Posted inଖେଳ

ଟେଷ୍ଟ କ୍ରିକେଟରେ ୫ ଦିନ ବ୍ୟାଟିଂ କରିଛନ୍ତି ଏହି ୫ କ୍ରିକେଟର

ଟେଷ୍ଟ କ୍ରିକେଟ ଧୈର୍ଯ୍ୟର ଖେଳ। ପଡିଆରେ ସେଟ୍‌ ହୋଇ ଖେଳିବାକୁ ଜଣେ ବ୍ୟାଟ୍ସମ୍ୟାନ ପାଖରେ ପର୍ଯ୍ୟାପ୍ତ ସମୟ ଥାଏ। ୧୪୩ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ କେବଳ ୧୦ ଜଣ ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ଟେଷ୍ଟ ମ୍ୟାଚର ସମସ୍ତ ପାଞ୍ଚ ଦିନ ବ୍ୟାଟିଂ କରିଛନ୍ତି।

ଏମ୍‌ଏଲ ଜୟସିମହା
ଟେଷ୍ଟ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଏମ୍‌ଏଲ ଜୟସିମହା ପ୍ରଥମ ଖେଳାଳି ଭାବେ ଟେଷ୍ଟ ମ୍ୟାଚର ସମସ୍ତ ପାଞ୍ଚ ଦିନରେ ବ୍ୟାଟିଂ କରିଥିଲେ। ୧୯୬୦ରେ କୋଲକତାରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ବିରୁଦ୍ଧରେ ସେ ଏହା କରିଥିଲେ।

ଜେଫ୍ରି ବୟକଟ୍‌
ଟେଷ୍ଟ କ୍ରିକେଟ ଇତିହାସରେ ଇଂଲଣ୍ଡ ଖେଳାଳି ଜେଫ୍ରି ବଏକଟ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି କୃତିତ୍ୱ ହାସଲ କରିଥିଲେ॥ ୧୯୭୭ରେ ଟ୍ରେଣ୍ଟ ବ୍ରିଜରେ ଆସେଶ୍‌ ଟେଷ୍ଟରେ ଅଷ୍ଟ୍ରେଲିୟା ବିପକ୍ଷରେ ସେ ୫ ଦିନ ବ୍ୟାଟିଂ କରିଥିଲେ।

କିମ୍‌ ହ୍ୟୁଜ୍ସ
୧୯୮୦ରେ ଅଷ୍ଟ୍ରେଲିଆ ଖେଳାଳି କିମ୍‌ ହ୍ୟୁଜ୍ସ ଓଭାଲରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୫ ଦିନ ବ୍ୟାଟିଂ କରିଥିଲେ।

ଆଲାନ ଲାମ୍ବ୍‌
ଇଂଲଣ୍ଡ କ୍ରିକେଟ ଖେଳାଳି ଆଲାନ ଲାମ୍ବ୍‌ ୧୯୮୪ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ମ୍ୟାଚରେ ୫ ଦିନ ବ୍ୟାଟିଂ କରିଥିଲେ।

ରବି ଶାସ୍ତ୍ରୀ
ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ଏହି କୃତିତ୍ୱ ଅର୍ଜନ କରିଥିଲେ। ୧୯୮୪ରେ କୋଲକତାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ୫ ଦିନ ବ୍ୟାଟିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜଣେ ଖେଳାଳିଙ୍କୁ ଆଉଟ୍‌ କରିବା ପାଇଁ ୧୧ ଖେଳାଳି ଲାଗିପଡି ଥିଲେ, ପରେ…

ସାଉଥମ୍ପଟନ,୩।୯: କାଉଣ୍ଟି କ୍ରିକେଟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ହାମ୍ପସାୟର୍‌ ଏବଂ ୟର୍କଶାୟର୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ର ୪୬ଟି ବଲ ଖେଳିବାକୁ ବାକି ଥିଲା...

ଫାଇନାଲରେ ସିନ୍ଧୁ

ଜାକର୍ତ୍ତା,୨୦।୭(ପି.ଟି.)- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ଫ୍ରେଞ୍ଚ୍‌ ପାଇଁ ୟୁଏସ୍‌ ଓପନ ନ ଖେଳିବାକୁ ଜୋକୋଭିଚ୍‌ ଚିନ୍ତା କରୁଛନ୍ତି

ବେଲଗ୍ରେଡ,୧୦।୬(ଏ.ପି.): ଅଭିଜ୍ଞ ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ନ ଖେଳିବାକୁ ଚିନ୍ତା କରୁଛନ୍ତି।...

ଟସ୍‌ ଜିତି ବୋଲିଂ କରିବ ରାଜସ୍ଥାନ

ମୁମ୍ବାଇ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

ବେଲ୍‌ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ

ବେଲ୍‌ଗ୍ରେଡ, ୨୧ା୬ (ପି.ଟି.)-ବେଲ୍‌ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...

ଉପରକୁ ଉଠିଲେ କୋହଲି

ନୂଆଦିଲ୍ଲୀ,୧୮।୧: ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଦୁଇ ଶତକ ସହ ୨୮୩ ରନ ସ୍କୋର କରିଥିବା ବିରାଟ କୋହଲି ସର୍ବଶେଷ ଆଇସିସି...

ଐତିହାସିକ ସିରିଜ୍‌ ଜିତିଲା ଆୟର୍ଲାଣ୍ଡ

ଜାମାଇକା,୧୭।୧: ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଅପ୍ରତ୍ୟାଶିତ ଭାବେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି ଆୟର୍ଲାଣ୍ଡ।...

ଇରାନୀ କପ୍‌ରେ ଜୟସ୍ବାଲଙ୍କ ଦ୍ୱିଶତକ

ଗ୍ବାଲିୟର,୨ା୩: ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଏକ ବୃହତ ସ୍କୋର ଆଡକୁ ଅଗ୍ରସର ହେଉଛି।...

Advertisement
Archives

Model This Week