‘ଟ୍ରମ୍ପଙ୍କ ଭୂଗୋଳ ଜ୍ଞାନ କମ୍‌’

ୱାଶିଂଟନ,୧୭।୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭୂଗୋଳ ଜ୍ଞାନ କମ । ଭାରତ ଏବଂ ଚାଇନା ମଧ୍ୟରେ ଅନ୍ତର୍ଜାତୀୟ ସୀମା ରହିଛି ବୋଲି ସେ ଜାଣିନାହାନ୍ତି। ଦୁଇଜଣ ପୁଲିଟ୍‌ଜର ପୁରସ୍କାର ବିଜେତା ଆମେରିକାର ଖବରଦାତା ‘ଏ ଭେରି ଷ୍ଟାବଲ ଜିନିୟସ୍‌’ ଶୀର୍ଷକ ଏକ ପୁସ୍ତକରେ ଏହା ଦାବି କରିଛନ୍ତି। ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚକିତ କରିଥିଲା ବୋଲି ଉକ୍ତ ବହିରେ ଉଲ୍ଲେଖ ରହିଛି।
ପୋଷ୍ଟର ଦୁଇ ଖବରଦାତା ଫିଲିପ୍‌ ରୁକର ଏବଂ କାରୋଲ ଡି ଲିୟୋନିଗଙ୍କ ଦ୍ୱାରା ଲେଖାଯାଇଥିବା ‘ଏ ଭେରି ଷ୍ଟାବଲ ଜିନିୟସ୍‌’ ପୁସ୍ତକରେ ଟ୍ରମ୍ପ୍‌ଙ୍କ ପ୍ରଥମ ତିନି ବର୍ଷର ଶାସନକାଳରେ ଘଟିଥିବା ଏପରି ଅନେକ ଘଟଣା ଗୁଡିକୁ ସ୍ଥାନ ଦିଆଯାଇଛି। ବ୍ୟବସାୟୀରୁ ରାଜନେତା ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ସାକ୍ଷାତ୍‌କାରର ଉଲ୍ଲେଖ କରି ପୁସ୍ତକରେ ବାଦି କରାଯାଇଛି ଯେ, ଟ୍ରମ୍ପ ଏହି ବୈଠକରେ ମୋଦିଙ୍କୁ କହିଥିଲେ, ‘ଏପରି ନୁହେଁ ଯେ ଚାଇନା ସୀମା ଆପଣଙ୍କ ସୀମାକୁ ଲାଗିଛି’। ଏହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ କେଉଁ ବର୍ଷ ଏହି ବୈଠକ ହୋଇଥିଲା ଏହା ସେଥିରେ ଉଲ୍ଲେଖ କରାଯାଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଭାରତ ଏବଂ ଚାଇନା ମଧ୍ୟରେ ୩,୪୮୮ କି.ମି ବିସ୍ତୃତ ଅନ୍ତର୍ଜାତୀୟ ସୀମା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ହାଇ କମିଶନ ବାହାରେ ଖଲିସ୍ତାନୀଙ୍କ ବିକ୍ଷୋଭ

ଲଣ୍ଡନ,୨ା୧୦: ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋ ଗୁରୁଦ୍ୱାରାରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପ୍ରବେଶ କରାଇ ଦିଆ ନ ଯିବାର ଦୁଇଦିନ ପରେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ...

କେନ୍ଦ୍ରରେ ଗଠନ ହେଉ ମୋଦି ସରକାର: ଏହା ଚାହେଁନା ପାକିସ୍ତାନ

ଲାହୋର,୨୨।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ପ୍ରତି ପାକିସ୍ତାନ ଉତ୍ସୁକତାର ସହିତ ଚାହିଁ ବସିଛି। ତେବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି...

ରକ୍ତ ନମୁନାରୁ ଚିହ୍ନଟ ହେବ କ୍ୟାନ୍‌ସର ସେଲ୍‌

ଓ୍ବାଶିଂଟନ୍‌, ୧।୩: କ୍ୟାନ୍‌ସର ଏବେ ପ୍ରତ୍ୟେକ ବୟସ ବର୍ଗଙ୍କଠାରେ ଦେଖିବାକୁ ମିଳୁଛି। ଦ୍ରୁତବେଗରେ ମନୁଷ୍ୟ ଶରୀରକୁ ଗ୍ରାସ କରୁଥିବା ଏହି ରୋଗ ଚିହ୍ନଟ ଏବେ ଆହୁରି...

ରୁଷିଆ-ବେଲାରୁସରେ ସମସ୍ତ ସେବା ବନ୍ଦ କଲା ଆମେରିକାନ ଏକ୍ସପ୍ରେସ୍‌

ୱାଶିଂଟନ,୭ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ଉପରେ ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିବନ୍ଧକ...

ଅଧିକ ସୈନ୍ୟ ମୁତୟନ କରୁଛି ରୁଷିଆ…

ମସ୍କୋ,୫।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ଉଭୟ ପାର୍ଶ୍ୱରେ ହଜାର ହଜାର ମୃତ୍ୟୁ ଘଟିଛି। ୟୁକ୍ରେନର...

ରୁଷିଆର କାସପିଆନ ସମୁଦ୍ର କୂଳରେ ୨୫୦୦ ସିଲ ମୃତ

ମସ୍କୋ,୫ ।୧୨: ଦକ୍ଷିଣ ରୁଷିଆ କାସପିଆସ ସମୁଦ୍ର କୂଳରେ ପ୍ରାୟ ୨୫୦୦ ସିଲ ମୃତ ଅମସ୍ଥାରେ ମିଳିଛନ୍ତି । ରବିବାର ଅଧିକାରୀଙ୍କ ନିକଟରୁ ଏହି ସୂଚନା...

ଜଣାଶୁଣା ଫ୍ୟାଶନ ଡିଜାଇନର ମାର୍କ ବୋହାନଙ୍କ ପରଲୋକ

ପ୍ୟାରିସ,୯।୯: ଫ୍ୟାଶନ ଡିଜାଇନର୍‌ ମାର୍କ ବୋହାନଙ୍କ ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୨୨, ୧୯୨୬ରେ ପ୍ୟାରିସରେ ଜନ୍ମଗ୍ରହଣ କରିଥିବା ବୋହାନ ପିଲାଦିନରୁ ଚିତ୍ରାଙ୍କନ...

କଶ୍ମୀର ସ୍ଥିତି ସୁଧାରିବାରେ ଭାରତ-ପାକ୍‌ ବିଫଳ

ଜେନିଭା,୯ା୭ (ପି.ଟି.): ଭାରତ ଓ ପାକିସ୍ତାନ କଶ୍ମୀର ସ୍ଥିତି ସୁଧାରିବାରେ ବିଫଳ ହୋଇଛନ୍ତି। ପୂର୍ବ ରିପୋର୍ଟ ମୁତାବକ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇ ନାହିଁ...

Advertisement
Archives

Model This Week