ଟିଭିଏସ୍‌ର ୨ଟି ଆପାଚି ଆର୍‌ଟିଆର୍‌ ମଡେଲ ଉନ୍ମୋଚିତ

ନୂଆଦିଲ୍ଲୀ,୧୩।୯:ଦେଶର ପ୍ରମୁଖ ଦୁଇ ଓ ତିନି ଚକିଆ ଯାନ ନିର୍ମାତା ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ସୋମବାର ୨ଟି ଆପାଚି ଆର୍‌ଟିଆର୍‌ ମଡେଲ ସର୍ବଭାରତୀୟସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଏବଂ ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ -୧୮୦ ମଡେଲକୁ ବଜାର ପ୍ରବେଶ କରାଇଛି।
ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବ୍ୟବସାୟ ମୁଖ୍ୟ (ପ୍ରିମିୟମ) ବିମଳ ସୁମ୍ବଲି କହିଛନ୍ତି, ଆମର ଗ୍ରାହକଙ୍କ ସହ ଯୋଡ଼ି ହୋଇପାରୁଥିବା ଉତ୍କୃଷ୍ଟ ଉପତ୍ାଦ ବଜାରକୁ ଆଣିବା ପାଇଁ ଟିଭିଏସର ରେସିଂ ଐତିହ୍ୟ ଅନୁସାରେ ଟିଭିଏସ୍‌ ଆପାଚି ସିରିଜ୍‌କୁ ଗଠନ କରାଯାଇଛି। ଏକ ବାସ୍ତବ ରେସିଂ ଅନୁଭୂତି ସହ ସାରା ବିଶ୍ୱରେ ଥିବା ଆପାଚି ଗୋଷ୍ଠୀ ଓ ବିଶ୍ୱାସୀଙ୍କୁ ଉଲ୍ଲସିତ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ପ୍ରତିଫଳନ ହେଉଛି ୨୦୨୨ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଓ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ର ଉପସ୍ଥାପନା।
ଉଭୟ ମୋଟରସାଇକେଲ୍‌ରେ ଆକର୍ଷଣୀୟ ଗ୍ରାଫିକ୍ସ ବ୍ୟବହାର କରାଯାଇଛି। ସେଥିରେ ପ୍ରଥମ ସୁବିଧା ସୁଯୋଗ ଯଥା ସମ୍ପୂର୍ଣ୍ଣ ନୂଆ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌ ଓ ନୂଆ ଏଲ୍‌ଇଡି ଟେଲ୍‌ ଲ୍ୟାମ୍ପ୍‌ ଆଦି ସାମିଲ ରହିଛି। ଏହା ସହିତ ସ୍ମାର୍ଟ ଏକ୍ସକନେକ୍ଟ ଓ ଭଏସ୍‌ ଆସିଷ୍ଟ୍‌ ସୁବିଧା ଥିବା ଉନ୍ନତ ବ୍ଲୁଟୁଥ୍‌ ସଂଯୋଗର ଡିଜିଟାଲ୍‌ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି। ଏଥିରେ ତିନିଟି ରାଇଡ୍‌ ମୋଡ୍‌-ରେନ୍‌, ଅର୍ବାନ୍‌ ଓ ସ୍ପୋର୍ଟସ୍‌ ରହିଛି। ଏକ୍ସ ରିଙ୍ଗ୍‌ ଚେନ୍‌, ୧୨୦ଏମ୍‌ଏମ୍‌ ଚଉଡ଼ା ପଛ ଟାୟାର୍‌, ଗିୟର୍‌ ପୋଜିଶନ୍‌ ଇଣ୍ଡିକେଟର୍‌ ଓ ଟିଭିଏସ୍‌ କନେକ୍ଟ ଆପ୍‌ର ସୁବିଧା ମଧ୍ୟ ରହିଛି। ସେହିପରି ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ ସିରିଜ୍‌ କଳା ଓ ଧଳା ରଙ୍ଗରେ ଆସୁଥିବା ବେଳେ ୨୦୨୨ ଟିଭିଏସ୍‌ ଆପାଚି ଆର୍‌ଟିଆର-୧୬୦ କଳା, ଧଳା, ଲାଲ, ନୀଳ ଓ ଟି-ଗ୍ରେ ଭଳି ୫ଟି ରଙ୍ଗରେ ଉପଲବ୍ଧ ହୋଇଛି। ଅପରପକ୍ଷରେ ଦିଲ୍ଲୀରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୮୦ ଡିସ୍କ ବିଟିର ଦାମ୍‌ ୧,୩୦,୫୯୦ ଟଙ୍କା ଥିବାବେଳେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌-୧୬୦ ଡିସ୍କ ବିଟି ୧,୨୪,୫୯୦ ଟଙ୍କା ଏବଂ ଟିଭିଏସ୍‌ ଆପାଚି ଆରଟିଆର-୧୬୦ ଡିସ୍କର ଦାମ୍‌ ୧,୨୧,୨୯୦ ଟଙ୍କା ଓ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଡ୍ରମ୍‌ର ଦାମ୍‌ ୧,୧୭,୭୯୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri