ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଏକାଠି

ଜୟପୁର,୨୦ା୧୧(ନି.ପ୍ର.): ଧାନ ବିକିବାକୁ ଅନଲାଇନ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏହାକୁ ଜିଲାସ୍ତରୀୟ କରିବା ପାଇଁ ଦାବି କରିଛନ୍ତି ଜୟପୁରର ଚାଷୀ। ମନୋଜ ପାତ୍ରଙ୍କ ଆହ୍ବାନରେ ଚାଷୀମାନେ ଜୟପୁର ଆରଏମ୍‌ସିରେ ଏଥିପାଇଁ ଏକାଠି ହୋଇଛନ୍ତି। ଜୟପୁର ଉପଖଣ୍ଡର କୁନ୍ଦୁରା, ବୈପାରିଗୁଡ଼ା, ବୋରିଗୁମ୍ମା, କୋଟପାଡ଼ ଓ ସଦର ଚାଷୀମାନେ ଏଥିରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଓ ଅଣସେଚିତ ଜମିରୁ ୧୩ କୁଇଣ୍ଟାଲ ଧାନ କିଣିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଚାଷୀମାନେ ବିରୋଧ କରିଛନ୍ତି। ବର୍ଷାଦିନର ଚାଷରେ ଜଳସେଚିତ ଓ ଅଣ ଜଳସେଚିତ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆନାଲିସିସ ମେଶିନ ଦ୍ୱାରା ଧାନ କଟାଯାଉ ଥିବାରୁ ମୋଟରଚାଳିତ ମେଶିନ ମଣ୍ଡିରେ ଲଗାଇବା ପାଇଁ ଦାବି ହୋଇଛି। ଦାବି ସବୁ ପୂରଣ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଉପଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଟୋକନ ବ୍ୟବସ୍ଥା ଉଚ୍ଛେଦ, ମଣ୍ଡିରେ ହିଁ ଭେଣ୍ଡର ରସିଦ ଦେବାର ବ୍ୟବସ୍ଥା କରିବା ଭଳି ଦାବି ରହିଛି। ଦାବିପତ୍ର ପ୍ରଦାନ ବେଳେ ନରେନ୍ଦ୍ର ପ୍ରଧାନ, ଜୟନ୍ତ ପଟ୍ଟନାୟକ, ଝାଡେଶ୍ୱର ସାହୁ, ସ୍ବରୂପ ସାନ୍ତ୍ରା, ରାଧାକାନ୍ତ ଭଟ୍ଟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ରେ ଭାରତ ବନ୍ଦ: ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ବାତିଲ

ଭୁବନେଶ୍ୱର, ୭।୧(ବ୍ୟୁରୋ): ୧୨ ଦଫା ଦାବି ନେଇ ୧୦ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଆସନ୍ତା ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ...

ବିଷାକ୍ତ ମଦ ପିଇ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତାରୋକୋ କଲେ ଗ୍ରାମବାସୀ

ପଦ୍ମପୁର,୨୬।୫(ଡି.ଏନ୍‌.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ପଞ୍ଚାୟତରେ ବିଷାକ୍ତ ମଦ ପିଆଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ...

କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥିବାରୁ ଭାଙ୍ଗିଲେ ଫଳକ

ସଜନାଗଡ଼, ୮ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର କ୍ୟାବିନ୍‌ ଗୃହ ଉଦ୍‌ଘାଟନକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ...

ଏମ୍‌କେସିଜିରେ ୨୯ କରୋନା ସନ୍ଧିଗ୍ଧ ଚିକିତ୍ସିତ

ବ୍ରହ୍ମପୁର ଅଫିସ, ୮।୫ -ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ଗଞ୍ଜମକୁ ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ...

ରାଜ୍ୟରେ ପୁଣି ଟିକା ଅଭାବ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଲାଣି। ଟିକା କମ୍‌ ଥିବାରୁ ଆଗକୁ ଟିକାକରଣରେ ମଧ୍ୟ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜିଲାଣି। ତେଣୁ...

ଜାଲ୍‌ ସାର୍ଟିଫିକେଟ ନେଇ ଏତଲା, ଶିକ୍ଷୟିତ୍ରୀ ନିଲମ୍ବିତ

ଚିକିଟି,୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଚାଲିଛି। ଚିକିଟି ବ୍ଲକରେ ଏପରି ଜଣେ ନକଲି ଶିକ୍ଷୟିତ୍ରୀ ଧରାପଡ଼ିଛନ୍ତି।...

ଆମ୍ବୁଲାନ୍ସକୁ ଧକ୍କା ଦେଲା ଇଣ୍ଟରସିଟି ଏକ୍ସପ୍ରେସ

ବ୍ରହ୍ମପୁର ଅଫିସ, ୨୭।୧୧: ଅନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଇଣ୍ଟରସିଟି ଏକ୍ସପ୍ରେସ(୨୨୮୨୦) ପଲାସା ଷ୍ଟେଶନ ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଏଥିରେ...

ଆଇଜିଆଇଟି କଲେଜ ଛାତ୍ରଙ୍କୁ ମାଡ଼ ଘଟଣା, ୫ ଅଟକ:ପ୍ରତିବାଦରେ ନିର୍ଦ୍ଦେଶକଙ୍କୁ ଘେରାଉ

ପରଜଙ୍ଗ,୧୯।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ବି-ଟେକ ୩ୟ ବର୍ଷ ଛାତ୍ର ନିର୍ମଳକୃଷ୍ଣ ଦାସଙ୍କୁ ମାଡ଼ ଘଟଣାରେ...

Advertisement
Archives

Model This Week