Posted inଜାତୀୟ

ଟି.ଏନ୍‌. ଶେଷାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୧ା୧୧(ପି.ଟି.): ଦେଶର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣି ଚର୍ଚ୍ଚିତ ହୋଇଥିବା ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତିରୁନେଲାଇ ନାରାୟଣ ଆୟର ଶେଷାନ (ଟି.ଏନ୍‌. ଶେଷାନ)ଙ୍କ ରବିବାର ଚେନ୍ନାଇଠାରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ୧୦ମ ମୁଖ୍ୟ ନିର୍ବାଚନ କମିଶନର ଭାବେ ସେ ୧୯୯୦ ଡିସେମ୍ବର ୧୨ରୁ ୧୯୯୬ ଡିସେମ୍ବର ୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କ ସମୟରେ ପ୍ରଥମଥର ପାଇଁ ଭୋଟର ପରିଚୟପତ୍ର କାର୍ଯ୍ୟକାରୀ ହୋଇଥିଲା। ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରି ସେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜନେତାମାନଙ୍କ ପ୍ରବୃତ୍ତିରେ ପରିଣତ ହୋଇଥିଲା। ହେଲେ ଶେଷାନଙ୍କ କଠୋର କାର୍ଯ୍ୟାନୁଷ୍ଠାନ ରାଜନେତାଙ୍କୁ ଆଇନ ମାନିବାକୁ ବାଧ୍ୟ କରିଥିଲା। ଜଣେ ରାଜ୍ୟପାଳ ତାଙ୍କ ପୁଅ ପାଇଁ ପ୍ରଚାର କରିବାରୁ ମଧ୍ୟପ୍ରଦେଶର ଏକ ଆସନରେ ନିର୍ବାଚନକୁ ସ୍ଥଗିତ କରିଥିଲେ ଶେଷାନ। ଫଳରେ ଉକ୍ତ ରାଜ୍ୟପାଳ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ୧୯୫୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର ଆଇଏଏସ୍‌ ଅଫିସର ଶେଷାନ ନିର୍ବାଚନ କମିଶନ ହେବା ପୂର୍ବରୁ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୯୬ରେ ତାଙ୍କୁ ରମନ ମାଗାସେସେ ପୁରସ୍କାର ମିଳିଥିଲା।
କେରଳର ପାଲାକ୍କଡ ଜିଲା ତିରୁନେଲାଇରେ ୧୯୩୨ରେ ଜନ୍ମିତ ଶେଷାନ ପଦାର୍ଥ ବିଜ୍ଞାନରେ ସ୍ନାତକ କରିବା ପରେ ମାଡ୍ରାସ ଖ୍ରୀଷ୍ଟିଆନ୍‌ କଲେଜରେ ଡେମୋନ୍‌ଷ୍ଟ୍ରେଟର ଭାବେ ୩ ବର୍ଷ କାମ କରିଥିଲେ। ଏହି ସମୟରେ ସେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏଡ଼ଓ୍ବାର୍ଡ ଏସ୍‌. ମାସନ ଛାତ୍ରବୃତ୍ତିରେ ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ି ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଟପ୍‌ ୧୦୦ ଅସ୍ତ୍ରଶସ୍ତ୍ର ନିର୍ମାତା କମ୍ପାନୀ ତାଲିକାରେ ୩ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ,୫।୧୨: ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ହୋଇ ଭାରତ ବିଶ୍ୱରେ ନିଜର ଗୋଟିକ ପରେ ଗୋଟିଏ ଛାପ ଛାଡିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ...

ଶିବରାଜଙ୍କ ବଡ଼ ବୟାନ: ମୁଖ୍ୟମନ୍ତ୍ରୀ ପଦ ଲାଗି ମୁଁ ଦାବିଦାର ନା ଥିଲି, ନା ଅଛି…

ଭୋପାଳ,୫।୧୨: ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟ ପତାକା ଉଡ଼ାଇଛି ଭାଜପା। ଏବେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ...

ଏହି ବ୍ୟକ୍ତିଙ୍କୁ ଇଣ୍ଟରଭ୍ୟୁ ଦେବାରୁ ହାରିଗଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବଘେଲ, ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟ ହୋଇଥିଲା ସମଦଶା, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୫।୧୨: ଫାଇନାଲ ମ୍ୟାଚ ପୁର୍ବରୁ ସେମିଫାଇନାଲ ମ୍ୟାଚରେ ଫେଲ ମାରିଛି କଂଗ୍ରେସ। କଂଗ୍ରେସ ରାଜ୍ୟ କୁହାଯାଉଥିବା ଛତିଶଗଡରେ ଏଥରର ବିଧାନସଭା ନିର୍ବାଚନରେ ଦଳ ଶୋଚନୀୟ ଭାବେ...

Video: ଜୟପୁରରେ କର୍ନି ସେନା ସଭାପତି ସୁଖଦେବ ସିଂଙ୍କୁ ହତ୍ୟା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦେଇଥିଲା ଧମକ

ନୂଆଦିଲ୍ଲୀ,୫।୧୨: ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ କର୍ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଦିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଅଜଣା ଦୁର୍ବୁତ୍ତ। ଦିନ ଦିପ୍ରହରରେ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମିଗଜୋମ’: ୯୦ରୁ ୧୧୦ କି.ମି. ମଧ୍ୟରେ ବୋହୁଛି ପବନ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ...

ଇଣ୍ଡିଆ ଗଠବନ୍ଧନ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଲେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଗୋଷ୍ଠୀଙ୍କ ଇଣ୍ଡିଆ ମେଣ୍ଟ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ବୈଠକ ଡିସେମ୍ବର...

”ସେମାନେ ଅହଂକାର, ମିଛ, ନିରାଶା ଏବଂ ଅଜ୍ଞତାକୁ ନେଇ ଖୁସି ହେବା ଉଚିତ୍”, ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଭାଜପା ସମ୍ପୂର୍ଣ୍ଣ ଭାବେ କବଜା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ...

ରେବନ୍ଥ ରେଡ୍ଡୀ ହେବେ ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ, ବୁଧବାର ନେଇପାରନ୍ତି ଶପଥ

ହାଇଦ୍ରାବାଦ, ୫।୧୨: ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri