ଟ୍ରକ ଧକ୍କାରେ ଅଟୋ ଚାଳକ ମୃତ

ବାଲିଅନ୍ତା,୨ା୧(ଡି.ଏନ୍‌.ଏ): ନୂଆବର୍ଷ ଲାଗି ଚାରିଆଡ଼େ ଉତ୍ସବର ମାହୋଲ ଚାଲିଥିବାବେଳେ ବାଲିଅନ୍ତା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲିଅନ୍ତା- ଭିଙ୍ଗାରପୁର ରାସ୍ତାର ବେଣୁପୁର ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଭୋର ୪ଟାରେ ଏକ ଟ୍ରକ ଧକ୍କାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ହଂସପାଳ ଗ୍ରାମର ଗଦାଧର ନାୟକ। ସୂଚନାଯୋଗ୍ୟ, ହଂସପାଳ ଛକରୁ ଭୋର ସମୟରେ ଗଦାଧର ଅଟୋରେ ଯାତ୍ରୀ ନେଇ ଭିଙ୍ଗାରପୁର ଯାଇଥିଲେ। ଯାତ୍ରୀଙ୍କୁ ଛାଡ଼ି ଫେରୁଥିବାବେଳେ ବେଣୁପୁରରେ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ସେ ଅଟୋରୁ ଛିଟିକି ରାସ୍ତାରେ ପଡିବାରୁ ଟ୍ରକର ପଛ ଚକା ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ଗଦାଧରଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ବାଲିଅନ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଏ ନେଇ ପୋଲିସ ନଂ.୧/୨୦୨୦ରେ ଏକ ମାମଲା ରୁଜୁ କରିଛି। ତେବେ ଘଟଣାସ୍ଥଳରୁ ଟ୍ରକ ଗାଡ଼ି ସହ ଡ୍ରାଇଭର ଫେରାର ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ: ପ୍ରି ଆକ୍ଟିଭେଟ ସିମ୍‌ ବ୍ୟବହାର କରି…

ଭୁବନେଶ୍ୱର,୯ା୪(ବ୍ୟୁରୋ): ପ୍ରି ଆକ୍ଟିଭେଟ ସିମ୍‌ ବ୍ୟବହାର କରି ଲୋକଙ୍କୁ ଠକୁଥିବା ୪ ସାଇବର ଠକଙ୍କୁ ରାଜଧାନୀରୁ ଗିରଫ କରାଯାଇଛି। ସାଇବର ଠକଙ୍କ ମଧ୍ୟରେ ସିମ୍‌ ପ୍ରୋଭାଇଡର...

ମାସ୍କ ପିନ୍ଧିଲେନି, ଜରିମାନା ଦେଲେ

ଦେବଗଡ,୧୯।୪ (ଡି.ଏନ.ଏ.)-ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଅବମାନନା କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଶନିବାର...

ଆରପାରିରେ ବିଶିଷ୍ଟ ସାହିତି୍ୟକ ମଙ୍ଗଳୁ ଚରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବିଶିଷ୍ଟ ସାହିତି୍ୟକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ମଙ୍ଗଳବାର ସକାଳେ ପରଲୋକ ଘଟିଛି । ସମ୍ବଲପୁର ଜିଲା ପରମାଣପୁର ବାର ଡୁଙ୍ଗରିସ୍ଥିତ ତାଙ୍କର ଘରେ ତାଙ୍କର...

ପୁରୀରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ ଅଫିସ,୪ା୬: ରବିବାର ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଜଣେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଭକ୍ତ ଜଣକ...

୬ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୪।୪(ବ୍ୟୁରୋ): ଆସୁଛି ଆଉଏକ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଆସନ୍ତା ୬ ତାରିଖ ବେଳକୁ...

ବୀମା ରାଶି ତୁରନ୍ତ ପ୍ରଦାନ କର

ଭୁବନେଶ୍ବର, ୧୦।୧୧(ବ୍ୟୁରୋ): ଫସଲ ବୀମା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ ନ କରି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ।...

‘କୌଣସି ଜନ୍ମରେ ବର୍ଷାଙ୍କୁ ଗ୍ରହଣ କରିବୁନି’

କଟକ ଅଫିସ,୧୨। ୯: ଟୁଇଟର ପ୍ଲାଟ୍‌ଫର୍ମରେ ବଢୁଛି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ। ଗୋଟିଏ ପରେ ଗୋଟିଏ...

ରାମେଶ୍ୱର ଅଞ୍ଚଳରେ ହାତୀ ଆତଙ୍କ: ଫାର୍ମହାଉସ୍‌ କର୍ମଚାରୀଙ୍କୁ ଶୁଣ୍ଡରେ ଟେକି କଚାଡ଼ିଲା ଦନ୍ତା

ନିରାକାରପୁର,୯।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ଏକ ଫାର୍ମହାଉସ୍‌ର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବୁଧବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ରାମେଶ୍ୱର...

Advertisement
Archives

Model This Week