ଓ ବିକ୍ରି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ...

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଧବାର ସ୍ଥଗିତ ରଖାଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟରେ ବ୍ୟାଘାତ...

ଡିଜେ ଡ୍ୟାନ୍ସ୍‌ରେ ଫାଙ୍କା ଗୁଳି ଚାଳନା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ, ୧।୯: ଡିଜେ ଡ୍ୟାନ୍ସ୍‌ ସମୟରେ ଜଣେ ବ୍ୟକ୍ତି ମହିଳାଙ୍କ ସହିତ ନାଚୁଥିବା ସମୟରେ ଖୁସିରେ ଫାଙ୍କା ଗୁଳି ଚାଳନା କରୁଥିବାର ଏକ ଭିଡ଼ିଓ ଏବେ...

କେନ୍ଦ୍ରରେ କଂଗ୍ରେସକୁ ଡ୍ରାଇଭର ସିଟ୍‌ ଦେବୁନି: କେସିଆର୍‌

ନୂଆଦିଲ୍ଲୀ/ହାଇଦ୍ରାବାଦ୍‌,୧୫ା୫ : କେନ୍ଦ୍ରରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ, କାହା ନେତୃତ୍ୱରେ କେନ୍ଦ୍ର ସରକାର ଗଠନ ହେବ, ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଗଲାଣି। ତେବେ ଆଞ୍ଚଳିକ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଦୀପାବଳି ବୋନସ୍‌

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଉପହାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ଦୀପାବଳି ବୋନସ୍‌ ଦିଆଯିବ ବୋଲି ଘୋଷଣା କରାଯାଇଛି।...

ନାବାଳିକା ବଳାତ୍କାରୀଙ୍କୁ ବାନ୍ଧିଲା ପୋଲିସ

ପଶ୍ଚିମବଙ୍ଗର,୧୮।୧୨: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି ବୋଲି...

କରୋନା ଯୁଦ୍ଧରେ ବିଜୟୀ ହେଲେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ,୧୨।୫: ହିମାଚଳ ପ୍ରଦେଶରେ ୮୮ ବର୍ଷୀୟ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କେଏସ୍‌ ଜସଓ୍ବାଲ କରୋନା ଯୁଦ୍ଧରେ ବିଜୟୀ ହୋଇ କରୋନା ସହ ଲଢିବାକୁ ଅନ୍ୟମାନଙ୍କୁ ସାହାସ...

କୋଭାକ୍ସିନକୁ ଖୁବ୍‌ଶୀଘ୍ର ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଟିକାକରଣ ଜରୁରୀ ହୋଇପଡ଼ିଥିବାବେଳେ କୋଭାକ୍ସିନକୁ ନେଇ ବଡ଼ ଖବର ଆସିଛି। କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ ପକ୍ଷରୁ...

Advertisement
Archives

Model This Week