ଟ୍ରକ୍‌ରୁ ଡିଜେଲ ଚୋରି: ଅଭିଯୁକ୍ତଙ୍କୁ ପୋଲିସରେ ଜିମାଦେଲେ ଗ୍ରାମବାସୀ

ଯୋଡ଼ା,୨୩।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଆନ୍ତ୍ରାମାନ୍ତ୍ରା ଛକ ନିକଟରେ ରବିବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା ଟ୍ରକଗୁଡିକରୁ ଡିଜେଲ ଓ ଅନ୍ୟ ଯନ୍ତ୍ରାଂଶ ଚୋରି କରୁଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଧରି ପୋଲିସରେ ଜିମା ଦେଇଥିବା ଜଣାପଡ଼ିଛି। ବାମେବାରୀ ଥାନା ଅଧିକାରୀ ଅମିତାଭ ଦାସଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ରବିବାର ସନ୍ଧ୍ୟାରେ ଆନ୍ତ୍ରାମାନ୍ତ୍ରା ଛକ ନିକଟରେ ଛିଡ଼ା ହୋଇଥିବା ଟ୍ରକଗୁଡିକରୁ ଡିଜେଲ ଚୋରି କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଅର୍ଜୁନ ନାଏକ ନାମକ ଅଭିଯୁକ୍ତଙ୍କୁ ଧରିଥିଲେ। ପରେ ତାଙ୍କୁ ପୋଲିସ ପାଖରେ ଜିମା ଦେଇଥିଲେ। ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରି ଏହି ଡିଜେଲ ଚୋରି ଅଭିଯୋଗରେ ଅନ୍ୟ ଜଣେ ଅଭିଯୁକ୍ତ ଜୁରୁଡି ପେଣ୍ଠେଇ ବସ୍ତିର ଝାଡ଼େଶ୍ୱର ପେଣ୍ଠେଇଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କଠାରୁ ୫୦ ଲିଟର ଡିଜେଲ ଜବତ କରିଛି। ଏନେଇ ବାମେବାରୀ ଥାନାରେ କେସ୍‌ ନଂ ୧୭୭/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନରେଖା ଏବେ ମରଣଯନ୍ତା

କେନ୍ଦୁଝର, ୨୦ା୬ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଏହାକୁ ଜିଲାର ‘ଜୀବନ ରେଖା’...

ଘରେ ବସି କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ବୟ ସମିତି

ବଲାଙ୍ଗୀର ଅଫିସ, ୧ା୪: କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଏପ୍ରିଲ ୧କୁ କଳା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି...

ଘରେ ପଶି ଆକ୍ରମଣ, ୩ ଆହତ

ଭଞ୍ଜନଗର,୨ା୧୧(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ବେଲଗୁଣ୍ଠା ଫାଣ୍ଡି ଇଙ୍ଗିନାଠୀ ଗ୍ରାମରେ ଶୁକ୍ରବାର ରାତିରେ କେତେକ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ପରିବାର ଲୋକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ...

ଶକ୍ତି ବିଭାଗ ଖର୍ଚ୍ଚଦାବି ଆଲୋଚନା : ରାଜଧାନୀରେ ଅପଚୟ, ଦୁର୍ଗମ ଅଞ୍ଚଳରେ ମିଳୁନି

ଭୁବନେଶ୍ୱର,୩୧।୭(ବ୍ୟୁରୋ) ରାଜ୍ୟର ବହୁ ପାହାଡ଼ିଆ ଅଞ୍ଚଳରେ ବିଦ୍ୟୁତ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ହେଲେ ରାଜଧାନୀର ସଚିବାଳୟରେ ଶକ୍ତି ଅପଚୟ ହେଉଥିବା ବିରୋଧୀ ଦଳ ମୁଖ୍ୟ...

ଛାଡିଲା ବର୍ଷା, ଆସୁଛି କୁହୁଡ଼ି: ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେବ ଲାଗିରହିଥିବା ବର୍ଷା ଏବେ ଛାଡ଼ିଯାଇଛି। ଆଗକୁ କୁହୁଡ଼ି ଆସୁଛି। ଏ ନେଇ ବିଭିନ୍ନ...

ଯୁବତୀ ଚାଲାଣ ଅଭିଯୋଗରେ ପୁଅକୁ ବାନ୍ଧିନେଲା ପୋଲିସ, ଅଟକାଇବାକୁ ଯାଇ ମା’ ଗୁରୁତର

କୁତ୍ରା,୨୧।୭(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଏଲଗା(କଣ୍ଟାଝାର)ଗ୍ରାମର ଜଣେ ଯୁବକଙ୍କୁ ଯୁବତୀ ଚାଲାଣ ଅଭିଯୋଗରେ ସିମଡେଗା ପୋଲିସ ବୁଧବାର ସକାଳୁ ଗିରଫ...

ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଦାବି: ହାତରେ ଝାଡ଼ୁ ଧରି ଥାନା ଘେରିଲେ ମହିଳା

ଦଶରଥପୁର,୧୯।୯(ଡିଏନ୍‌ଏ): ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଲାଗି ବୁଧବାର ସମ୍ପୃକ୍ତ ପଞ୍ଚାୟତର ଶତାଧିକ ମହିଳା ହାତରେ ଝାଡ଼ୁ ଓ ପହଁରା ଧରି ମଙ୍ଗଳପୁର ଥାନା ସମ୍ମୁଖରେ...

ବନ୍ଦ ହେବ କଲେଜ, ଡିଆରଡିଏ ଛକ: ଛତ୍ରପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଭେଇକିଲ୍‌ ଅଣ୍ଡରପାସ୍‌

ଛତ୍ରପୁର,୧୮ା୯(ଡି.ଏନ.ଏ.)-ଛତ୍ରପୁର କଲେଜ ଓ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ା ଏହା ପୋଲିସ, ପ୍ରଶାସନ ଓ ଆରଟିଓ କାର୍ଯ୍ୟାଳୟ...

Advertisement
Archives

Model This Week