Posted inଜାତୀୟ

ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ସୁରକ୍ଷାରେ ନିୟୋଜିତ ହେବେ ୧୦ ହଜାର ପୋଲିସ

ଅହମଦାବାଦ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇ ଆସନ୍ତା ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ଦିଲ୍ଲୀ ବ୍ୟତୀତ ଗୁଜରାଟର ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ସଜେଇ ହେଲାଣି ଗୁଜରାଟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ସାଜସଜ୍ଜାରେ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି। ତେବେ ଟ୍ରମ୍ପ୍‌ଙ୍କ ଗସ୍ତ ସମୟରେ ଯେଉଁ ସୁରକ୍ଷା ବ୍ୟବସ୍ଥା କରାଯିବ ସେଥିରେ ପ୍ରାୟ ୧୦-୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ଶନିବାର ଅହମଦାବାଦ ଡିସିପି ବିଜୟ ପଟେଲ କହିଛନ୍ତି, ଟ୍ରମ୍ପ୍‌ଙ୍କ ଗସ୍ତ ସମୟରେ ସୁରକ୍ଷା ପାଇଁ ୧୦ ହଜାର ପୋଲିସ ନିୟୋଜିତ ରହିବେ। ଏମାନଙ୍କ ମଧ୍ୟରେ ୨୫ ଆଇପିଏସ୍‌, ୬୫ ଏସିପି, ୨୦୦ ପୋଲିସ ଇନ୍ସପେକ୍ଟର, ୮ ଶହ ସବ୍‌ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ଫେବୃୟାରୀ ୨୪ରେ ଟ୍ରମ୍ପ୍‌ ଦମ୍ପତି ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ‘କେମ୍‌ ଛୋ, ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଏମାନେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢୁଛି କରୋନା ଗ୍ରାଫ୍‌: ଦିନକରେ ୪୫ ହଜାରରୁ ଅଧିକ ଚିହ୍ନଟ, ୫୮୪ ମୃତ୍ୟୁ

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୪୫ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...

ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ କରୋନା ଫେରିବାର ଭୟ ଅଧିକ !

ନୂଆଦିଲ୍ଲୀ,୨୭।୭: ଏବେ ଅଡୁଆରେ ପଡିଛନ୍ତି ଚିକିତ୍ସକ। କାରଣ ହେଉଛି କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ପୁଣିଥରେ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀ ସମେତ ଅନ୍ୟ କିଛି ରାଜ୍ୟରେ...

ସମୁଦ୍ର ପଥରେ ଆତଙ୍କବାଦୀ

ନୂଆଦିଲ୍ଲୀ/ମୁମ୍ବାଇ,୧୦ା୮: ଅନୁଚ୍ଛେଦ ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ପରେ ଉପତ୍ୟକାରେ ଭାରତର ବଳ ବୃଦ୍ଧି ପାଇଛି। ଏହାସହ ବିଚ୍ଛିନ୍ନତାବାସୀଙ୍କୁ ମୋହରା କରି କଶ୍ମୀରରେ ଉତ୍ତେଜନା...

ବର କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନରେ‌ ୫ଶହରୁ ଅଧିକ ଲୋକ

ବିଶାଖାପଟ୍ଟନମ୍‌, ୧୭।୮: ବରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ବିବାହରେ ଯୋଗଦେଇଥିବା ୫ ଶହରୁ ଅଧିକ ଲୋକଙ୍କୁ ଏବେ କ୍ୱାରାଣ୍ଟାଇନ୍‌ କରାଯିବ। ଏଭଳି...

ସୁସ୍ଥ ଅଛନ୍ତି ଶାଶୁ, ବୋହୂ

ମୁମ୍ବାଇ, ୧୨।୭: ବଚ୍ଚନ ପରିବାରରେ କରୋନାର ଉପସ୍ଥିତି ଏକ ପ୍ରକାର ସମସ୍ତଙ୍କୁ ବିଚଳିତ କରି ଦେଇଛି। ଶନିବାର ରାତିରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ...

ସେପ୍ଟେମ୍ବରରେ ଏକାଠି ବୈଠକ କରିବେ ଆର୍‌ଏସ୍‌ଏସ୍‌-ଭାଜପା

ନୂଆଦିଲ୍ଲୀ,୨।୮: ରାଜସ୍ଥାନର ପୁଷ୍କରରେ ଆସନ୍ତା ସେପ୍ଟେମ୍ବର ୭-୯ ମଧ୍ୟରେ ଆର୍‌ଏସ୍‌ଏସ୍‌ ଓ ଭାଜପା ମଧ୍ୟରେ ଏକ ୩ ଦିନିଆ ବୈଠକ ଆୟୋଜନ କରାଯିବ ବୋଲି ସୂଚନା...

୨ ସପ୍ତାହ ବଢିପାରେ ଲକ୍‌ଡାଉନ ଅବଧି

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆଉ ୩ ଦିନ ପରେ ଶେଷ ହେବାକୁ ଯାଉଛି। ହେଲେ ଏହି...

ରାହୁଲଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ କମ୍ପିଲା ଗୃହ

ନୂଆଦିଲ୍ଲୀ,୧୩।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ଶୁକ୍ରବାର ଲୋକ ସଭାରେ ହଙ୍ଗାମା ହୋଇଛି। ଝାଡ଼ଖଣ୍ଡର ଏକ ରାଲିରେ ଉଦ୍‌ବୋଧନ...


Coronavirus Update

Archives

Model This Week

Why Dharitri