ଟିକା ଆସିଲେ ବି ଯିବନି କରୋନା

ନୂଆଦିଲ୍ଲୀ,୨୯ା୫: କୋଭିଡ୍‌-୧୯ ମହାମାରୀର ପ୍ରତିକାର ଲାଗି ଟିକା ପ୍ରସ୍ତୁତିରେ ଲାଗିଛନ୍ତି ବିଭିନ୍ନ ଦେଶର ଅନେକ ସଂସ୍ଥା। ତେବେ ଟିକା ଆବିଷ୍କାର ହୋଇ ଏହାକୁ ପ୍ରୟୋଗ କରାଗଲେ ମଧ୍ୟ କରୋନା ଭୂତାଣୁ ଏତେଶୀଘ୍ର ଚାଲିଯିବାର ସମ୍ଭାବନା ନାହିଁ। ଏହା ଦୀର୍ଘ ଦଶନ୍ଧି ଧରି ପୃଥିବୀ ପୃଷ୍ଠରେ ରହିବା ସହ ଲୋକଙ୍କୁ ସଂକ୍ରମିତ କରିଚାଲିବ ବୋଲି ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି। କାରଣ ମୂଳପୋଛ କରିବା ଉଦ୍ୟମକୁ ଏହିସବୁ ମହାମାରୀ ଭୂତାଣୁ କଡ଼ା ପ୍ରତିରୋଧ କରିଥାନ୍ତି ବୋଲି ମିଳିମିଳା, ଏଚ୍‌ଆଇଭି ଏବଂ ହାଡ଼ଫୁଟିର ଉଦାହରଣ ଦେଇ ସେମାନେ କହିଛନ୍ତି। ସଂକ୍ରମଣର ପରବର୍ତ୍ତୀ ପର୍ଯ୍ୟାୟରେ ବାସ୍ତବତାକୁ ଗ୍ରହଣ କରିନେବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମହାମାରୀ ବିଜ୍ଞାନ, ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ଓ ଟିକା ପ୍ରସ୍ତୁତି ସହ ସମ୍ପୃକ୍ତ ବିଶେଷଜ୍ଞମାନେ ମତ ଦେଇଛନ୍ତି। କୋଭିଡ୍‌-୧୯ର ଦୀର୍ଘମିଆଦୀ ଯୁଦ୍ଧରେ ଜନସାଧାରଣଙ୍କୁ ଲଢ଼ିବାକୁ ହେବ। ଏହାବ୍ୟତୀତ ପ୍ରଚୁର ଅର୍ଥ ବିନିଯୋଗ ଲାଗି ଯୋଜନା ପ୍ରସ୍ତୁତ କରିବା ସହ ବର୍ତ୍ତମାନ ଦେଖାଦେଇଥିବା ସ୍ଥିତିରୁ ମୁକୁଳିବାକୁ ହେବ। ଏତେ ଅନିଶ୍ଚିତତା ସତ୍ତ୍ୱେ ଏଭଳି ସ୍ଥିତି ସବୁବେଳେ ରହିବ ନାହିଁ। ୪ଟି କରୋନା ଭୂତାଣୁ ସଂକ୍ରମିତ ହୋଇଚାଲିଛି, ଯେଉଁଥିପାଇଁ ସାଧାରଣ ଥଣ୍ଡା ରୋଗ ସୃଷ୍ଟି ହେଉଛି। ଏହି ଭୂତାଣୁ ପଞ୍ଚମରେ ପରିଣତ ହେବ ଏବଂ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢ଼ିବା ସହ ଏହାର ପ୍ରଭାବ କମିଯିବ ବୋଲି ଅଧିକାଂଶ ବିଶେଷଜ୍ଞ ଚିନ୍ତା କରୁଛନ୍ତି।
ଶିକାଗୋ ବିଶ୍ୱବିଦ୍ୟାଳୟର ମହାମାରୀ ବିଜ୍ଞାନୀ ତଥା ବିବର୍ତ୍ତନବାଦୀ ଜୀବବିଜ୍ଞାନୀ ସାରାହ କୋବେଙ୍କ କହିବା ଅନୁଯାୟୀ କରୋନା ଭୂତାଣୁ ରହିବ। ପ୍ରଶ୍ନ ହେଉଛି, ଏହା ସହ ଆମେ କିପରି ସୁରକ୍ଷିତ ରହିବା। ଏଥିପାଇଁ ବିସ୍ତୃତ ଭାବେ ଚିନ୍ତା କରିବା ସହ ଦୀର୍ଘମିଆଦୀ ଉଦ୍ୟମ ଓ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ରହିଛି। ଭୂତାଣୁକୁ ମୂଳପୋଛ କରିବା ପାଇଁ କିଛି ଦଶନ୍ଧି ଲାଗିଯାଇପାରେ। ଏଥିପାଇଁ ସମୟ, ଅର୍ଥ ସହ ସର୍ବୋପରି ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସ୍ବଳ୍ପ ମିଆଦୀ ପଦକ୍ଷେପ ନୁହେଁ, ଆମକୁ ବିସ୍ତୃତ ରଣକୌଶଳ ଆପଣାଇବାକୁ ହେବ ବୋଲି ସେଣ୍ଟରସ୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନର ପୂର୍ବତନ ନିର୍ଦ୍ଦେଶକ ଟମ୍‌ ଫ୍ରିଡେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri