Posted inଖେଳ

ଟି୨୦ ବିଶ୍ୱକପ୍‌: ଖେଳାଳିଙ୍କୁ ୨ ସପ୍ତାହ ଆସୋଲେଶନ ପାଇଁ ଡୁପ୍ଲେସିଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୪।୫ (ପି.ଟି.):ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଅଷ୍ଟ୍ରେଲିଆରେ ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଓ ପରେ ଖେଳାଳିମାନଙ୍କୁ ୨ ସପ୍ତାହ ଆଇସୋଲେଶନରେ ରଖିବାକୁ ସେ ମତ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଅନ୍ୟ କ୍ରୀଡ଼ା ଭଳି କ୍ରିକେଟ ମଧ୍ୟ ଠପ୍‌ ହୋଇଯାଇଛି। ଏହି ମହାମାରୀ କାରଣରୁ ଆଗାମୀ ଅକ୍ଟୋବର-ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।
ଏହି ଭାଇରସ୍‌ରେ ଅଷ୍ଟ୍ରେଲିଆ ସେତେଟା ଅଧିକ ପ୍ରଭାବିତ ହୋଇ ନ ଥିଲେ ମଧ୍ୟ ସେଠାକୁ ଯାତ୍ରା କରିବା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ବାଂଲାଦେଶ ଅଧିନାୟକ ତାମିମ ଇକ୍‌ବାଲଙ୍କ ସହ କଥା ହେବା ବେଳେ ଡୁପ୍ଲେସି ଏହା କହିଛନ୍ତି। ବାଂଲାଦେଶ , ଦକ୍ଷିଣ ଆଫ୍ରିକା ଓ ଭାରତ ଭଳି ଦେଶରୁ କ୍ରିକେଟର କିଭଳି ଯାତ୍ରା କରିବେ ତାହା ଏକ ବଡ଼ ସମସ୍ୟା। ଏଥିରେ ନିଶ୍ଚିତ ଭାବେ ବିପଦ ରହିଛି। ତେବେ ଖେଳାଳିଙ୍କ ଟୁର୍ନାମେଣ୍ଟ ପୂର୍ବରୁ ଓ ପରେ ଆସୋଲେଶନରେ ରଖାଯିବାର ଆବଶ୍ୟକତା ଉପରେ ଡୁପ୍ଲେସି ଗୁରୁତ୍ୱ ଦେଇଛନ୍ତି। ଆଗଭଳି ଆମେ ଯାତ୍ରା କରିପାରିବୁ ନାହିଁ ବୋଲି ଡୁପ୍ଲେସି କହିଛନ୍ତି। ଉଲ୍ଲେଖଥାଉ କି, ଗତ ମାର୍ଚ୍ଚରେ ଦକ୍ଷିଣ ଆଫ୍ରିକାର ଭାରତ ବିପକ୍ଷ ସିରିଜ ମଧ୍ୟ ବାତିଲ ହୋଇଛି। ଅବଶ୍ୟ ପ୍ରଥମ ମ୍ୟାଚ୍‌ ବର୍ଷାଯୋଗୁ ଧୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁରୋପିଆନ ପ୍ରତିଯୋଗିତାରୁ ମାଞ୍ଚେଷ୍ଟର ସିଟି ବାସନ୍ଦ

ନିଓନ(ସୁଇଜରଲାଣ୍ଡ),୧୫।୨(ଏଏଫ୍‌ପି)- ମାଞ୍ଚେଷ୍ଟର ସିଟି ଫୁଟବଲ ଦଳକୁ ୟୁରୋପିଆନ ପ୍ରତିଯୋଗିତାରୁ ଆଗାମୀ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଦଳ ଆର୍ଥିକ ଫେୟାର ପ୍ଲେ ନିୟମ ଭଙ୍ଗ...

ବାବର ଆଜମଙ୍କୁ ହଟାଇ ଏହି ଖେଳାଳି ହେଲେ ବିଶ୍ୱର ଏକ ନମ୍ବର ଟି୨୦ ବ୍ୟାଟ୍ସମ୍ୟାନ

ଦୁବାଇ, ୯।୯: ଅଷ୍ଟ୍ରେଲିଆ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ସଦ୍ୟସମାପ୍ତ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ର଼୍ୟାଙ୍କିଙ୍ଗ୍‌...

ଭାଇରାଲ ହେଉଛି ମହମ୍ମଦ ଆଝାରୁଦ୍ଦିନଙ୍କ ବକେଟ୍‌ ଲିଷ୍ଟ

ମୁମ୍ବାଇ,୧୫।୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ୩୭ ବଲରେ ବିସ୍ଫୋରକ ଶତକ ହାସଲ କରିଥିବା କେରଳ ଓପନର ମହମ୍ମଦ ଆଝାରୁଦ୍ଦିନ ବେଶ୍‌ କିଛି...

ସ୍ପେନ୍‌- ପୋଲାଣ୍ଡ ମ୍ୟାଚ୍‌ ଡ୍ର

ସେଭିଲ,୨୧।୬: ୟୁରୋକପ୍‌ରେ ଗ୍ରୁପ୍‌ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ସ୍ପେନ୍‌ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ ୧-୧...

ଟିମ୍‌ ଇଣ୍ଡିଆକୁ ପରାମର୍ଶ ଦେଲେ ନ୍ୟୁଜିଲାଣ୍ଡ କୋଚ୍‌

ନୂଆଦିଲ୍ଲୀ,୯।୬ : ଆସନ୍ତା ୧୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୟୁକେର ସାଉଥାମ୍ପଟନଠାରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚ୍‌। ନ୍ୟୁଜିଲାଣ୍ଡ...

୧୨୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ ଏହି ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି; ଜଣକା ଆୟ…

ନୂଆଦିଲ୍ଲୀ,୨।୧୨: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଘରକୁ ଖୁବଶୀଘ୍ର ଆସିବ ନୂଆ ଅତିଥି। ସ୍ତ୍ରୀ ଅନୁଷ୍କା ଏବେ ଗର୍ଭବତୀ। ଏବେ ଅନୁଷ୍କା କାମରୁ...

ମୋ ହୃଦୟ ଭାଙ୍ଗିଯାଇଥିଲା, କାହିଁକି ଏମିତି କହିଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୫।୧: ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟର ଚତୁର୍ଥ ଇନିଂସରେ ଅପରାଜିତ ୮୯ ସ୍କୋର କରି ଉଇକେଟ କିପର ରିଷଭ ପନ୍ତ ଭାରତକୁ ଐତିହାସିକ ବିଜୟ ଦେଇଥିଲେ।...

କରୋନା ଆକ୍ରାନ୍ତ ହେଲେ ଏହି କ୍ରିକେଟର୍‌ଙ୍କ ବାପା

ଢାକା, ୨୦।୯: ବାଂଲାଦେଶ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନଙ୍କ ବାପା ମସହରୁର୍‌ ରେଜା କୁତିଲ୍‌ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ମସହରୁରଙ୍କୁ...

Advertisement
Archives

Model This Week