Posted inଖେଳ

ଟି୨୦ ସିରିଜ: ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ମେଲବୋର୍ନ,୧।୧୧ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରଜରେ ଘରୋଇ ଅଷ୍ଟ୍ରେଲିଆ କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧୪ଟି ବାଲ ବାକି ଥାଇ ୭ ଉଇକେଟରେ ଶ୍ରୀଲଙ୍କାକୁ ସହଜରେ ପରାସ୍ତ କରିଛି। ଫଳରେ ୩ଟି ଯାକ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୩-୦ରେ ସିରିଜ ହାତେଇଛି। ୫୦ ବଲରୁ ୪ ଚୌକା ଓ ୧ ଛକା ସହ ୫୭ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳି ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ସ୍ଥିର ପ୍ରଦର୍ଶନ କରି ଓ୍ବାର୍ନର ପ୍ଲେୟାର ଅଫ୍‌ ଦି ସିରିଜ ମଧ୍ୟ ବିବେଚିତ ହୋଇଛନ୍ତି। ଟସ୍‌ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୭.୪ ଓଭରରେ ୩ ଉଇକେଟ ହରାଇ ୧୪୫ ରନ କରି ବିଜୟୀ ହୋଇଥିଲା।
୧୪୩ର ଏକ ଆଭରେଜ ଟାର୍ଗେଟର ପିଛା କରିଥିବା ଘରୋଇ ଦଳ ତରଫରୁ ଅଧିନାୟକ ତଥା ଓପନର ଆରୋନ ଫିଞ୍ଚ୍‌ ୩୭, ଅଭିଜ୍ଞ ଷ୍ଟିଭେନ୍‌ ସ୍ମିଥ ୧୩, ବେନ୍‌ ମ୍ୟାକଡର୍ମଟ ୫ ରନକରି ଆଉଟ ହୋଇଥିବା ବେଳେ ଆଷ୍ଟନ ଟର୍ନର ୨୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଲସିଥ ମଲିଙ୍ଗା, ଲାହିରୁ କୁମାରା ଓ ନୂଆନ ପ୍ରଦୀପ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କୁଶଲ ପେରେରା ସର୍ବାଧିକ ୫୭, ଅଭିସ୍କା ଫର୍ନାଣ୍ଡୋ ୨୦, କୁଶଲ ମେଣ୍ଡିସ ୧୩, ଶେହାନ ଜୟସୂରିୟା ୧୨ ରନ କରି ଆଉଟ ହୋଇଥିବା ବେଳେ ଭାନୁକା ରାଜପାକ୍‌ସା ୧୭ ଓ ଅଧିନାୟକ ମାଲିଙ୍ଗା ୮ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ, କେନ୍‌ ରିଚାର୍ଡସନ ଓ ପ୍ୟାଟ କୁମିନ୍ସ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ।
ସାରା ସିରିଜରେ ଘରୋଇ ଦଳ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଆଡିଲେଡରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆ ବୃହତ୍‌ ୧୩୪ ରନରେ ବିଜୟୀ ହୋଇଥିଲା। ସେହିପରି ବ୍ରିସବେନ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ଅଷ୍ଟ୍ରେଲିଆ ୭ ଓଭର ବାକି ରଖି ୯ ଉଇକେଟରେ ବିଜୟୀ ହୋଇଥିଲା। ଦଳର ପ୍ରଦର୍ଶନ ନେଇ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ଖୁସି ଜାହିର କରିଛନ୍ତି। ପ୍ଲେୟାର ଅଫ୍‌ ସିରିଜ ବିବେଚିତ ହୋଇଥିବା ଓ୍ବାର୍ନର ପ୍ରଥମ ମ୍ୟାଚ୍‌ରେ ଅପରାଜିତ ୧୦୦ ଓ ଦ୍ୱିତୀୟ ମ୍ୟାଚ୍‌ରେ ୬୦ ରନ କରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୨୦ ଓଭରରେ ୧୪୨/୬
(ପେରେରା- ୫୭, ଫର୍ନାଣ୍ଡୋ- ୨୦, ଷ୍ଟାର୍କ- ୨/୩୨, ରିଚାର୍ଡସନ- ୨/୨୫, କୁମିନ୍ସ- ୨/୨୩)।
ଅଷ୍ଟ୍ରେଲିଆ ୧୭.୪ ଓଭରରେ ୧୪୫/୩
(ଓ୍ବାର୍ନର- ୫୭*, ଫିଞ୍ଚ୍‌- ୩୭, ଟର୍ନର- ୨୨*, ମାଲିଙ୍ଗା- ୧/୨୨, କୁମାରା- ୧/୪୯, ପ୍ରଦୀପ- ୧/୨୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍‌ ପଡିଲେ ଏହି ୫ ଖେଳାଳି

ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...

ରୋହିତଙ୍କୁ ନେଇ ଏପରି କହିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୩।୮: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତୃତୀୟ ଟି୨୦ ମୁକାବିଲାକୁ ଭାରତ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ...

କେବେ ଦୁଇବେଳା ମ୍ୟାଗି ଖାଇ ରହୁଥିଲେ, ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ପାଣ୍ଡ୍ୟା ବ୍ରଦର୍ସ

ନୂଆଦିଲ୍ଲୀ,୨୬।୧୦: ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମୁକାବିଲାରେ ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ...

ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍‌ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’

ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍‌। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା।...

୨୦୨୭ ଏସିଆନ କପ୍‌ : ଭାରତ ସମେତ ୫ ଦେଶ ବିଡ୍‌ ଦାଖଲ କଲେ

ନୂଆଦିଲ୍ଲୀ,୧।୭(ପି.ଟି.): ୨୦୨୭ ଏସିଆନ୍‌ କପ୍‌ ଆୟୋଜନ ଅଧିକାର ପାଇଁ ଭାରତ ବିଡ୍‌ ଦାଖଲ କରିଛି। ଏହି ମେଗା ଇଭେଣ୍ଟର ୧୯ତମ ସଂସ୍କରଣ ଆୟୋଜନ ପାଇଁ ଭାରତ...

କଟକରେ ଓଡ଼ିଶା ଏଫ୍‌ସିର ଚୟନ ଶିବିର

କଟକ ଅଫିସ,୨୫।୧- ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡିୟମରେ ଓଡିଶା ଏଫ୍‌ସିର ଜୁନିୟର ଖେଳାଳି ଚୟନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩, ୧୫ ଓ ୧୮ବର୍ଷରୁ...

ମାର୍ଟିନେଜ୍‌ ଜିତିଲେ ଓ୍ବାଲର୍‌ଡ ଫ୍ଲାଇଓ୍ବେଟ୍‌ ଟାଇଟଲ

ଲସ୍‌ ଆଞ୍ଜେଲ୍ସ, ୨୧ା୧୨ (ଏଏଫ୍‌ପି)-ମେକ୍ସିକୋର ଜୁଲିଓ ସେସାର୍‌ ମାର୍ଟିନେଜ୍‌ ଡବ୍ଲ୍ୟୁବିସି (ଓ୍ବାଲର୍‌ଡ ବକ୍ସିଂ କାଉନ୍‌ସିଲ) ଫ୍ଲାଇଓ୍ବେଟ୍‌ ଟାଇଟଲ ଜିତିଛନ୍ତି। ଶୁକ୍ରବାର ସେ ଏକ ୯ ରାଉଣ୍ଡ...

ଦକ୍ଷିଣ ଆଫ୍ରିକାର ଇନିଂସ ବିଜୟ

ସେଞ୍ଚୁରିଅନ, ୩୦ା୧୨- ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧ ଇନିଂସ ଓ ୪୫ ରନରେ...

Advertisement
Archives

Model This Week